ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

November 25, 2019, ଦେଶ, , Anupambharat News Bureau


ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ
Anupambharat News Bureau
November 25, 2019

ଶ୍ରୀନଗର: ଜମ୍ମୁ କଶ୍ମୀରର ବରମୁଲା ଜିଲ୍ଲାରୁ ଜଣେ ଆତଙ୍କବାଦୀକୁ ଗିରଫ କରିଛି ପୁଲିସ୍‌ । ବରମୁଲାରେ ରେଲେୱ ନିଯୁକ୍ତି ପାଇଁ ରାଲି ଚାଲିଥିଲା । ଏହାରି ଭିତରେ ଆତଙ୍କବାଦୀ ଜଣଙ୍କ ଲୁଚିଥିଲା ବୋଲି ପୁଲିସ ଜାଣିବା ପରେ ଗିରଫ କରିଛି । ଏବେ ଆତଙ୍କବାଦୀ ଜଣକୁ ବିଭିନ୍ନ ପ୍ରସଙ୍ଗରେ ପଚରାଉଚରା
କରୁଛି ପୁଲିସ୍‌ । ଗିରଫ ଆତଙ୍କବାଦୀ ଜଣଙ୍କର ପରିଚୟ, ସେ କେଉଁ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ରହିଛି ସେ ନେଇ କୌଣସି ସୂଚନା ମିଳିନାହିଁ । ଗିରଫ ବେଳେ ଆତଙ୍କବାଦୀ ପାଖରେ ଥିବା ହ୍ୟାଣ୍ଡ ଗ୍ରେନେଡକୁ ମଧ୍ୟ ପୁଲିସ ଜବତ କରିଛି । କୌଣସି ସ୍ଥାନରେ ଆକ୍ରମଣ କରିବାକୁ ଏହି ଆତଙ୍କବାଦୀ ଯୋଜନା କରୁଥିଲା ବୋଲି ପୁଲିସ ଜାଣିବାକୁ ପାଇଛି । ଏହା ପୂର୍ବରୁ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଧମକ ଦେବାକୁ ଯାଇ କିଛି ଲୋକ ପୋଷ୍ଟର ମାରିଥିଲେ । ପୁଲିସ ସେମାନଙ୍କୁ ଗିରଫ କରିଥିଲା । ଉଲ୍ଲେଖଥାଉକି, ଦେଶର ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ହମଲା କରିବାକୁ ଚାଲିଥିବା ଯୋଜନାର ପର୍ଦ୍ଦାଫାସ ହୋଇଛି ।
ଦିଲ୍ଲୀ ପୁଲିସ୍‌ ଏହି ବଡ଼ଧରଣର ଆତଙ୍କୀ ହମଲାକୁ ଟାଳିବା ସହ ବିପୁଳ ପରିମାଣର ଆଇଇଡି ବିସ୍ପୋରକ ଜବତ କରିଛି । ଏହି ଘଟଣାରେ କୁଖ୍ୟାତ ଆତଙ୍କୀ ସଂଗଠନ ଆଇଏସ ସହ ସମ୍ପର୍କ ରଖିଥିବା ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଦିଲ୍ଲୀ ପୁଲିସ୍‌ ଏମାନଙ୍କୁ ଆସାମର ଗୌହାଟୀରୁ ଗିରଫ କରିଛି । ସେମାନେ ହେଲେ ମୁକଦାସ ଇସଲାମ, ରଣଜୀତ ଅଲୀ ଓ ଲ୍ୟୁସ ଜାମିଲ ଜାମଲା । ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ଡିସିପି ପ୍ରମୋଦ କୁସ୍‌ୱା କହିଛନ୍ତି, ବଡ଼ ଧରଣର ଆତଙ୍କବାଦୀ ହମଲାକୁ ପଣ୍ଡ କରାଯିବା ସହ ଏଥିପାଇଁ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରାଯାଇଛି ।
ସେମାନଙ୍କ ନିକଟରୁ ବିପୁଳ ପରିମାଣର ଆଇଇଡି ଜବତ ହୋଇଛି । ଏମାନେ ଆଇଏସ ଦ୍ୱାରା ଅନୁପ୍ରାଣିତ ହୋଇ ଦିଲ୍ଲୀରେ ହମଲା କରିବାକୁ ଯୋଜନା କରିଥିଲେ । ଏମାନେ ଗୌହାଟୀରୁ ଆସି ଏଠାରେ ବିସ୍ପୋରଣ କରିଥାଆନ୍ତେ । ହେଲେ ଏହାପୂର୍ବରୁ ହିଁ ଏମାନଙ୍କୁ କାବୁ କରିବାରେ ସଫଳତା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

ବିଜେପି ନେତାଙ୍କୁ ରାସ୍ତାକଡ଼କୁ ଠେଲିଦେଲେ

Read More...

 କୋମାରେ କେନ୍ଦୁଝର ବିଦୁ୍ୟତ୍‌ ଥାନା  n କର୍ମଚାରୀ ବସି ବସି ଦରମା ନେଉଛନ୍ତି n ୨ ବର୍ଷରେ ୨ଟି ମାମଲା

କୋମାରେ କେନ୍ଦୁଝର ବିଦୁ୍ୟତ୍‌ ଥାନା n କର୍ମଚାରୀ ବସି ବସି ଦରମା ନେଉଛନ୍ତି n ୨ ବର୍ଷରେ ୨ଟି ମାମଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page