କୁଖ୍ୟାତ ଅପରାଧୀ ସକିଲର ଆଉ ଜଣେ ପ୍ରେମିକା ଗିରଫ

January 03, 2020, ଓଡ଼ିଶା, , Anupambharat News Bureau


କୁଖ୍ୟାତ ଅପରାଧୀ ସକିଲର ଆଉ ଜଣେ ପ୍ରେମିକା ଗିରଫ
Anupambharat News Bureau
January 03, 2020

କଟକ, ୩ା୧ (ଅନୁପମ ମିଡିଆ): ଦାଦାବଟି ପାଇଁ ଧମକ ଚମକ ଦେଉଥିବା ଅଭିଯୋଗରେ କୁଖ୍ୟାତ ଅପରାଧୀ ସକିଲର ସହଯୋଗୀ ତଥା ଅନ୍ୟ ଜଣେ ପ୍ରେମିକାକୁ ଶୁକ୍ରବାର ଦରଘାବଜାର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମଙ୍ଗଳାବାଗ ଥାନା ଅନ୍ତର୍ଗତ କେଶରପୁରର ନିଖତ୍‌ ନସିମ୍‌ ଓରଫ ରେଶମ୍‌ ଓରଫ ନସିମ୍‌(୨୫) । ତା’ଠାରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି । ପୋଲିସ ପ୍ରଦତ୍ତ ସୂଚନା ମୁତାବକ ଚୋððଦ୍ୱାର ଜେଲରେ ଥିବା ସକିଲ୍‌ ବକ୍ସିବଜାର ଆନନ୍ଦ ସ୍ପୋର୍ଟସ୍‌ର ମାଲିକ ଯୋଗେଶ ଅଗ୍ରୱାଲଙ୍କୁ ୧୦ ଲକ୍ଷ ଟଙ୍କା ବଟି ଦେବାକୁ ଗତ ଡିସେମ୍ବର ୧୨ ଓ ୧୪ରେ ଫୋନ ଯୋଗେ ଧମକ ଦେଇଥିଲା । ସକିଲର ନିର୍ଦ୍ଦେଶରେ ତା’ର ସହଯୋଗୀମାନେ ଆନନ୍ଦ ସ୍ପୋର୍ଟସରେ ପହଂଚି ସକିଲର ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ ଓ ନ ଦେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇଥିଲେ । ଏନେଇ ଯୋଗେଶ ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ । ଧମକ ଚମକ ଦେବା ସତେ୍ୱ ଟଙ୍କା ଆଦାୟ କରିବାରେ ବିଫଳ ହେବାରୁ ପୁନର୍ବାର ଗତ ୧୯ ତାରିଖରେ ଫୋନ କରି ୫ ଲକ୍ଷ ଟଙ୍କା ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସଂପର୍କରେ ଯୋଗେଶ ଦରଘାବଜାର ଥାନାରେ ଅଭିଯୋଗ କରିଥିଲେ । ଏନେଇ ୧୧୬/୧୯ରେ ଆଇପିସି ୩୪୧, ୫୦୬, ୫୦୭, ୩୮୭, ୧୨୦(ଖ) ୩୪ ଓ ଅସ୍ତ୍ରଶସ୍ତ୍ର ଆଇନ ଧାରା ୨୫ ଓ ୨୭ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା । ରେଶମ ସକିଲ ଗୋଷ୍ଠୀର ସକ୍ରିୟ ସଦସ୍ୟ ଥିବା ଓ ସକିଲର ଦାଦାବଟି ଆଦାୟରେ ଜଡିତ ଥିବା ଜାଣିବା ପରେ ଚଢଉ କରାଯାଇ ତାକୁ ଗିରଫ କରାଯାଇଥିଲା । ଆଜି ଅଭିଯୁକ୍ତକୁ ଦଫା ୨୯୪, ୫୦୭, ୩୮୭, ୧୨୦(ଖ) ଓ ୩୪ ଯୋଗେ କୋର୍ଟ ଚାଲାଣ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତୀବ୍ର ହେଲା ଆମେରିକା-ଇରାନ ବିବାଦ

ତୀବ୍ର ହେଲା ଆମେରିକା-ଇରାନ ବିବାଦ

Read More...

 ଘନ କୁହୁଡି ଯୋଗୁଁ ଟ୍ରେନ୍‌ ଚଳାଚଳ ବିଳମ୍ବିତ ସମ୍ଭାବନା

ଘନ କୁହୁଡି ଯୋଗୁଁ ଟ୍ରେନ୍‌ ଚଳାଚଳ ବିଳମ୍ବିତ ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page