୯୨୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମଞ୍ଜୁର

December 28, 2019, ଓଡ଼ିଶା, , Anupambharat News Bureau


୯୨୨ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମଞ୍ଜୁର
Anupambharat News Bureau
December 28, 2019

ଭୁବନେଶ୍ୱର,୨୭ ।୧୨(ଅନୁପମ ମିଡିଆ): ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୁଯୋଗର ଅଭିବୃଦ୍ଧି କ୍ଷେତ୍ରରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ଶୁକ୍ରବାର ଦିନ ରାଜ୍ୟ ସରକାର ୯୨୨ କୋଟି ଟଙ୍କାର ୫ଟି ନୂଆ ପୁଞ୍ଜି ନିବେଶ ପ୍ରକଳ୍ପ ପ୍ରସ୍ତାବକୁ ନୀତିଗତ ଅନୁମୋଦନ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକକ ବାତାୟନ କମିଟି ବୈଠକରେ ଏହି ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପ ଗୁଡ଼ିକରେ ୨୬୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପ୍ରକଳ୍ପ ଗୁଡ଼ିକୁ ଅନୁମୋଦନ ଦେଇ ପୂର୍ବ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ତ୍ରିପାଠୀ ଗୁରୁ୍‌ତ୍ୱାରୋପ କରିଥିଲେ । ଜିଲ୍ଲାସ୍ତରୀୟ ଏକକ ବାତାୟନ କମିଟି ବୈଠକରେ ଅନୁମୋଦିତ ହେଉଥିବା ପ୍ରକଳ୍ପଗୁଡ଼ିକ ନିମନ୍ତେ ଇଡ଼୍‌କୋ ମାଧ୍ୟମରେ ଜମି ଯୋଗାଇ ଦିଆଯିବ, ଏବଂ ଏଥି ନିମନ୍ତେ ଜିଲ୍ଲା ଶିଳ୍ପ କେନ୍ଦ୍ର ଜେନେରାଳ୍‌ ମ୍ୟାନେଜର ଇଡ଼କୋ ତରଫରୁ ପଦକ୍ଷେପ ନେବେ ବୋଳ ବୈଠକରେ ସ୍ଥିର ହୋଇଥିଲା । ରାଜ୍ୟ ଲୋକସେବା ଭବନଠାର ଆୟୋଜିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ନିବେଶ ପ୍ରସ୍ତାବ ଗୁଡ଼ିକ ପର୍ଯ୍ୟଟନ, ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଆଇଟି ତଥା ଇଏସଡିଏମ ଉପରେ ପର୍ଯ୍ୟବେଶିତ ଥିଲା । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଳିୟାରାନ୍ସ ଅଥରିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଇନଫୋ ଭ୍ୟାଲି ସ୍ଥିତ ଇଏମସି ପାର୍କଠାରେ ୧,୪୪,୦୦୦ ବର୍ଗ ମିଟରକ୍ଷମତା ବିଶିଷ୍ଟ ପ୍ରିଣ୍ଟେଡ଼ ସର୍କିଟ୍‌ ବୋର୍ଡ଼ ନିମନ୍ତେ ୯୬.୮୦ କୋଟି ଟଙ୍କାର ଆଇଟି ତା ଇଏସଡିଏମ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏଠାରେ ୪୨୫ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୮୫.୯୪ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।
ଏହା ଅନ୍ତର୍ଗତ ଖୋର୍ଦ୍ଧାର ଡେରାସି ଫୁଡ଼୍‌ ପାର୍କଠାରେ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରର ୟୁନିଟ୍‌ରେ ଅତିରିକ୍ତ ନିବେଶ କରାଯିବ । ସେହିପରି ପର୍ଯ୍ୟଟନ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାଠାରେ ଏକ ଅବସର ବିନୋଦନ ପାର୍କର ନିର୍ମାଣ ପାଇଁ ୧୦୭.୧୦ କୋଟି ଟଙ୍କାର ଏକ ପ୍ରସ୍ତାବକୁ ମଞ୍ଜୁୁରୀ ମିଳିଛି । ଇସ୍ପାତ୍‌ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାରେଥିବା ୦.୦୫ ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ଇଣ୍ଟିିଗ୍ରେଟେଡ଼ ଇସ୍ପାତ୍‌ ପ୍ଲାଣ୍ଟର ୫୭୩.୪୧ କୋଟି ଟଙ୍କାର ଏକ ସମ୍ପ୍ରସାରଣ ଏବଂ ଆଧୁନିକୀକରଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହା ଦ୍ୱାରା ପ୍ଲାଣ୍ଟର କ୍ଷମତା ୦.୨୮୩ ଏମଟିପିଏକୁ ବୃଦ୍ଧି ପାଇବ । ଏହା ଦ୍ୱାର ଏଠାରେ ଅତିରିକ୍ତ ଭାବେ ୯୭୮ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ (ସିଏମଆଇଇ) ଅନୁସାରେ ଦେଶର ସମସ୍ତ ରାଜ୍ୟ ତୁଳନାରେ ଓଡ଼ିଶାରେ ୨୦୨୦ ଆର୍ଥିକ ବର୍ଷର ଅପ୍ରେଲ-ସେପେଫମ୍ବର ମଧ୍ୟରେ ୧୮ ପ୍ରତିଶତ ନିବେଶ ହୋଇପାରିଛି । ଏହା ଦେଶର ଶ୍ରେଷ୍ଠ ନିବଶେ ଆକର୍ଷଣକାରୀ ରାଜ୍ୟର ମାନ୍ୟତା ଲାଭ କରିପାରିଛି । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ଶିଶୁ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ନୂଆବର୍ଷ ଦାରୁବ୍ରହ୍ମ ଦର୍ଶନରେ ଭକ୍ତଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନତପିର

ନୂଆବର୍ଷ ଦାରୁବ୍ରହ୍ମ ଦର୍ଶନରେ ଭକ୍ତଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନତପିର

Read More...

ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇ ନାବାଳିକା ମୃତ

ବିଷାକ୍ତ ଗ୍ୟାସ ପ୍ରଭାବରେ ଦୁଇ ନାବାଳିକା ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page