କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା , ବୁଡ ମନା

November 24, 2020, ଓଡ଼ିଶା, , Anupambharat News Bureau


କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା , ବୁଡ ମନା
Anupambharat News Bureau
November 24, 2020

ଭୁବନେଶ୍ୱର, ୨୪ା୧୧ (ଅନୁପମ ମିଡ଼ିଆ): କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କାରେ କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଅବା ଜଳାଶୟରେ ଡଙ୍ଗା ଭସା ସହ ବୁଡ଼ ପକାଇବା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଏହାସହିତ କଟକ, ପାରାଦୀପ ଓ ଭୁବନେଶ୍ୱର ଆଦି ସ୍ଥାନରେ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ କଟକଣା ଜାରି ହୋଇଛି । ଏନେଇ ମଙ୍ଗଳବାର ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶନାମା ଅନୁସାରେ ଆସନ୍ତା ୩୦ରେ କାର୍ତ୍ତିିକ ପୂର୍ଣ୍ଣିମା ଅବସରରେ ଲୋକମାନେ ନଦୀଘାଟ ଓ ଜଳାଶୟ ନିକଟରେ ରୁଣ୍ଡ ହୋଇ ଡଙ୍ଗା ଭସାଇବା ସହ ଗାଧେଇଥାନ୍ତି । ଏହାସହିତ ଉକ୍ତଦିନ କେତେକ ସ୍ଥାନରେ ବାଲିଯାତ୍ରା ମଧ୍ୟ ଆୟୋଜନ ହୋଇଥାଏ । ତେବେ କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଲୋକଙ୍କ ସ୍ୱାର୍ଥରେ ରାଜ୍ୟ ସରକାର ଏସବୁ ଉପରେ କଟକଣା ଜାରି କରିଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ର ଧାରା ୨୪(୧) ଓ ଓଡ଼ିଶା ବିପର୍ଯ୍ୟର ପରିଚାଳନା ରୁଲ-୨୦୧୦ର ଧାରା ୮(୧) ଅନ୍ତର୍ଗତ ରାଜ୍ୟ ସରକାର କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ଓଷାରେ ଲୋକମାନେ ଯେଭଳି ରୁଣ୍ଡ ନହେବେ ତା’ ଉପରେ କଟକଣା ଜାରି କରିଛନ୍ତି ।ଯଦି କେହି ଏହି ନିର୍ଦ୍ଦେଶନାମାକୁ ଉଲ୍ଲଘଂନ କରନ୍ତି ତା’ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ଅନ୍ୟାନ୍ୟ ଆଇନ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦଣ୍ଡିତ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଶ୍ମୀରରେ ତୁଷାରପାତ

କାଶ୍ମୀରରେ ତୁଷାରପାତ

Read More...

  ନାଗାର୍ଜୁନ ବେଶର ସାଧାରଣ ଦର୍ଶନ ମନା

ନାଗାର୍ଜୁନ ବେଶର ସାଧାରଣ ଦର୍ଶନ ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page