ହାଥରସ୍‌ ମାମଲା, ହତ୍ୟା ପୂର୍ବରୁ ଗଣଦୁଷ୍କର୍ମ

December 18, 2020, ଦେଶ, , Anupambharat News Bureau


ହାଥରସ୍‌ ମାମଲା, ହତ୍ୟା ପୂର୍ବରୁ ଗଣଦୁଷ୍କର୍ମ
Anupambharat News Bureau
December 18, 2020


ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସର ୧୯ ବର୍ଷ ବୟସ୍କା ଦଳିତ ମହିଳାଙ୍କ ହତ୍ୟା ମାମଲାରେ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ) ଚାର୍ଜସିଟ୍‌ ଦାଖଲ କରିଛି । ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଏହି ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ, ସେପେଫମ୍ବର ୨୨ରେ ପୀଡିତାଙ୍କ ଶେଷ ବୟାନ ଆଧାରରେ ଏହି ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଛି । ହାଥରାସ ମାମଲାରେ ଚାରିଜଣ ଅଭିଯୁକ୍ତଙ୍କୁ ସିବିଆଇ ଦ୍ୱାରା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏହି ଘଟଣାର ତିନି ମାସ ପରେ ସାରା ଦେଶରେ ଅସନ୍ତୋଷ ପ୍ରକାଶ ପାଇଥିଲା ତଦନନ୍ତକାରୀ ସଂସ୍ଥା / ଏସ୍‌ସିଏସଟି (ପ୍ରିଭେନସନ୍‌ ଅଫ୍‌ ଆଟ୍ରୋସିଟିସ୍‌) ଅଧିନିୟମ ଅନୁଯାୟୀ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେପେଫମ୍ବର ୧୪ ରେ ହାଥରାସର ଜଣେ ଦଳିତ ଯୁବତୀଙ୍କୁ ଚାରିଜଣ ଉଚ୍ଚ ଜାତିର ପୁରୁଷ ବଳାତ୍କାର କରିଥବା ଅଭିଯୋଗ ହୋଇଥିଲା ଚିକିତ୍ସାଧିନ ଅବସ୍ଥାରେ ସେପେଫମ୍ବର ୨୯ ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା ସେପେଫମ୍ବର ୩୦ ରାତିରେ ତାଙ୍କ ଘର ନିକଟରେ ଶବଦାହ କରାଯାଇଥିଲା ସ୍ଥାନୀୟ ପୋଲିସ ତାଙ୍କୁ ଶୀଘ୍ର ଅନ୍ତେଷ୍ଟିକ୍ରିୟା ଶେଷ କରିବାକୁ ବାଧ୍ୟ କରିଥିବା ନେଇ ପରିବାର ଅଭିଯୋଗ କରିଛନ୍ତି କି;ୁ ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ଯେ ପରିବାରର ଇଚ୍ଛା ଅନୁଯାୟୀ ଏହି ଶବଦାହ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ:  ଓଡ଼ିଶାବାସୀ ଆମର ମୁଖିଆ: ନବୀନ

ଯୁବ ବିଜେଡି କାର୍ଯ୍ୟକାରିଣୀ ବୈଠକ: ଓଡ଼ିଶାବାସୀ ଆମର ମୁଖିଆ: ନବୀନ

Read More...

ରବିବାରଠୁ ଶୀତ ବଢିବ

ରବିବାରଠୁ ଶୀତ ବଢିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page