ଦୁଇ ଟ୍ରେନ୍‌ ମୁହାଁମୁହିଁ ୧୩ ଆହତ

November 11, 2019, ଦେଶ, , Anupambharat News Bureau


ଦୁଇ ଟ୍ରେନ୍‌ ମୁହାଁମୁହିଁ    ୧୩ ