ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ

May 24, 2020, ଓଡ଼ିଶା, , Anupambharat News Bureau


ଆଉ ୬୭ କରୋନା ଆକ୍ରାନ୍ତ ଚିହ୍ନଟ
Anupambharat News Bureau
May 24, 2020

ଭୁବନେଶ୍ୱର, ୨୪ା୫(ଅନୁପମମିଡ଼ିଆ): ରାଜ୍ୟରେ ଆଉ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୩୩୬ରେ ପହଞ୍ଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ଜଣ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଚାରି ଜଣ ହୋମ କ ୍ୱାରେଣ୍ଟାଇନରେ ତଥା ତିନି ଜଣ ସ୍ଥାନୀୟ ଲୋକ ଥିବା ଜଣା ପଡିଛିା ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଏମାନଙ୍କ ମଧ୍ୟରୁ ୭ ଜଣ ଗଞ୍ଜାମ ଜିଲ୍ଲାରୁ ଓ ପୁରୀ ଜିଲ୍ଲାରୁ୧୬ ଜଣ ରହିଛନ୍ତି । ସେହିପରି ନୟାଗଡ ଜିଲ୍ଲାରୁ ୧୩, ବଲାଙ୍ଗିର ଜିଲ୍ଲାରୁ ସାତ, ଅନୁଗୁଳ ଜିଲ୍ଲାରୁ ଛ’,ସୁନ୍ଦରଗଡ ଜିଲ୍ଲାରୁ ଚାରି, ଖୋର୍ଦ୍ଧା ଜିଲ୍ଲାରୁ ତିନି, କଟକ ଜିଲ୍ଲାରୁ ଦୁଇ, କଳାହାଣ୍ଡି ଜିଲ୍ଲାରୁ ଚାରି, ମାଲକାନଗିରି ଜିଲ୍ଲାରୁ ଦୁଇ, ଜଗତସିଂହପୁର ଜିଲ୍ଲାରୁ ଜଣେ, ଢେଙ୍କାନାଳ ଜିଲ୍ଲାରୁ ଜଣେ ଓ ନୂଆପଡା ଜିଲ୍ଲାରୁ ଜଣେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଅନୁସାରେ ପୁରୀ ଜିଲ୍ଲାର ୧୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୫ ଜଣ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବେଳେ ଜଣେ ସ୍ଥାନୀୟ ବ୍ୟକ୍ତି ହୋମ କ ୍ୱାରେଣ୍ଟାଇନରେ ଥିଲେ । ଏମାନଙ୍କ ମଧ୍ୟରୁ ୧୧ ଜଣ ସୁରତରୁ ଫେରିଥିବା ବେଳେ ତିନି ଜଣ ପଶ୍ଚିମ ବଙ୍ଗ ଓ ଜଣେ ତାମିଲନାଡୁରୁ ଫେରିଥିଲେ । ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ସ୍ଥାନୀୟ ହୋଇଥିବା ବେଳେ ସେ ହୋମ କ ୍ୱାରେଣ୍ଟାଇନରେ ଥିଲେ । ସେହିପରି ସୁନ୍ଦରଗଡର ଚାରି ଜଣ ସଂକ୍ରମିତଙ୍କ ମଧ୍ୟରେ ସମସ୍ତେ କ ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଜଣେ ତାମିଲନାଡୁ ଓ ଜଣେ ପଶ୍ଚିମବଙ୍ଗରୁ ଫେରିଥିଲେ । ମାଲକାନଗିରିର
ଦୁଇ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ସମସ୍ତେ ତାମିଲନାଡୁ ଫେରନ୍ତା ଓ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ଜଗତସିଂହପୁର ଜିଲ୍ଲାର ଜଣେ ଆକ୍ରାନ୍ତ ଗୁଜୁରାଟରୁ ଫେରିଥିଲେ ଓ ସେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ।
କଳାହାଣ୍ଡି ଜିଲ୍ଲାର ଚାରି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପଶ୍ଚିମ ବଙ୍ଗ ଫେରନ୍ତା ଓ ଦୁଇ ଜଣ ସ୍ଥାନୀୟ ଅଛନ୍ତି । ସେମାନା କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ନୂଆପଡା ଜିଲ୍ଲାରେ ଆକ୍ରାନ୍ତ ଜଣଙ୍କ ମହାରାଷ୍ଟ୍ରରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେହିପରି ଢେଙ୍କାନାଳ ଜିଲ୍ଲାର ଜଣେ ଆକ୍ରାନ୍ତ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ବିମାନ ସେବା, ଗଡ଼ିବ ବସ୍‌ ଓ ଟ୍ୟାକ୍ସି

ଆଜିଠୁ ବିମାନ ସେବା, ଗଡ଼ିବ ବସ୍‌ ଓ ଟ୍ୟାକ୍ସି

Read More...

ବଦଳିଲା ସଙ୍ଗରୋଧ ନିୟମ: ଏଣିକି ୧୪ ଦିନ

ବଦଳିଲା ସଙ୍ଗରୋଧ ନିୟମ: ଏଣିକି ୧୪ ଦିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page