ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ

November 26, 2019, ଦେଶ, , Anupambharat News Bureau


ଆଜି ସୁପ୍ରିମକୋର୍ଟରେ ‘ମହାରାଷ୍ଟ୍ର ’ରାୟ
Anupambharat News Bureau
November 26, 2019

ମୁମ୍ବାଇ,୨୫ା୧୧: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣା ପରଠାରୁ ରାଜ୍ୟରେ ସୃଷ୍ଟି ହାଇଡ୍ରାମାର ଅନ୍ତ ଘଟୁ ନାହିଁ । ମୁଖ୍ୟଢ଼ନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ଫଡ଼ନାଭିସ । ଅନ୍ୟପକ୍ଷେ ଆସନ୍ତାକାଲି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାୟ ଶୁଣାଣି ହେବ । ଏହାପରେ ମହାରାଷ୍ଟ୍ର କାହାର ସ୍ପଷ୍ଟ ହେବ ବୋଲି ଆଶା ରହିଛି । ଅନ୍ୟଏକ ରୋଚକ ଘଟଣାକ୍ରମେ ଆଜି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ ବିଧାୟକମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ତିନି ଦଳର ୧୬୨ ବିଧାୟକ ହୋଟେଲ ଗ୍ରାଣ୍ଡ ହୟାତରେ ମେଳି କରିଛନ୍ତି । ଏପରିକି ବିଜେପି ବିରୋଧରେ ସେମାନେ ରହିବେ ବୋଲି ହାତ ଉଠାଇ ଶପଥ ପାଠ କରିଛନ୍ତି । ଏନ୍‌ସିସିର ନିଖୋଜ ଚାରି ବିଧାୟକ ପୁଣି ଶିବିରକୁ ଫେରିଥିବା କୁହାଯାଇଛି । ଫଳରେ ଅଜିତ ପାୱାରଙ୍କୁ ଛାଡ଼ିଦେଲେ ଦଳର ଅନ୍ୟ ସବୁ ବିଧାୟକ ବର୍ତ୍ତମାନ ଶରଦଙ୍କ ଶିବିରରେ ରହିଛି । ଏହାପରେ ଏନ୍‌ସିପି ମୁଖ୍ୟ କହିଛନ୍ତି ସରକାର ଗଠନ ନେଇ ଆମ ପାଖରେ ସଂଖ୍ୟା ରହିଛି ଏବଂ ଖୁବ୍‌ ଶୀଘ୍ର ରାଜ୍ୟପାଳଙ୍କୁ ଏନେଇ ଦାବି ଜଣାଇବୁ । ଏଥିସହିତ ଦଳୀୟ ହୁଇପ୍‌ ଅବମାନନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ଆଜି ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା ନେଇ ଦେଢ଼ ଘଣ୍ଟା ଧରି ଜବାବ ସୁଆଲ ହୋଇଥିଲା । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି । ମଙ୍ଗଳବାର ସାଢ଼େ ଦଶଟାରେ ରାୟ ପ୍ରକାଶ ପାଇବ । ତେବେ ଆଜିର ଆଉ ଗୋଟିଏ ଉଲ୍ଳେଖନୀୟ ଘଟଣା ହେଲା ଯେ, ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ବିଧାନଭବନରେ ପହଞ୍ଚି ନିଜ ଦାୟିତ୍ୱ ନେଇଛନ୍ତି । ଆସନ୍ତା ୩୦ରେ ଫଡ଼ନାଭିସ ଗୃହରେ ବହୁମତ ସାବ୍ୟସ୍ତ କରିବା ଧାର୍ଯ୍ୟ ହୋଇଛି । ବିଜେପି ପାଖରେ ବର୍ତ୍ତମାନ ୧୦୫ ଦଳୀୟ ବିଧାୟକ, ଏନ୍‌ସିପିର ଜଣେ ଏବଂ ନିର୍ଦ୍ଦଳୀୟ ୧୩ ବିଧାୟକ ରହିଛନ୍ତି । ଏସବୁ ସତ୍ତେ୍ୱ ଦଳ କୁହୁକ ନମ୍ବର ଛୁଇଁବା କଷ୍ଟସାଧ୍ୟ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ  ମନେ ପଡ଼ିଲା ସେହି ଛାତିଥରା ଘଟଣା

ମୁମ୍ବାଇ ଆକ୍ରମଣକୁ ୧୧ ବର୍ଷ ମନେ ପଡ଼ିଲା ସେହି ଛାତିଥରା ଘଟଣା

Read More...

ବିଜେପିର ଅଭିଯୋଗ ମହାରଥୀ ଖାଇଛନ୍ତି ଶହେ କୋଟି

ବିଜେପିର ଅଭିଯୋଗ ମହାରଥୀ ଖାଇଛନ୍ତି ଶହେ କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page