ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ ମନେ ପଡ଼ିଲା ସେହି ଛାତିଥରା ଘଟଣା

November 26, 2019, ଦେଶ, , Anupambharat News Bureau


ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ  ମନେ ପଡ଼ିଲା ସେହି ଛାତିଥରା ଘଟଣା
Anupambharat News Bureau
November 26, 2019

ମୁମ୍ବାଇ: ଆଜି ଦେଶ ସମେତ ସମଗ୍ର ବିଶ୍ୱ ମୁମ୍ବାଇ ୨୬/୧୧ ଆକ୍ରମଣକୁ ମନେ ପକାଇଛନ୍ତି । କାରଣ ୨୦୦୮ ମସିହା ଆଜିର ଦିନରେ ପାକିସ୍ତାନର ୧୦ ଜଣ ଆତଙ୍କବାଦୀ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରବେଶ କରି ନରସଂହାର କରିଥିଲେ ।
ଆଜି ଏହି ଆକ୍ରମଣରେ ମୃତାହତ ହୋଇଥିବା ସମସ୍ତ ନିରୀହ ଲୋକଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଭୟଙ୍କର ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆଜି ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ୨୬/୧୧ ପୀଡ଼ିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଆତଙ୍କବାଦୀଙ୍କ ସହ ଲେଇ କରିଥିବା ବୀର ଯବାନଙ୍କୁ ସଲାମ କରିଛନ୍ତି ।
ଆମେରିକାର ପର ରାଷ୍ଟ୍ର ବିଭାଗର ମୁଖପାତ୍ର ମୋର୍ଗାନ ଓରଟାଗୁସ୍‌ ମଧ୍ୟ ଟୁଇଟ୍‌ ଯୋଗେ ସେହି କାଳ ରାତିକୁ ମନେ ପକାଇଛନ୍ତି । ଏମାନଙ୍କ ବ୍ୟତୀତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ମୁମ୍ବାଇ ଆକ୍ରମଣ ଘଟଣାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପାକିସ୍ତାନରେ ସକ୍ରିୟ ଲସ୍କର-ଏ-ତୋଇବାର ୧୦ ଜଣ ସଦସ୍ୟ ୨୦୦୮ ମସିହା ନଭେମ୍ବର ୨୬ ସନ୍ଧ୍ର୍ୟା ସମୟରେ ସମୁଦ୍ର ମାର୍ଗ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ । ମୁମ୍ବାଇର ଏକାଧିକ ସ୍ଥାନରେ ସେମାନେ ଏକକାଳୀନ ଗୁଳିମାଡ଼ ଠାରୁ ଆରମ୍ଭ କରି ବୋମା ବିସ୍ପୋରଣ କରିଥିଲେ ।
ସବୁଠାରୁ ଭୟଙ୍କର ଆକ୍ରମଣ ହୋଇଥିଲା ଛତ୍ରପତି ଶିବାଜୀ ଟର୍ମିନାଲରେ । ଅଜମଲ ଆମୀର କସାବ ଓ ତା’ର ସହଯୋଗୀ ଇସମାଇଲ ଖାନ ଷ୍ଟେସନରେ ଥିବା ଲୋକଙ୍କୁ ମଶାମାଛି ପରି ଗୁଳି କରି ହତ୍ୟା କରିଥିଲେ । ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।
ଏହାପରେ ସେମାନେ କାମା ହସ୍ପିଟାଲରେ ୬ ଜଣ ପୁଲିସ୍‌ ଅଧିକାରୀଙ୍କୁ ହତ୍ୟା କରିଥିଲେ । ଏଥିରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ହେମନ୍ତ କରକରେ ମଧ୍ୟ ସହିଦ ହୋଇଥିଲେ । ନରିମନ ହାଉସରେ ମଧ୍ୟ କସାବର ସହଯୋଗୀମାନେ ଆକ୍ରମଣ କରିଥିଲେଛ ଏଥିରେ ୫ ଜଣ ଇସ୍ରାଏଲ ନାଗରିକଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହାବାଦ୍‌ ଏହି ଆତଙ୍କୀମାନେ ଲିଓପୋଲଡ କାଫେ ଓ ତାଜ ହୋଟେଲରେ ମଧ୍ୟ ଆକ୍ରମଣ କରିଥିଲେ । ତାଜ ହୋଟେଲରେ ୪ ଜଣ ଆତଙ୍କବାଦୀଙ୍କ ଆକ୍ରମଣରେ ୩୧ ଜଣଙ୍କ ଜୀବନ ଯାଇଥିଲା ।
ଏଠାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ୩ ଦିନ କାଳ ଲେଇ ହୋଇଥିଲା । ଓବରେୟ-ଟ୍ରାଇଡେଣ୍ଟରେ ମଧ୍ୟ ୨ ଜଣ ଆତଙ୍କୀ ନରସଂହାର କରିଥିଲେ । ଏଠାରେ ୩୦ ଜଣଙ୍କୁ ଅତ୍ୟନ୍ତ ର୍ନିମମ ଭାବେ ହତ୍ୟା କରାଯାଇଥିଲା । ନଭେମ୍ବର ୨୬ରେ ଆରମ୍ଭ ହୋଇଥିବା ଏହି ଆକ୍ରମଣ ନଭେମ୍ବର ୨୯ରେ ଶେଷ ହୋଇଥିଲା ।
ଏନଏସଜି କମାଣ୍ଡୋ ତାଜ ହୋଟେଲରେ ଲୁଚି ଥିବା ଶେଷ ଆତଙ୍କବାଦୀକୁ ହତ୍ୟା କରି ଏହି ନରସଂହାର ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ । ମୁମ୍ବାଇରେ ପଶିଥିବା ୧୦ ଜଣ ଆତଙ୍କୀଙ୍କ ମଧ୍ୟରୁ ୯ ଜଣ ଖତମ ହୋଇଥିବା ବେଳେ ଆଜମଲ ଆମୀର କସାବ ଜୀବନ୍ତ ଧରା ପଡ଼ିଥିଲା । ତା’କୁ ୨୦୧୨ରେ ଫାଶୀ ଦଣ୍ଡରେ ଝୁଲା ଯାଇଥିଲା । ଏହି ଆକ୍ରମଣ ପଛରେ ହାଫିଜ ସୟିଦର ହାତ ରହିଛି । ଏବେ ବି ସେ ପାକିସ୍ତାନରେ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ

ଜିଓର ଅଲଇନୱାନକୁ ଟMର ଦେବ ଏୟାରଟେଲର ଏହି ପ୍ରିପେଡ୍‌ ପ୍ଲାନ

Read More...

ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ

ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page