ନାଗାର୍ଜୁନ ବେଶର ସାଧାରଣ ଦର୍ଶନ ମନା

November 24, 2020, ଓଡ଼ିଶା, , Anupambharat News Bureau


  ନାଗାର୍ଜୁନ ବେଶର ସାଧାରଣ ଦର୍ଶନ ମନା
Anupambharat News Bureau
November 24, 2020

ପୁରୀ, ୨୪ା୧୧(ଅନୁପମ ମିଡ଼ିଆ): ଆସନ୍ତା ୨୭ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବାକୁ ଯାଉଛି । ଶୃଙ୍ଖଳିତ ଭାବେ ବେଶ ସମାପନ ନେଇ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ଭକ୍ତ ନିବାସରେ ଆୟୋଜିତ ଏହି ଛତିଶାନିଯୋଗ ବୈଠକ । ଡ଼ିସେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଖୋଲିବ ଶ୍ରୀମନ୍ଦିର । ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯିବ । ସେହି ଏସଓପି ଆଧାରରେ ମନ୍ଦିର ଖୋଲିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. କ୍ରିଶନ କୁମାର କହିଛନ୍ତି । ତେଣୁ ଏବେ ନାଗାର୍ଜୁନ ବେଶର ସାଧାରଣ ଦର୍ଶନ ହୋଇପାରିବ ନାହିଁ । ଫଳରେ ଦୁଇ ଦିନ ପରେ ଅନୁଷ୍ଠିତ ହେବାକୁ ଥିବା ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ରହିବେ ଶ୍ରଦ୍ଧାଳୁ । ତେବେ ସେହିଦିନ ପତିତପାବନ ଦର୍ଶନ ହୋଇପାରିବ କି ନାହିଁ ୨୪ ଘଣ୍ଟା ପୂର୍ବରୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେବ ବୋଲି ସେ କହିଛନ୍ତି । ଆଜି ବୈଠକରେ ଯୋଗଦେଇ ଫେରିବା ପରେ ସେ ଏହା କହିଛନ୍ତି । ନାଗାର୍ଜୁନ ବେଶକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେବାୟତ ବେଶରେ ଯେପରି କେହି ମନ୍ଦିର ଭିତରକୁ ପଶିନଯିବେ ତାହା ଉପରେ ନଜର ରଖାଯିବ । ଯଦି କୌଣସି ବ୍ୟକ୍ତି ବିଶେଷ ଏପରି ଦୁଃସାହଶ କରନ୍ତି , ତେବେ ତାଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେହିପରି ନାଗାର୍ଜୁନ ବେଶ ସମୟରେ ମୋବାଇଲ୍‌ ସମ୍ପୂର୍ଣ୍ଣ ମନା । ଏଣୁ ମୋବାଇଲ ଚେକିଂ ପାଇଁ ଏକ ସ୍ୱତନ୍ତ୍ର ଯାଞ୍ଚ ବ୍ୟବସ୍ଥା କରାଯାଉଛି । ନାଗାର୍ଜୁନ ବେଶ ଦିନ ରାତି ଦୁଇଟାରେ ଦ୍ୱାରଫିଟା ଯାଇ ବେଶ ଉପକରଣ ମନ୍ଦିର ଭିତରକୁ ପ୍ରବେଶ କରିବ ବୋଲି ସେ କହିଛନ୍ତି । ବୈଠକ ଶେଷ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ଡଃ. କ୍ରିଷନ କୁମାର କହିଛନ୍ତି ଯେ, ଭକ୍ତ ମାନେ ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ପାଇଁ ମ୍ୟାନେଜିଂ କମିଟି ବୈଠକରେ ଆଜି ନିଷ୍ପତ୍ତି ହୋଇଛି । ଏନେଇ ରୂପରେଖ ପ୍ରସ୍ତୁତ ଚାଲିଛି । ଆମର ଅଶା ରହିଛି ଯଦି ସବୁ କିଛି ଠିକ୍‌ ରହିଲା । ତେବେ ପ୍ରାୟତଃ ଡ଼ିସେମ୍ବର ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଭକ୍ତ ମାନଙ୍କ ଦର୍ଶନ ଆରମ୍ଭ ହେବ । ସେଥିପାଇଁ ନାଗାର୍ଜୁନ ବେଶର ଦର୍ଶନ ଭକ୍ତ ମାନଙ୍କ ପାଇଁ ବନ୍ଦ ରହିବ ଯାହା ପୂର୍ବରୁ ନିଷ୍ପତ୍ତି ନିଆଯାଇଛି ।
ତେବେ ପତିତପାବନ ପାବନ ଦର୍ଶନ ଚାଲୁ ରହିଛି । ଭକ୍ତ ମାନେ ପତିତପାବନ ଦର୍ଶନ କରିପାରୁଛନ୍ତି । ନାଗାର୍ଜୁନ ବେଶ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ସେ କହିଛନ୍ତି । ମହାପ୍ରଭୁଙ୍କ ପାଇଁ ଅନ୍‌ ଲାଇନ୍‌ରେ ଦାନ ଗ୍ରହଣ କରିବା ପାଇଁ (ଏଫସିଆର) ବ୍ୟବସ୍ଥା ହୋଇଛି । ଏହାଦ୍ୱାରା ବିଦେଶରେ ରହୁଥିବା ଲୋକେ ମହାପ୍ରଭୁଙ୍କୁ ଦାନ ହିସାବରେ ଅର୍ଥ ପଠାଇପାରିବେ । ଏନେଇ ଆୟକର ବ୍ୟବସ୍ଥା ନିରୀକ୍ଷଣ କରାଯାଉଛି । ତଦାରଖ ପାଇଁ ଜଣେ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର କହିଛନ୍ତି । ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସେବାୟତ ଓ ବିଭିନ୍ନ ନିଯୋଗର ସଦସ୍ୟ ଉପସ୍ଥିତ ଥିବା ଜଣାପଡିଛି । ଜିଲ୍ଲାପାଳ ବଲବନ୍ତ ସିଂହ, ଏସପି କନୱର ବିଶାଲ ସିଂହ ଓ ଛତିଶାନିଯୋଗର ମହାନାୟକ ଯୋଗ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା , ବୁଡ ମନା

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା , ବୁଡ ମନା

Read More...

ଗିରଫ ହେଲେ କମେଡି କୁଇନ ଭାରତୀ

ଗିରଫ ହେଲେ କମେଡି କୁଇନ ଭାରତୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page