କୋମାରେ କେନ୍ଦୁଝର ବିଦୁ୍ୟତ୍‌ ଥାନା n କର୍ମଚାରୀ ବସି ବସି ଦରମା ନେଉଛନ୍ତି n ୨ ବର୍ଷରେ ୨ଟି ମାମଲା

November 25, 2019, ଓଡ଼ିଶା, , Anupambharat News Bureau


 କୋମାରେ କେନ୍ଦୁଝର ବିଦୁ୍ୟତ୍‌ ଥାନା  n କର୍ମଚାରୀ ବସି ବସି ଦରମା ନେଉଛନ୍ତି n ୨ ବର୍ଷରେ ୨ଟି ମାମଲା
Anupambharat News Bureau
November 25, 2019

କେନ୍ଦୁଝର, ୨୫ା୧୧ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାରେ ବିଦୁ୍ୟତ ଚୋରୀରେ ରୋକ୍‌ ଲଗାଇବା ପାଇଁ ଏକ ବିଦୁ୍ୟତ ଥାନା ସ୍ଥାପନା କରାଯାଇଥିଲା । ବିଦୁ୍ୟତ ଚୋରୀକୁ ରୋକିବା ଏବଂ ତତ୍‌ସମ୍ବନ୍ଧୀୟ କେଶଗୁଡିକର ତ୍ୱରାନ୍ୱିତ କରିବା ପାଇଁ କେନ୍ଦୁଝର ସହରର ଗମ୍ଭାରିଆଠାରେ ଏହି ବିଦୁ୍ୟତ ଥାନା ସ୍ଥାପନା କରାଯାଇଥିଲା । କିନ୍ତୁ ଏବେ ଏହି ବିଦୁ୍ୟତ ଥାନା ବହୁବିଧ ସମସ୍ୟା ମଧ୍ୟରେ ରହି କୋମାରେ ଥିବା ଭଳି ମନେ ହେଉଛି । ବିଦୁ୍ୟତ ଥାନା ଥାଇ ଯାହା ନଥାଇ ତାହା ବୋଲି ଆଲୋଚନା ହେଉଛି । ରାଜ୍ୟରେ ବିଦୁ୍ୟତ ଚୋରୀ ରୋକିବା ପାଇଁ ରାଜ୍ୟ ସରକାର କେନ୍ଦୁଝର ସମେତ ରାଜ୍ୟରେ ୩୪ଟି ବିଦୁ୍ୟତ ଥାନା ପ୍ରତିଷ୍ଠା କରିଥିଲେ । ଏହି ଥାନା ଖୋଲିବାରେ ରାଜ୍ୟ ସରକାର ତପିରତା ଦେଖାଇ କର୍ମଚାରୀ ମଧ୍ୟ ନିୟୋଜିତ କରିଥିଲେ । ମାତ୍ର ସରକାରଙ୍କ ଏହି ଉଦ୍ୟମ ଏବେ ଫସର ଫାଟିଛି । ଥାନା ଅଛି, କର୍ମଚାରୀ ଅଛନ୍ତି ମାତ୍ର ବିଦୁ୍ୟତ ଚୋରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ବା ମାମଲା ରୁଜୁ କରାଯାଉନଥିବାରୁ ବିଦୁ୍ୟତ ଥାନା ଏବେ କୋମା ଅବସ୍ଥାକୁ ଚାଲିଯାଇଛି । ରାଜ୍ୟରେ ଏବେ ୨୭ଟି ବିଦୁ୍ୟତ ଥାନା ଚାଲିଥିବାବେଳେ ଅଧିକାଂଶ ଥାନାରେ କର୍ମଚାରୀ କାମ ନକରି ଦରମା ନେଉଛନ୍ତି । ରାଜ୍ୟରେ ୫ ବର୍ଷରେ ବିଦୁ୍ୟତ୍‌ ଚୋରୀ କେସରେ ୫ ବର୍ଷରେ ୨୧୬୫ଟି ମାଲା ହୋଇ ୬୨୦ ଜଣ ଗିରଫ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ୫ ବର୍ଷରେ ମାତ୍ର ୩/୪ଟି ମାମଲା ହୋଇଛି । କେନ୍ଦୁଝର ଜିଲ୍ଲାରେ ୨୦୧୨ ମସିହା ଜୁନ୍‌ ମାସ ୪ତାରିଖରେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟ ଗମ୍ଭାରିଆଠାରେ ଥିବା ୩୩/୧୧କେଭି ବିଦୁ୍ୟତ ଷ୍ଟ୍ରକଚର ପରିସରରେ ବିଦୁ୍ୟତ ଥାନା ଉଦXାଟିତ ହୋଇଥିଲା । ଏହି ଥାନା ଖୋଲିବା ପରେ କେନ୍ଦୁଝର ଜିଲ୍ଲାରେ ବିଦୁ୍ୟତ ଚୋରୀ ରୋକାଯାଇପାରିବ ବୋଲି ଆଶା କରାଯାଇଥିଲା । ମାତ୍ର ଏହି ବିଭାଗରେ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଅଫିସ ସଂପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି । ଗତ ୨ବର୍ଷ ମଧ୍ୟରେ ମାତ୍ର ୨ଟି ମାମଲା ହୋଇଛି । ବିଦୁ୍ୟତ ଥାନାରେ କର୍ମଚାରୀ ବାବଦ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ଏକ ଫ୍ରାଞ୍ଚାଇଜ୍‌ ସଂସ୍ଥା ଡିସକମ୍‌ ମାଧ୍ୟମରେ ବହନ କରାଯାଇଛି । ଏହି ଅର୍ଥ ବିଦୁ୍ୟତ ବଣ୍ଟନ କମ୍ପାନୀ ତରଫରୁ ତରଫରୁ ଦିଆଯାଉଛି । ଅଗଷ୍ଟ ୨୦୧୬ରେ ଓଇଆର୍‌ସି ପକ୍ଷରୁ ୨୭ଟି ଥାନା ବନ୍ଦ କରିବା ପାଇଁ ଚିଠି କରାଯାଇଛି । ଖର୍ଚ୍ଚ ଦେବାକୁ ଓଡିଶା ବିଦୁ୍ୟତ୍‌ ନିୟାମକ ଆୟୋଗ (ଓଇଆରସି) ମନାକରିଛନ୍ତି । ଫଳରେ ବିଦୁ୍ୟତ ଥାନାର କର୍ମଚାରୀ ଥାନାରେ କାମ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି । ବିଦୁ୍ୟତ ଚୋରୀ ସଂପର୍କିତ ଅଭିଯୋଗ ଯେପରି ପୂର୍ବରୁ ହୋଇପାରୁଥିଲା ସେପରି ଥାନାରେ ମଧ୍ୟ ଅଭିଯୋଗ ହୋଇପାରିବ ବୋଲି ଶକ୍ତିବିଭାଗ ସଚିବ ସୂଚନା ଦେଇଥିଲେ । ମାତ୍ର ଇତିମଧ୍ୟରେ ୧ବର୍ଷ ପରେ ମଧ୍ୟ ବିଦୁ୍ୟତ ଥାନାକୁ ସରକାର ବନ୍ଦ କରିନାହାଁନ୍ତି । ଏଥିପାଇଁ ମାସକୁ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓଇଆରସି ବହନ କରୁଛି । ବିଦୁ୍ୟତ ଥାନା ଉଚ୍ଛେଦ ପାଇଁ ଓଇଆର୍‌ସି ଚିଠି କରିଥିଲେ ମଧ୍ୟ ଏବେ ମଧ୍ୟ ୩୪ଟି ବିଦୁ୍ୟତ ଥାନା କାମ କରୁଛି । ସରକାର ବିଦୁ୍ୟତ ଚୋରୀ ରୋକିବା ପାଇଁ ସମସ୍ତ ଥାନାକୁ କ୍ଷମତା ପ୍ରଦାନ କରିଛନ୍ତି । ଥାନାରେ ବିଦୁ୍ୟତ ଚୋରୀ ସଂପର୍କିତ ଅଭିଯୋଗ ହୋଇପାରିବ ଏବଂ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇପାରିବ । ମାତ୍ର ସରକାରଙ୍କ ନିଷ୍ପତ୍ତି ପାଳନ କରିବାରେ ଶକ୍ତିବିଭାଗ ଠୋସ ପଦକ୍ଷେପ ନେଉନାହିଁ । ପୂର୍ବବତ୍‌ ବିଦୁ୍ୟତ ଥାନାଟି ଚାଲିଛି ।
କେନ୍ଦୁଝରରେ ବିଦୁ୍ୟତ ଥାନା ରହିଛି, କର୍ମଚାରୀ ଅଛନ୍ତି ମାତ୍ର ସବୁବେଳେ ଅଫିସରେ ତାଲା ଝୁଲୁଛି । ୨ଜଣ ପୋଲିସ କର୍ମଚାରୀ ଘରେ ବସି ବସି ଦରମା ନେଉଛନ୍ତି । ବିଦୁ୍ୟତ ଚୋରୀ ରୋକିବା ପାଇଁ ଅଭିଯୋଗ ପରେ ମଧ୍ୟ କେହି ଆନ୍ତରିକତା ଦେଖାଉନଥିବାରୁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ପ୍ରତିଷ୍ଠା କରିଥିଲେ ତାହା ପୂରଣ ହୋଇପାରୁନାହିଁ । ତେବେ ବିଦୁ୍ୟତ୍‌ ଥାନା ବନ୍ଦ ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଥିଲେ ମଧ୍ୟ ବନ୍ଦ ହୋଇନଥିବାରୁ ପୋଲିସ କର୍ମଚାରୀ ବସି ବସି ଦରମା ନେଉଥିବା ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

ନିଯୁକ୍ତି ରାଲିରୁ ଆତଙ୍କବାଦୀ ଗିରଫ

Read More...

କମେଣ୍ଟମରାକୁ ନେଇ ଦୁଇଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ

କମେଣ୍ଟମରାକୁ ନେଇ ଦୁଇଛାତ୍ର ଗୋଷ୍ଠିଙ୍କ ମଧ୍ୟରେ ସଂଘର୍ଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page