କଙ୍ଗନା ରଣାୱତଙ୍କୁ ଜୀବନରେ ମାରିଦେବାକୁ ଧମକ

December 20, 2020, ଦେଶ, , Anupambharat News Bureau


କଙ୍ଗନା ରଣାୱତଙ୍କୁ ଜୀବନରେ ମାରିଦେବାକୁ ଧମକ
Anupambharat News Bureau
December 20, 2020


ବଲିଉଡ ପଙ୍ଗା କ୍ୱିନ୍‌ କଙ୍ଗନା ରଣାୱତ ସବୁବେଳେ ନିଜର ଟିପ୍‌ପଣୀ ଯୋଗୁ ଚର୍ଚ୍ଚାରେ ରହୁଛନ୍ତି । ଗତ କିଛି ଦିନ ହେଲା କଙ୍ଗନା କୃଷି ଆନ୍ଦୋଳନକୁ ନେଇ ନିଜ ବିଚାରଧାରା ଓ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । କୃଷି ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ରାୟ ପରେ ଅନେକ ସେଲିବ୍ରିଟି ତାଙ୍କୁ ଟାର୍ଗେଟ କରିଛନ୍ତି । କଙ୍ଗନା ସୋସିଆଲ ମିଡ଼ିଆରେ ଆଉ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ ତାଙ୍କୁ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି । କଙ୍ଗନା କୃଷକ ଆନ୍ଦୋଳନ ରାଜନୀତି ଦ୍ୱାରା ପ୍ରେରିତ ବୋଲି କହିଥିଲେ । କୃଷି ଆନ୍ଦୋଳନକୁ ନେଇ ରାୟ ରଖିଥିବାରୁ ତାଙ୍କୁ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଧମକ ଦିଆଯାଉଛି । କଙ୍ଗନା କହିଛନ୍ତି ତାଙ୍କୁ ଅନଲାଇନ ଲିଚିଙ୍ଗର ସାମ୍ନା କରିବାକୁ ପଡୁଛି । ଗତ ୧୦-୧୫ ଦିନ ହେଲା ତାଙ୍କୁ ଅନଲାଇନ ଲିଚିଙ୍ଗର ସାମ୍ନା କରିବାକୁ ପଡୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫାଇଜର ଟିକା ନେବା ପରେ ନର୍ସ ଅଚେତ

ଫାଇଜର ଟିକା ନେବା ପରେ ନର୍ସ ଅଚେତ

Read More...

ଏମ୍‌ଏସ୍‌ପି ହଟିବାର ପ୍ରଶ୍ନ ଉଠୁନାହିଁ , ଆଲୋଚନା କରିବାକୁ ସରକାର ପ୍ରସ୍ତୁତ: ମୋଦି

ଏମ୍‌ଏସ୍‌ପି ହଟିବାର ପ୍ରଶ୍ନ ଉଠୁନାହିଁ , ଆଲୋଚନା କରିବାକୁ ସରକାର ପ୍ରସ୍ତୁତ: ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page