ଘନ କୁହୁଡି ଯୋଗୁଁ ଟ୍ରେନ୍‌ ଚଳାଚଳ ବିଳମ୍ବିତ ସମ୍ଭାବନା

January 03, 2020, ଓଡ଼ିଶା, , Anupambharat News Bureau


 ଘନ କୁହୁଡି ଯୋଗୁଁ ଟ୍ରେନ୍‌ ଚଳାଚଳ ବିଳମ୍ବିତ ସମ୍ଭାବନା
Anupambharat News Bureau
January 03, 2020

ଭୁବନେଶ୍ୱର, ୩ା୧ (ଅନୁପମ ମିଡିଆ): ଟ୍ରେନ ଗୁଡିକର ସଠିକ ଚଳାଚଳ ସୂଚନା ପାଇବାପାଇଁ ଯାତ୍ରୀମାନେ ହେଲ¬ଲାଇନ/ଅନୁସନ୍ଧାନ ନମ୍ବର - ୧୩୯ କୁ ବ୍ୟବହାର କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଅଛି । ଘନ କୁହୁଡି ସମୟରେ ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ ଅଥବା ସମୟରେ ପରିବର୍ତ୍ତନ କରାଯାଇପରେ । ମାତ୍ରାଧିକ କୁହୁଡିରେ ଟ୍ରେନ ଡ୍ରାଇଭର ମାନେ ପରିସ୍ଥିତିକୁ ଦେଖି ସଂରକ୍ଷା ନିୟମକୁ ପାଳନ କରି ଟ୍ରେନ ଚଳାଚଳ କରିବାକୁ ଏବଂ ଦରକାର ହେଲେ ଟ୍ରେନ ମାନଙ୍କର ବେଗ କମାଇବାକୁ ରେଳବାଇ ପକ୍ଷରୁ ଚାଳକ ମାନଙ୍କୁ ନିର୍ଦେଶ ଦିଆଯାଇଅଛି । ରେଳବାଇ ପକ୍ଷରୁ ଟ୍ରେନ ଚଳାଚଳ କ୍ଷେତ୍ରରେ ୨୪ ଘଣ୍ଟିଆ ନୀରିକ୍ଷଣ କରାଯାଉଅଛି ଏବଂ ସ୍ୱତନ୍ତ୍ର ଡ୍ରାଇଭ କରାଯାଇ କୁହୁଡି ସମୟରେ ବିଶେଷ ଭାବେ ରାତ୍ରି ଓ ଭୋର ସମୟରେ ଟ୍ରେନ ପରିଚାଳନା ପାଇଁ ପଦକ୍ଷେପ ନିଆଯାଉଅଛି । ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବତଟ ରେଳପଥର କେତେକ ସ୍ଥାନରେ ମଧ୍ୟରାତ୍ର ପରେ ଓ ଭୋର ସମୟରେ ଘନ କୁହୁଡିର ଆଶଙ୍କା କରିବା ସହ ପୂର୍ବ ବର୍ଷମାନଙ୍କର ଅନୁଭୂତି ଅନୁଯାଇ ଯାତ୍ରୀମାନଙ୍କର ଯାତ୍ରାସମୟରେ ଦୁର୍ଦଶା କୁ ନଜରରେ ରଖି ପୂର୍ବତଟ ରେଳପଥ ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ଟ୍ରେନର ଚଳାଚଳକୁ ବାତିଲ କରିବା ଓ କେତେକ ଟ୍ରେନର ସମୟରେ ପରିବର୍ତ୍ତନ କରିବାକୁ ଯୋଜନା ରଖିଛି । ଦିଲ୍ଲୀରୁ ପୂର୍ବତଟ ରେଳପଥକୁ ଆସୁଥିବା କେତେକ ଟ୍ରେନ ବର୍ତମାନ ବିଳମ୍ବରେ ପହଁଚୁଛିା ବିଗତ ବର୍ଷମାନଙ୍କର ଅନୁଭୂତି ଅନୁଯାଇ ଘନ କୁହୁଡି ଦେଶର ଉତ୍ତର ଓ ଉତ୍ତର ପଶ୍ଚିମ ପ୍ରାନ୍ତ ସହ ପୂର୍ବତଟ ଅଞ୍ଚଳ ମାନଙ୍କରେ ଦେଖାଯିବାର ସମ୍ଭାବନା ଅଛି । ଏହି ସମୟ ମଧ୍ୟରେ ଥଣ୍ଡା ବାୟୁ ପ୍ରବାହ ମଧ୍ୟ ଅନୁଭବ ହେବ । ଘନ କୁହୁଡି ଯୋଗୁଁ ବିଳମ୍ବିତ ରାତ୍ରିରେ ଓ ଭୋର ସମୟରେ ୫୦ ମିଟର ଏବଂ ଦିନ ସମୟରେ ୧୫୦ ମିଟରରୁ କମ ପଥ/ରାସ୍ତା ଦେଖାଯିବା କଷ୍ଟକର ଥିବା ବେଳେ ଟ୍ରେନ ଚଳାଚଳ ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ପକାଇପାରେ । କେବଳ ରେଳ ଚଳାଚଳ ନୁହେଁ ବରଂ ଏହା ବିମାନ ଚଳାଚଳ ଓ ସଡକ ପରିବହନ ଉପରେ ମଧ୍ୟ ପ୍ରଭାବିତ ହେବ । ଘନ କୁହୁଡି