ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ

January 18, 2020, ଓଡ଼ିଶା, , Anupambharat News Bureau


ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ
Anupambharat News Bureau
January 18, 2020

ସମ୍ବଲପୁର,୧୮ା୧(ଅନୁପମମିଡ଼ିଆ): ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡା ବାହାଲପଡାରେ ଦେଢବର୍ଷ ପୂର୍ବେ ବିବାହ କରିଥିବା ଆରତୀ ସିଂ (୨୦)ଙ୍କ ନିଖୋଜ ମାମଲାର ପର୍ଦ୍ଦାଫାଶ ହୋଇଛି । ଆରତୀଙ୍କୁ ତାଙ୍କ ସ୍ୱାମୀ କୁନାଲ ସିଂ ପରିବାର ଲୋକଙ୍କ ସହ ମିଶି ହତ୍ୟା କରିବା ପରେ ଶବକୁ ପୋତି ଦେଇଥିବା ନେଇ ପୋଲିସର ଅନୁମାନ ସତ୍ୟ ହୋଇଛି । ଘଟଣା ପରେ କୁନାଲଙ୍କ ପରିବାର ଫେରାର ହୋଇଯାଇଥିଲେ । ତଦନ୍ତ କରୁଥିବା ପୋଲିସର ଏକ ଟିମ୍‌ ବିହାରରୁ କୁନାଲଙ୍କୁ ଏଠାକୁ ଗତକାଲି ଆଣିଥିଲା ।
କୁନାଲଙ୍କ ବୟାନ ଅନୁଯାୟୀ ଆଜି ସକାଳେ ସମ୍ବଲପୁର ସିଟି ଷ୍ଟେସନ ନିକଟ ବାଗଡିଆପଡା ଆମ୍ବବୁରେଇ (ଆମ୍ବ ବଗିଚା) ପାଖରେ ମାଟି ଖୋଳି ଆରତୀଙ୍କ ଗଳିତ ଶବ ପୋଲିସ ଉଦ୍ଧାର କରିଛି । ମାଜିଷ୍ଟ୍ରେଟ ଏବଂ ଫରେନସିକ ଟିମ ଉପସ୍ଥିତିରେ ଶବ ଉଦ୍ଧାର କରାଯାଇଥିବାବେଳେ ଶବ ଯେଭଳି ଶୀଘ୍ର ନଷ୍ଟ ହୋଇଯିବ ସେଥିପାଇଁ ଗାତରେ ପ୍ରଚୁର ପରିମାଣରେ ଲୁଣ ପକାଯାଇଥିବା ଦେଖାଯାଇଥିଲା । ଘଟଣାସ୍ଥଳରେ ପଞ୍ଚନାମା ପରେ ପୋଲିସ ଏଫଏମଟି ଯାଞ୍ଚ ପାଇଁ ଶବକୁ ବୁର୍ଲା ଭିମସାରକୁ ପଠାଇଛି । କୁନାଲ, ତାଙ୍କ ଭାଇ, ସଢୁଙ୍କ ଭାଇଙ୍କ ସମେତ ୫ଜଣଙ୍କୁ ଅଟକ ରଖାଯାଇଥିବା ଏବଂ ଅଧିକ ତଦନ୍ତ ଜାରି ରହିଥିବା ଅତିରିକ୍ତ ଏସ୍‌ପି ପ୍ରଦୀପ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ବିହାର ରାଜ୍ୟ ଆରା ଜିଲା ଅନ୍ତର୍ଗତ ପଣ୍ଡୁରା ରାମପୁରର ସତ୍ୟେନ୍ଦ୍ର ସିଂଙ୍କ ଝିଅ ଆରତୀ ସେହି ଗ୍ରାମର ମୂଳ ବାସିନ୍ଦା ଏବଂ ସାକ୍ଷୀପଡା ଗୁଆଲାପଡାରେ ରହୁଥିବା କୁନାଲଙ୍କୁ ଦେଢବର୍ଷ ତଳେ ବିବାହ କରିଥିଲେ । ବିବାହ ସମୟରେ ସତ୍ୟେନ୍ଦ୍ର ଝିଅକୁ ନଗଦ ୪ଲକ୍ଷ ଟଙ୍କା ଯୌତୁକ ଦେଇଥିଲେ । ହେଲେ ବିବାହର ୬ମାସ ପରେ ବାପ ଘରୁ ଆାଉ ଏକ ଲକ୍ଷ ଟଙ୍କା ଏବଂ ଏକ ସୁନା ଚେନା ଆଣିବାକୁ କୁନାଲ ଓ ତାଙ୍କ ପରିବାର ଲୋକେ ଆରତୀଙ୍କୁ ନିର୍ଯାତନା ଦେଉଥିବା ସତ୍ୟେନ୍ଦ୍ର କହିଛନ୍ତି । କୁନାଲର ଅନ୍ୟ ଏକ ଝିଅ ସହ ମଧ୍ୟ ସମ୍ପର୍କ ଥିବାରୁ ଆରତୀଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସତ୍ୟେନ୍ଦ୍ର ଅଭିଯୋଗ କରିଛନ୍ତି । ସତ୍ୟେନ୍ଦ୍ର ଗତ ୭ ତାରିଖ ଦିନ ଏଠାକୁ ଆସି ଧନୁପାଲି ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶ ଯେ, ଗତବର୍ଷ ଡିସେମ୍ବର ୩୧ ତାରିଖ ସକାଳେ ସେ ଫୋନରେ ଆରତୀଙ୍କ ସହ କଥା ହୋଇଥିଲେ ।
