ଜଳୁଛି ପଶ୍ଚିମ ଓଡ଼ିଶା

May 24, 2020, ଓଡ଼ିଶା, କେନ୍ଦୁଝର, Anupambharat News Bureau


ଜଳୁଛି ପଶ୍ଚିମ ଓଡ଼ିଶା
Anupambharat News Bureau
May 24, 2020

ଭୁବନେଶ୍ୱର, ୨୪ା୫(ଅନୁପମମିଡ଼ିଆ): ଓଡିଶା ମଧ୍ୟକୁ ଉତ୍ତରପଶ୍ଚିମ ଦିଗରୁ ଗରମ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେଉ ଥିବାରୁ ଆସନ୍ତା ପାଞ୍ଚ ଦିନ ପାଇଁ ରାଜ୍ୟର ୧୦ ଜିଲ୍ଳାକୁ ହିଟ େୱଭ ୱାର୍ଣ୍ଣିଂ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୦ଟି ଜିଲ୍ଲା ହେଲା ଅନୁଗୁଳ ,ବୌଦ୍ଧ, ସୋନପୁର, ବଲାଙ୍ଗୀର. କଳାହାଣ୍ଡି, ନୂଆପଡା, ବରଗଡ, ଝାରସୁଗୁଡା, ମାଲକାନଗିରି ଓ ସମ୍ବଲପୁର । ଆଜିଠୁ ୨୯ ତାରିଖ ଯାଏଁ ହିଟେୱଭ ନେଇ ସତର୍କ ରହିବାକୁ କୁହାଯାଇଛି । ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବା ବେଳେ ଅସୁସ୍ଥ ବ୍ୟକ୍ତି ,ଛୋଟ ପିଲା, ଓ ବୟସ୍କ ବ୍ୟକ୍ତିଙ୍କୁ ଖରାରୁ ଦୂରେଇ ରଖିବାକୁ ପରାମର୍ଶ ଦିଆଯାଇଛି । ଆଜି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ଠାରେ ସର୍ବାଧିକ ୪୫.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା ବେଳେ ୧୪ଟି ସହରରେ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ତାପମାତ୍ରା ରେକର୍ଡ କରାଯାଇଛି । ତାଳଚେରରେ ୪୪.୩, ଭବାନୀପାଟଣା, ବଲାଙ୍ଗୀରରେ ୪୪ ଡିଗ୍ରୀ ସେଲସିୟସ, ମାଲକାନଗିରିରେ ୪୩.୧, ସୋନପୁରରେ ୪୩ , ଅନୁଗୋଳରେ ୪୨.୫, ସମ୍ବଲପୁରେ ୪୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଛି । ସେହିପପରି ପାରଳାଖେମୁଣ୍ଡିର ତାପମାତ୍ରା ୪୨.୨ ଡିଗ୍ରୀ ସେଲସିୟସ ଥିବା ବେଳେ ହୀରାକୁଦରେ ୪୧.୯, ଫୁଲବାଣୀ, ବୌଦ୍ଧରେ ୪୧.୮, ଝାରସୁଗୁଡ଼ାରେ ୪୧.୬, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରହିଛି । ଏହା ବ୍ୟତୀତ ଦାରିଙ୍ଗିବାଡ଼ିର ତାପମାତ୍ରା ୩୮ ଡିଗ୍ରୀ ଥିବା ବେଳେ ନୟାଗଡ଼ରେ ୩୭.୫, କେଉଁଝର ଗଡ଼ରେ ୩୬.୬, ବାରିପଦାରେ ୩୬.୫, କୋରାପୁଟ, ରାୟଗଡ଼ାରେ ୩୬ ଡିଗ୍ରୀ ସେଲସିୟସ, ବାଲେଶ୍ୱର ୩୫.୫, ଚାନ୍ଦବାଲି ୩୫.୩, କଟକରେ ୩୫ ଡିଗ୍ରୀ ସେଲସିୟର ତାପମାତ୍ରା ରହିଛି । ରାଜଧାନୀ ଭୁବନେଶ୍ୱରରେ ୩୪.୭, ଛତ୍ରପୁରରେ ୩୪.୨, ପୁରୀରେ ୩୩, ଗୋପାଳପୁରରେ ୩୨.୯ ଓ ପାରାଦ୍ୱୀପରେ ୩୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଦଳିଲା ସଙ୍ଗରୋଧ ନିୟମ: ଏଣିକି ୧୪ ଦିନ

ବଦଳିଲା ସଙ୍ଗରୋଧ ନିୟମ: ଏଣିକି ୧୪ ଦିନ

Read More...

ଶ୍ୱାସରୁଦ୍ଧରୁ ତିନି ଭାଇ ମୃତ ଭଉଣୀର ନିର୍ବନ୍ଧ ନୋହିଲା

ଶ୍ୱାସରୁଦ୍ଧରୁ ତିନି ଭାଇ ମୃତ ଭଉଣୀର ନିର୍ବନ୍ଧ ନୋହିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page