ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି

June 05, 2020, ଓଡ଼ିଶା, ପୁରୀ, Anupambharat News Bureau


ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି
Anupambharat News Bureau
June 05, 2020

ପୁରୀ,୫ା୬(ଅନୁପମମିଡ଼ିଆ): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉସିବ ବିନା ଭକ୍ତରେ ପାଳିତ ହୋଇଯାଇଛି । ଗତକାଲି ରାତି ଗୋଟାଏ ୨୫ରେ ମହାପ୍ରଭୁଙ୍କର ମଙ୍ଗଳାର୍ପଣ ନୀତି ଶେଷ ହେବା ପରେ ରତ୍ନ ସିଂହାସନରୁ ଶ୍ରୀଜୀଉଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଜୀଉମାନେ ରତ୍ନି ସିଂହାସନରୁ ସାତ ପାହାଚ ନିକଟରେ ପହଞ୍ଚିବା ପରେ ସେମାନଙ୍କ ମସ୍ତକରେ ଟାହିୟା ଲଗାଯାଇଥିଲା । ପରେ ଦୈତା ସେବାୟତ ମାନେ ଧାଡି ପହଣ୍ଡିରେ ଆନନ୍ଦ ବଜାର ଦେଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନ ମଣ୍ଡପରେ ବିଜେ କରାଇଥିଲେ । ପରେ ସ୍ନାନ ମଣ୍ଡପରେ ମଙ୍ଗଳା ଆଳତି ଅବକାଶ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥିଲା । ମା’ଶୀତଳାଙ୍କ ପରିସରରେ ଥିବା ସୁନାକୁଅଁରୁ ସୁନା ଗୋସେଇଁ ୧୦୮ ଗଡୁ ଜଳ ଆଣି ଅଧିବାସ ଗୃହରେ ରଖିଥିଲେ । ପରେ ଘଟୁଆରୀ ସେବାୟତ ଚନ୍ଦନ କର୍ପୂର କସ୍ତୁରୀ ଆଦି ମିଶାଥିଲେ । ଗରାବଡୁ ସେବାୟତ ଅଧିବାସ ଗୃହରୁ ଜଳ ଆଣି ସ୍ନାନ ମଣ୍ଡପରେ ରଖିଥିଲେ । ଉକ୍ତ ଜଳକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା । ଗରାବଡୁ ସେବାୟତ ମାନେ ସ୍ନାନ ମଣ୍ଡପରେ ଏହି ସୁବାସୀତ ଜଳକୁ ଶ୍ରୀଜୀଉଙ୍କ ମସ୍ତକରେ ଲାଗି କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୮ ଗଡୁ,ବଳଭଦ୍ରଙ୍କୁ ୩୫,ଦେବୀ ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ ଗଡୁ ପାଣି ଲାଗି କରାଯାଇଥିଲା । ମହାପ୍ରଭୁଙ୍କର ଏହି ପବିତ୍ର ସ୍ନାନ ଦେଖିବା ପାଇଁ ସବୁ ବର୍ଷ ଭଳି ଚଳିତ ବର୍ଷ ବଡଦାଣ୍ଡ ଭକ୍ତ ଶୂନ୍ୟ ହୋଇଯାଇଥିଲା । ସ୍ନାନ ପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଛେରା ପହଁରାରେ ଅନୁପସ୍ଥିତ ଥିବା ଯୋଗୁଁ ତାଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ । ଛେରା ପହଁରା ସରିବା ପରେ ମହାପ୍ରଭୁଙ୍କର ଦୁର୍ଲଭ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା । ଆଜି କି;ୁ ସମସ୍ତ ନୀତି ହୋଇଥିଲା ବିନା ଭକ୍ତରେ । ବଡଦାଣ୍ଡ ଆଜି ଖାଁ ଖାଁ ଲାଗୁଥିଲା । ଗଜାନନ ବେଶ ପରେ ସକାଳ ଧୂପ ଓ ଅନ୍ୟାନ୍ୟ ନୀତି କରାଯାଇଥିଲା । ପୁଷ୍ପାଞ୍ଜଳୀ ଓ କୋରା ଲାଗି ପରେ ମହାପ୍ରଭୁଙ୍କର ବାହୁଡା ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।