ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌

January 18, 2020, ଓଡ଼ିଶା, , Anupambharat News Bureau


ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌
Anupambharat News Bureau
January 18, 2020

ଭୁବନେଶ୍ୱର,୧୮ ।୧(ଅନୁପମ ମିଡିଆ): ଯାତ୍ରୀଙ୍କୁ ସୁରକ୍ଷାକୁ ଯୋଗାଇ ଦେବାପାଇଁ ଟ୍ରାଫିକୁ ନିୟମକୁ କଡ଼ାକଡ଼ା କରାଯାଉଛି । ଏବେ ଟ୍ରାଫିକ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି ସରକାର ।ପ୍ରଥମେ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ବଧ୍ୟତା ମୂଳକ ଥିଲା । ଏଣିକି ଦୁଇ ଚକିଆ ଯାନ ପଛରେ ବସୁଥିବା ବ୍ୟକ୍ତିବି ହେଲମେଟ୍‌ ପନ୍ଧିବା ବାଧ୍ୟତା ମୂଳକ ହୋଇଛି । ଏହା ସହ ଆଇନ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦୁର୍ଘଟଣା ହାର ହ୍ରାସ କରିବା ଲାଗି ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ତତ୍‌ସହ କାର ଚାଳକ ସହ କାର୍‌ରେ ବସୁଥିବା ସମସ୍ତ ଯାତ୍ରୀମାନଙ୍କୁ ସିଟ୍‌ ବେଲଟ୍‌ ପିନ୍ଧିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ତେବେ ନୂଆ ମୋଟର ଯାନ ଆଇନର ସମୟ ସୀମା ମାର୍ଚ୍ଚ ପହିଲାରୁ ସରିବା ପରେ ଏହାକୁ ରାଜ୍ୟବ୍ୟାପୀ ଲାଗୁ କରାଯିବା ନେଇ ପୁଣି ଥରେ ଚେତାବନୀ ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ୩ମାସର ପରିବର୍ଦ୍ଧିତ ଅବଧି ସରିବା ପରେ ନୂଆ ମୋଟର ଯାନ ଆଇନ ରାଜ୍ୟରେ ପୁଣି ଥରେ କଡ଼ାକଡ଼ି ଭାବେ ଲାଗୁ କରାଯିବ । ପୁଣି ନିୟମ ଭାଙ୍ଗିଲେ
ଚାଳକଙ୍କଠାର
ୁ ମୋଟା ଅଙ୍କର ଫାଇନ ଆଦାୟ କରାଯିବ । ମାର୍ଚ୍ଚ ପହିଲାରୁ ଏହାକୁ ରାଜ୍ୟରେ କଡ଼ାକଡ଼ି କରାଯିବା ନେଇ ଦିଲ୍ଲୀରୁ ସଡ଼କ ସୁରକ୍ଷା ସମ୍ପର୍କିର୍ତ କେନ୍ଦୀୟ ବୈଠକରେ ସାମିଲ ହୋଇ ଫେରିବା ପରେ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ସେହିଭଳି ଆଇନ ଉଲ୍ଲଘଂନ କାରୀଙ୍କୁ ଜଗିବା ପାଇଁ ଜାତୀୟ ରାଜପଥ ତଥା ରାଜ୍ୟ ରାଜ ପଥରେ ମୋବାଇଲ ଭ୍ୟାନ୍‌ ବୁଲିବ । ପ୍ରତି
୩୦କିଲୋମିଟର ବ୍ୟବଧାନରେ ରହିବେ ସ୍ୱତନ୍ତ୍ର ସ୍କ୍ୱାର୍ଡ । ତେବେ ଅଧିକ ଷ୍ଟାପ୍‌ ନିଯୋଜିତ ସହ ଅଧିକ ଗାଡ଼ି କିଣିବା ପାଇଁ ଅର୍ଥର ଆବଶ୍ୟକତା ରହିଛି । ତେଣୁ ଆର୍ଥିକ ସହାୟତା ମିଳିଲେ ଅଧିକ ସ୍କ୍ୱାର୍ଡ ମୁତୟନ କରାଯିବ ବୋଲିି ବେହେରା କହିଛନ୍ତ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ

ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ

Read More...

ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ

ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page