ବିଶ୍ୱ ପରିବେଶ ଦିବସ : ଏମ୍‌ଏସ୍‌ପି କାରଖାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 05, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ବିଶ୍ୱ ପରିବେଶ ଦିବସ : ଏମ୍‌ଏସ୍‌ପି କାରଖାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
Anupambharat News Bureau
June 05, 2020

କେନ୍ଦୁଝର, ୫ା୬: ବିଶ୍ୱ ପରିବେଶ ଦିବସ ଅବସରରେ ହଳଦିଆଗୁଣାସ୍ଥିତ ଏମ୍‌ଏସ୍‌ପି ସ୍ପଞ୍ଜ ଆଇରନ କାରଖାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ ପରିବେଶ ଦିବସରେ ପ୍ରତିବର୍ଷ ପରି ଚଳିତବର୍ଷର ସ୍ଲୋଗାନ ‘ଜୈବ ବିବିଧତା’ ଶୀର୍ଷକ କାର୍ଯ୍ୟକ୍ରମରେ କମ୍ପାନୀର ସଭାପତି ଇଂ ଦେବବ୍ରତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ କର୍ମଚାରୀମାନେ ଏକତ୍ରିତ ହୋଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସଂପ୍ରତି କୋଭିଡ୍‌-୧୯ ମହାମାରୀ ସମୟରେ ଏମ୍‌ଏସ୍‌ପି ଫାୟାର ବ୍ରିଗେଡ ତରଫରୁ ବିଭିନ୍ନ ଅନୁଷ୍ଠାନ, ଗ୍ରାମ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ନିକଟବର୍ତ୍ତୀ ବଜାର ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ବିଶୋଧିତ କରିଥିବାରୁ ସମସ୍ତ ଅଗ୍ନି ନିରୋଧକ କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିିତ ଚଳିତବର୍ଷ ପାଇଁ ୩ହଜାର ବୃକ୍ଷରୋପଣ କାର୍ଯ୍ୟକ୍ରମକୁୁ ସଫଳ କରିବାକୁ ସ୍ଥିରୀକୃତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ସଞ୍ଜୟ କୁମାର ସାହୁ, ଆଦିତ୍ୟ ଦାସ, ତାପସ ଆଚାର୍ଯ୍ୟ, ବେଣୁଧର ମହାନ୍ତ, ପ୍ରିୟବ୍ରତ ସାମଲ, ହେମନ୍ତ ମହାକୁଡ, ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି

ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି

Read More...

ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଏବଂ ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଏବଂ ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page