ଯୋଗୁଁ ପୂର୍ବତଟ ରେଳପଥର ଟ୍ରେନ ଗୁଡିକ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ପ୍ରଭାବିତ ହେବାର ଆଶଙ୍କା ଅଧିକ । ବହୁ ଗୁରୁତ୍ୱପୁର୍ଣ ଟ୍ରେନ ଯଥା ପୁରୁଷୋତ୍ତମ, ନୀଳାଚଳ, ନନ୍ଦନକାନନ, ସମ୍ପର୍କ କ୍ରାନ୍ତି, ଦୁରନ୍ତ, କଳିଙ୍ଗ ଉତ୍କଳ, ଅନୁଗୁଳ ଓ ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରୁଥିବା ସୁପରଫାଷ୍ଟ, ରାଜଧାନୀ ଓ ଜାମ୍ମୁତାବି ଟ୍ରେନ ଗୁଡିକର ଚଳାଚଳ ସମୟରେ ପ୍ରଭାବିତ ହେବ । ଏହି ସମୟରେ ଟ୍ରେନ ଗୁଡିକର ମାତ୍ରାଧିକ ବିଳମ୍ବ ଯୋଗୁଁ ସଂଯୋଗ ଟ୍ରେନ ଗୁଡିକ ଉପରେ ମଧ୍ୟ ଏହା ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି । ବାତିଲ ହେବବାକୁଥିବା ଟ୍ରେନ ଓ ବିଳମ୍ବିତ ଯାତ୍ରା କରିବାକୁ ଥିବା ଟ୍ରେନ ସମ୍ବନ୍ଧରେ ରେଳବାଇ ପକ୍ଷରୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଉଛି ଯାହା ଫଳରେ ଯାତ୍ରୀମାନେ ସେମାଙ୍କର ଟ୍ରେନ ବିଷୟରେ ସୂଚିତ ହେଇପାରିବେ ଏବଂ ଯାତ୍ରୀମାନେ ମଧ୍ୟ ଷ୍ଟେସନPୁ ଆସି ଅପେକ୍ଷା ନକରି ବହୁ ପୂର୍ବରୁ ଅବଗତ ହୋଇପାରିବେ । ଯାତ୍ରୀ ମାନେ ମଧ୍ୟ ସେମାଙ୍କର ଯାତ୍ରା କରିବାର ଯୋଜନା କରିନେବେ । ଯେଉଁ ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ ସେମାଙ୍କର ଆବେଦନ ଫର୍ମ ରେ ସେମାଙ୍କର ମୋବାଇଲ ନମ୍ବର ପଞ୍ଜିକରଣ କରିଥିବେ ସେହିମାନଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ । ଏହି ସମୟରେ ଟ୍ରେନ ଗୁଡିକର ଚଳାଚଳକୁ ନିୟମିତ କରିବାପାଇଁ ପୂର୍ବତଟ ରେଳପଥ କେତେକ ଟ୍ରେନ ର ଚଳାଚଳକୁ ବାତିଲ କରିବା ସହ କେତେକର ସମୟରେ ପରିବର୍ତ୍ତନ କରିପାରେ ଔ ଏହି ପରିସ୍ଥିତି ପାଇଁ ପୂର୍ବତଟ ରେଳପଥ ଯାତ୍ରୀ ମାନଙ୍କଠାରୁ ସହଯୋଗ କାମନା କରିଛି ଔ ଏହା ସହିତ ଯାତ୍ରୀମାନେ ଷ୍ଟେସନ ଆସିବାର ବହୁ ଆଗରୁ ସେମାଙ୍କର ଟ୍ରେନ ସମ୍ବନ୍ଧରେ ୧୩୯ ନମ୍ବର କୁ କଲ କରି ସୂଚନା ପାଇପାରିବେ ଔ ଏହା ସହିତ ଯାତ୍ରୀମାନେ ନ୍ୟାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ ମାଧ୍ୟମରେ େୱବସାଇଟରୁ କିମ୍ବା ମୋବାଇଲ ଆପ ଦ୍ୱାରା ସୂଚନା ପାଇପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୁଖ୍ୟାତ ଅପରାଧୀ ସକିଲର ଆଉ ଜଣେ ପ୍ରେମିକା ଗିରଫ

କୁଖ୍ୟାତ ଅପରାଧୀ ସକିଲର ଆଉ ଜଣେ ପ୍ରେମିକା ଗିରଫ

Read More...

କୋଣାର୍କ ଲକ୍ଷ୍ମୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌

କୋଣାର୍କ ଲକ୍ଷ୍ମୀ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page