ବଦଳିଲା ସଙ୍ଗରୋଧ ନିୟମ: ଏଣିକି ୧୪ ଦିନ

May 24, 2020, ଓଡ଼ିଶା, , Anupambharat News Bureau


ବଦଳିଲା ସଙ୍ଗରୋଧ ନିୟମ: ଏଣିକି ୧୪ ଦିନ
Anupambharat News Bureau
May 24, 2020

ଭୁବନେଶ୍ୱର, ୨୪ା୫(ଅନୁପମମିଡ଼ିଆ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସଙ୍ଗରୋଧ ନିୟମରେ ପରିବର୍ତ୍ତନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।ସେ କହିଛନ୍ତି ଯେ,ବର୍ତ୍ତମାନ ବାହାରୁ ଆସୁଥିବା ଲୋକ ମାନେ ୧୪ ଦିନ ସଙ୍ଗରୋଧରେ ରହିବେ । ଗ୍ରାମାଞ୍ଚଳକୁ ଆସୁଥିବା ଲୋକ ମାନେ ସାତ ଦିନ ବାଧ୍ୟତାମୂଳକ ଭାବେ ସଙ୍ଗରୋଧରେ ରହିବେ । ଏହା ପରେ ଯାହାର ଲକ୍ଷଣ ଦେଖା ନଯିବ ସେମାନଙ୍କୁ ସାତ ଦିନ ଘରେ ସଙ୍ଗରୋଧରେ ରହିବାକୁ ପଡିବ । ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସେ କହିଛନ୍ତି ଯେ ପ୍ରବାସୀ ମାନଙ୍କୁ କ ୍ୱାରେଣ୍ଟାଇନରେ ରଖା ଯାଉଥିବାରୁ ସ୍ଥିତି ନିୟନ୍ତ୍ରଣରେ ଅଛି । ଜେନା କହିଛନ୍ତି ଯେ ରାଜ୍ୟ ବାହାରୁ ଓଡ଼ିଶାକୁ ଆସୁଥିବା ଲୋକମାନଙ୍କ ପାଇଁ ୧୪ ଦିନିଆ କ ୍ୱାରେଣ୍ଟାଇନ ବ୍ୟବସ୍ଥା ରହିଛି । ସ୍ଥାନୀୟ କର୍ତ୍ତୃପକ୍ଷ/ଜିଲ୍ଲାପାଳମାନେ ଏହି ୧୪ ଦିନିଆ କ ୍ୱାରେଣ୍ଟାଇନ୍‌ ବ୍ୟବସ୍ଥାକୁ କାର୍ଯ୍ୟକାରୀ
କରାଇବେ । ଗ୍ରାମାଞ୍ଚଳକୁ ଆସୁଥିବା ପ୍ରବାସୀ ଓଡ଼ିଆ ସାତ ଦିନ ପର୍ଯ୍ୟନ୍ତ ବାଧ୍ୟତାମୂଳକ ପଞ୍ଚାୟତ ସ୍ତରୀୟ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରହିବେ । ଏହା ପରେ ଯେଉଁମାନଙ୍କର କୌଣସି ରୋଗର ଲକ୍ଷଣ ଦେଖା ନଯିବ ସେମାନଙ୍କୁ ଆଉ ୭ ଦିନ ପର୍ଯ୍ୟନ୍ତ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । ସେହିପରି ସହରାଞ୍ଚଳକୁ ଆସୁଥିବା ପ୍ରବାସୀ ଓଡ଼ିଆ ବାଧ୍ୟତାମୂଳକ ଭାବରେ ଘର କ୍ୱାରେଣ୍ଟାଇନ୍‌୍‌ରେ ରହିବେ । ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ସମସ୍ତ କ୍ୱାରେଣ୍ଟାଇନ୍‌୍‌ ସର୍ତ୍ତାବଳୀକୁ ପାଳନ କରିବେ । ଯଦି କୌଣସି ପ୍ରବାସୀ ଓଡ଼ିଆଙ୍କର ଘରେ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ ସଠିକ୍‌ ସୁବିଧା ନଥାଏ ସେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ଆନୁଷ୍ଠାନିକ ହୋଟେଲ୍‌ରେ ଦେୟଯୁକ୍ତ କ୍ୱାରେଣ୍ଟାଇନ୍‌୍‌ରେ ରହିପାରିବେ ବୋଲି ଜେନା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ

Read More...

ଜଳୁଛି ପଶ୍ଚିମ ଓଡ଼ିଶା

ଜଳୁଛି ପଶ୍ଚିମ ଓଡ଼ିଶା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page