ମହାପ୍ରଭୁଙ୍କୁ ସ୍ନାନ ମଣ୍ଡପରୁ ଗୋଟି ପହଣ୍ଡି କରାଯାଇ ଅଣସର ପିଣ୍ଡି କୁ ନିଆଯାଇଥିଲା । ଆସନ୍ତା କାଲିଠାରୁ ମହାପ୍ରଭୁ ଅନବସର ଘରେ ରହିବେ ଏବଂ ପଟ୍ଟିଦିଅଁଙ୍କୁ ସାଧାରଣ ଲୋକ ଦର୍ଶନ କରିପାରିବେ । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତ ମନ୍ଦିର ଓ ଧାର୍ମିୟ ଅନୁଷ୍ଠାନ ଗୁଡିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ମହାପ୍ରଭୁ ଅନବସର ଘରେ ରହିବା ପରେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କର ଗୁପ୍ତ ନୀତି କରାଯିବ । ମହାପ୍ରଭୁ ଅନବସର ଘରେ ରହିବା ସମୟରେ ବ୍ରହ୍ମଗରି ସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ ଙ୍କ ଦର୍ଶନ ମିଳିଥାଏ ବୋଲି ପୁରାଣ ବିଦିତ ଅଛି । ସ୍ନାନ ଯାତ୍ରା ପାଇଁ ପୁରୀ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମନ୍ଦିର ଭିତରେ ଓ ମନ୍ଦିର ଚତୁପାଶ୍ୱର୍ ଓ ଅନ୍ୟାନ୍ୟ ସ୍ଥାନ ଗୁଡିକରେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । କୋଭିଡ୍‌-୧୯ ଆଇନ ଅନୁଯାୟୀ ସିମୀତ ସେବାୟତଙ୍କ ଦ୍ୱାରା ସମସ୍ତ ନୀତି ଅନୁଷ୍ଠିତ ହୋଇଥିଲା । ଯେଉଁ ମାନେ ମହାପ୍ରଭୁଙ୍କର ପହଣ୍ଡି ବିଜେରେ ସାମିଲ ହୋଇଥିଲେ ସେମାନଙ୍କୁ ଗୋଲଡେନ୍‌ ପାସ୍‌ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିଲା । ଆଜିର ଏହି ଉତ୍ସବରେ ଜିଲ୍ଲାପାଳ ବଲବନ୍ତ ସିଂ, ଆରକ୍ଷୀ ଅଧୀକ୍ଷକ ଡା. ଉମାଶଙ୍କର ଦାଶ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଚଳିତବର୍ଷ ଅନ୍ୟ କୌଣସି ଟିଭି ଚ୍ୟାନେଲକୁ ସିଧାପ୍ରସାରଣ ପାଇଁ ସୁଯୋଗ ନଦିଆଯାଇ ଦୂରଦର୍ଶନକୁ ସୁବିଧା ଦିଆଯାଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରଥମ ଥର ପାଇଁ ସ୍ନାନପୂର୍ଣ୍ଣମୀରେ ମିଡିଆ ପାସ୍‌ ଦିଆଯାଇଥିଲେ ମଧ୍ୟ ଏ ଦିଗରେ ପାତର ଅନ୍ତର କରାଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧି ଅଭିଯୋଗ କରିଥିଲେ । ଏସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଆମେ ଏ ବିଷୟରେ କିଛି ଜାଣିନାହୁଁ, ସମସ୍ତ ପାସ୍‌ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ପ୍ରକାଶ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ

ଆଜିଠୁ ୧୧ ଜିଲ୍ଲାରେ ଦୁଇ ଦିନିଆ ସଟ୍‌ଡାଉନ

Read More...

ବିଶ୍ୱ ପରିବେଶ ଦିବସ : ଏମ୍‌ଏସ୍‌ପି କାରଖାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଶ୍ୱ ପରିବେଶ ଦିବସ : ଏମ୍‌ଏସ୍‌ପି କାରଖାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page