ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଏବଂ ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

June 05, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଏବଂ ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର
Anupambharat News Bureau
June 05, 2020

କେନ୍ଦୁଝର, ୫ା୬ (ଅନୁପମ ମିଡିଆ): କେନ୍ଦୁଝର ବ୍ଲଡ ବ୍ୟାଙ୍କ ପରିସରରେ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ ଏବଂ ମାରୱାଡି ଯୁବ ମଂଚ ମଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । କରୋନା ପାଇଁ ଲକ୍‌ଡାଉନ ସମୟରେ ରକ୍ତର ବହୁଳ ଆବଶ୍ୟକତା ଥିବା ସ୍ଥଳେ ଏହି ସମୟରେ ରକ୍ତଦାନ କରିବା ପାଇଁ କ୍ଲବର ସଦସ୍ୟମାନେ ନିଷ୍ପତ୍ତି ନେଇଥିଲେ । ବିଶେଷ କରି ନିୟମିତ ଭାବେ ରକ୍ତର ଆବଶ୍ୟକତା ରଖୁଥିବା ରକ୍ତହୀନତା,ଥାଲାସେମିଆ ଆଦି ରୋଗୀଙ୍କ ସହ ଗର୍ଭବତୀ ମହିଳାଙ୍କ ସମସ୍ୟା ଦୂରରେ ଅନେକାଂଶରେ ସହାୟତା କରିବ । ଏଥିରେ ମୋଟ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଜିଲ୍ଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଅନୁଜା ତ୍ରିପାଠୀ ଏବଂ ଲାବରୋଟାରୀ ଟେକ୍ନିସିଆନ୍‌ଙ୍କ ପ୍ରତ୍ୟକ୍ଷ ତ‰ାବଧାନରେ ଏହି ରକ୍ତଦାନ ଶିବିରରେ କ୍ଲବର ସଦସ୍ୟମାନେ ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରରେ ମାରୱାଡି ସମାଜର ସମ୍ପାଦକ ଅଜୟ ଅଗ୍ରୱାଲ,ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମେଳନ କେନ୍ଦୁଝର ଶାଖାର ସଭାପତି କଲ୍ୟାଣୀ ଶର୍ମା,ସମ୍ପାଦକ ମମତା ଅଗ୍ରୱାଲ,କୋଷାଧ୍ୟକ୍ଷ ସାରଳା ଜୈନ,ସଦସ୍ୟ ସୁନିତା ଅଗ୍ରୱାଲ,ସୁମନ ଚିରାଣିଆ,ଅଞ୍ଜୁ ଚାନ୍ଦକୋଟିଆ,ଉଷା ନେଉଟିଆ,ଶ୍ୟାମା ମୁଣ୍ଡ୍ରା,ରୀତା ଗୋଏଙ୍କା,ଲିନା ଜୈନ,ଶ୍ୟାମା ଶର୍ମା,ଅନିତା ଅଗ୍ରୱାଲ,ସନ୍ଧ୍ୟା ଅଗ୍ରୱାଲ,ମାରୱାଡି ଯୁବ ମଂଚର ସଭାପତି ମନୀଷ ପାରିକ,ସମ୍ପାଦକ ସନ୍ତୋଷ ଅଗ୍ରୱାଲ ପ୍ରମୁଖ ରକ୍ତାଦାନ କରିବା ସହ ରକ୍ତଦାନ ଶିବିରକୁ ସଫଳ କରିବାରେ ସହଯୋଗ କରିଥିଲେ । ରକ୍ତଦାନ ସମୟରେ କୋଭିଡ-୧୯ର ନିୟମ ପାଳନ ସହ ସାମାଜିକ ଦୂରତ୍ୱ ନିୟମ ଅବଲମ୍ବନ ପୂର୍ବକ ରକ୍ତ ଦାନ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱ ପରିବେଶ ଦିବସ : ଏମ୍‌ଏସ୍‌ପି କାରଖାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଶ୍ୱ ପରିବେଶ ଦିବସ : ଏମ୍‌ଏସ୍‌ପି କାରଖାନା ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Read More...

ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ

ଚୀନକୁ ଚ୍ୟାଲେଞ୍ଜ୍‌: ଭାରତ ସପକ୍ଷରେ ଅଷ୍ଟ୍ରେଲିଆ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page