କାଶ୍ମୀରରେ ତୁଷାରପାତ

November 24, 2020, ଦେଶ, , Anupambharat News Bureau


କାଶ୍ମୀରରେ ତୁଷାରପାତ
Anupambharat News Bureau
November 24, 2020


ଜମ୍ମୁ-କାଶ୍ମୀର ସମେତ ଦିଲ୍ଲୀର ତାପମାତ୍ରା ଅସ୍ୱାଭାବିକ ଭାବେ ହ୍ରାସ ପାଇଛି । ଏଥିସହିତ ଉତ୍ତର ଭାରତରେ ଶୀତର ଲହରୀ ଜାରି ରହିଛି । ଦିଲ୍ଲୀରେ ଆଜି ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରି ସେଲ୍ସିୟସକୁ ଖସି ଆସିଛି, ଯାହା କି ଗତ ୧୭ ବର୍ଷ ମଧ୍ୟରେ ନଭେମ୍ବର ମାସର ସର୍ବନିମ୍ନ ତାପମାତ୍ରା । ସେହିଭଳି ଜାମ୍ମୁ-କାଶ୍ମୀର ଉପତ୍ୟକାରେ ଚଳିତ ଋତୁର ପ୍ରଥମ ତୁଷାରପାତ ହୋଇଛି । ସୋମବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୩ ଡିଗ୍ରିକୁ ଖସି ଆସିଛି । ୨୦୦୩ ନଭେମ୍ବରଠାରୁ ଦୀର୍ଘ ୧୭ ବର୍ଷ ମଧ୍ୟରେ ଚଳିତ ନଭେମ୍ବରରେ ସର୍ବନିମ୍ନ ତାପମାତ୍ରା ଦିଲ୍ଲୀରେ ରେକର୍ଡ କରାଯାଇଛି । ରବିବାର ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୯ ଡିଗ୍ରି ଥିଲାବେଳେ ସୋମବାର ଏହା ୬.୩ ଡିଗ୍ରିକୁ ଖସି ଆସିଛି । ୨୦୦୩ ମସିହା ନଭେମ୍ବର ମାସରେ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୧ ଡିଗ୍ରି ରେକର୍ଡ କରାଯାଇଥିଲା ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ଆଞ୍ଚଳିକ ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>

Read More...

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା , ବୁଡ ମନା

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା , ବୁଡ ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page