ପରଦିନ ନବବର୍ଷରେ ତାଙ୍କ ପତ୍ନୀ କୁସୁମ ଝିଅ ସହିତ କଥା ହେବାକୁ ଫୋନ କରିଥିଲେ କି;ୁ ଆରତୀ କେଉଁ ଆଡେ ଯାଇଛନ୍ତି କହି କଥା ହେବାକୁ ଦିଆଯାଇ ନଥିଲା । ୨ ତାରିଖ ଦିନ ସେ ପୁଣି ଫୋନ କରିବାରୁ କୁନାଲ ଫୋନ ଉଠାଇଥିଲେ କି;ୁ ଆରତୀଙ୍କ ସହ କଥା ହେବାକୁ ଦେଇ ନଥିଲେ । ଏଣେ ୫ ତାରିଖରୁ କୁନାଲଙ୍କ ପରିବାର ଘରୁ କେଉଁ ଆଡେ ଫେରାର ହୋଇଯାଇଥିବା ଖବର ପାଇ ସତ୍ୟେନ୍ଦ୍ର ଏଠାରେ ପହଞ୍ଚି ଧନୁପାଲି ଥାନାରେ ଅଭିଯୋଗ କରିବାରୁ ଆରତୀ ନିଖୋଜ ଥିବା ନେଇ ଏତଲା ହୋଇଥିବା ଜଣାପଡିଥିଲା । ଏଣେ ଆରତୀ ନିଖୋଜ ହେବା ଏବଂ ତାଙ୍କ ପରିବାର ଲୋକେ ଘରୁ ଫେରାର ମାରିବା ନେଇ ସତ୍ୟେନ୍ଦ୍ର ସମ୍ବଲପୁର ମହିଳା ଥାନାରେ ଏତଲା କରିବା ପରେ ପୋଲିସ ବାହାଲପଡାସ୍ଥିତ କୁନାଲଙ୍କ ଘରକୁ ଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ତଦନ୍ତ କରିଥିଲେ । ଘରର ପାରିପାଶ୍ୱର୍କ ସ୍ଥିତିରୁ ଆରତୀଙ୍କୁ ହତ୍ୟା ପରେ ଶବ ପୋତି ଦିଆଯାଇଥିବା ସନ୍ଦେହରେ ପୋଲିସ ଘର ଚଟାଣ ଖୋଳିଥିଲା । କି;ୁ ଆରତୀଙ୍କ ଶବ ମିଳି ନଥିଲା । ହେଲେ ଘର କବାଟ ଏବଂ ପୋଲିସ ଜବତ କରିଥିବା କୁନାଲଙ୍କ ଅଟୋ ରିକ୍ସାରେ ରକ୍ତଛିଟା ଏବଂ ମହିଳାଙ୍କ ଲମ୍ବା କେଶ ପାଇବା ପରେ ଆରତୀଙ୍କୁ ହତ୍ୟା ପରେ ଶବ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଥିବା ନେଇ ପୋଲିସର ସନ୍ଦେହ ଦୃଢୀଭୂତ ହୋଇଥିଲା । ଏଣେ ପୋଲିସର ଏକ ଟିମ୍‌ କୁନାଲ ଓ ତାଙ୍କ ପରିବାର ଲୋକଙ୍କୁ ଠାବ କରିବାକୁ ବିହାର ଯାଇଥିଲେ ଏବଂ ଗତକାଲି କୁନାଲଙ୍କୁ ପାଇ ଏଠାକୁ ନେଇ ଆସିଥିଲା । ଜେରାରେ ଡିସେମ୍ବର ୩୧ ତାରିଖ ରାତିରେ ହିଁ ଆରତୀଙ୍କୁ ହତ୍ୟା କରିବା ପରେ ଭୋର ସକାଳେ ଶବ ନେଇ ପୋତି ଦିଆଯାଇଥିବା କୁନାଲ ପୋଲିସକୁ ବୟାନ ଦେଇଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌

ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌

Read More...

ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା

ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page