ନୂଆବର୍ଷ ଦାରୁବ୍ରହ୍ମ ଦର୍ଶନରେ ଭକ୍ତଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନତପିର

December 29, 2019, ଓଡ଼ିଶା, , Anupambharat News Bureau


 ନୂଆବର୍ଷ ଦାରୁବ୍ରହ୍ମ ଦର୍ଶନରେ ଭକ୍ତଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନତପିର
Anupambharat News Bureau
December 29, 2019

ପୁରୀ , ୨୯ା୧୨ (ଅନୁପମ ମିଡିଆ): ଆମ ପ୍ରତିନିଧିଙ୍କ ଠାରୁ : ନବବର୍ଷ ପାଇଁ ଶ୍ରୀମନ୍ଦିର ସିଂହଦ୍ୱାର ମୁଖ୍ୟମନ୍ତ୍ରୀଙ୍କ ସମେତ ଲକ୍ଷାଧିକ ଭକ୍ତପାଇଁ ଆକୃଷ୍ଟ କରିବାପାଇଁ ବଡ଼ଦାଣ୍ଡରେ ସରସ ସୁନ୍ଦର କରାଯାଇଛି । ଏହା ସହ ସିଂହଦ୍ୱାର ଆଗରେ ଶତାଧିକ ଗଛ ରଖାଯାଇ ସବୁଜିମା ପରିବେଶ ସୃଷ୍ଟି କରାଯାଇଅଛି । ପୋଲିସ୍‌ ପ୍ରଶାସନ ତରଫରୁ ଗହଳି ନିୟନ୍ତ୍ରଣ ପାଇଁ ମାର୍କେଟ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ବ୍ୟାରିକେଡ୍‌ କରାଯାଇଛି । ପ୍ରାୟ ୩ରୁ୪ଲକ୍ଷ ଭୁକ୍ତ ନୂଆବର୍ଷରେ ଦାରୁବ୍ରହ୍ମକୁ ଦର୍ଶନ କରିବା ଜଣାପଡୁଅଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏପରି ବ୍ୟବସ୍ଥା କରାଯାଇ ଥିବା ସମୟରେ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶକରି ଦକ୍ଷିଣ ଦ୍ୱାର, ପଶ୍ଚିମଦ୍ୱାର ସହ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି, ଭକ୍ତ ମନ୍ଦିରକୁ ପ୍ରବେଶ ପୂର୍ବରୁ ମେଟାଲ ଡିକେଫଟର ମାଧ୍ୟମରେ ଭକ୍ତଙ୍କୁ ଯାଞ୍ଚ କରାଯିବ ଦଳାଚକଟାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ପର୍ଯ୍ୟାୟ କ୍ରମେ ଲୋକଙ୍କୁ ଶ୍ରୀମନ୍ଦିର ଭିତରେ ଛଡ଼ାଯିବ ବାହାର କାଠ ଏବଂ ଭିତର କାଠପାଖରେ ଛିଡ଼ାହୋଇ ଭକ୍ତ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରିବେ , ୩୧ ତାରିଖ ରାତିରୁ ନୂତନବର୍ଷ ଆରମ୍ବ ହେବ, କୌଣସି ଭକ୍ତଙ୍କୁ ନାଟମଣ୍ଡପ ଓ ଜଗମୋହନରେ ଦେବଦର୍ଶନ ପାଇଁ ଅଧିକ ସମୟ ଦିଆଯିବନାହିଁ । ମନ୍ଦିର ଚାରରିପଟରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ କରାଯାଇଅଛି । ବ୍ୟାରିକେଡ୍‌ ଦେଇ ଭକ୍ତମାନେ ଚାଲିଚାଲି ଯିବେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟାଟେରୀଚାଳିତ ଅଟୋରିକ୍ସା ବ୍ୟବହାର କରାଯିବ । ସିଂହଦ୍ୱାର ନିକଟରେ ପର୍ଯ୍ୟଟକ ସହାୟତକେନ୍ଦ୍ର ଆମ୍ବୁଲାନ୍ସ ଅଗ୍ନିଶମ ଗାଡ଼ି ପାନୀୟ ଜଳ ବ୍ୟବସ୍ଥା କରାଯିବ, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦାରୁବ୍ରହ୍ମ ଦର୍ଶନ ପାଇଁ ପ୍ରତି ଭଳି ଏ ବର୍ଷ ଆସିବାର ବହୁ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହ ୨୦ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ନିୟୋଜିତ ହେବେ, ଡିସେମ୍ବର ୩୧ ଏବଂ ଜାନୁୟାରୀ ୧ ତାରିଖ ଜୀଉଙ୍କ ନୀତିକାନ୍ତି ସେବାପୂଜା ଶୃଙ୍ଖଳିତ କରିବାକୁ ମନ୍ଦିର ପ୍ରଶାସନ ତତ୍‌ପରତା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଉଚ୍ଛେଦ ହୋଇଥଇବା ମଠଗୁଡ଼ିକ ସ୍ଥାନରେ ବାଲି ଏବଂ ଇଟା ପକାଯାଇଅଛି, ମନ୍ଦିର ଚାରିପଟ ସହ ବଡ଼ଦାଣ୍ଡ ଚତୁଃପାଶ୍ୱର୍ ଆଲୋକ ବ୍ୟବସ୍ଥା ଅଭିଜ୍ଞ ପୋଲିସ୍‌ ଅଧିକାରୀଙ୍କୁ ସୁରକ୍ଷା ତଦାରଖ ଗହଳି ନିୟନ୍ତ୍ରଣ ପାଇଁ କୁଇକ୍‌ ରେସ୍‌ପନ୍ସ ଟିମ୍‌ ବ୍ୟବସ୍ଥା କରାଯାଇଅଛି । ସମୁଦ୍ରକୂଳ ଓ ତୀର୍ଥ ପୁଷ୍କରିଣୀଗୁଡ଼ିକରେ ସୁରକ୍ଷା ସହ ଆଲୋକ ଓ ପରିମଳ ବ୍ୟବସ୍ଥା କରାଯାଇଅଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସାନଘାଗରାକୁ ୩୦ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଆଗମନ ହ ଦିନ ସାରା ରାସ୍ତା ଜାମ, ପୋଲିସ ନାକେଦମ  ହ ନୂଆବର୍ଷ ଦିନ ଖଣିଜ ପରିବହନ ବନ୍ଦ ପାଇଁ ଦାବି

ସାନଘାଗରାକୁ ୩୦ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ଆଗମନ ହ ଦିନ ସାରା ରାସ୍ତା ଜାମ, ପୋଲିସ ନାକେଦମ ହ ନୂଆବର୍ଷ ଦିନ ଖଣିଜ ପରିବହନ ବନ୍ଦ ପାଇଁ ଦାବି

Read More...

୯୨୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମଞ୍ଜୁର

୯୨୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମଞ୍ଜୁର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page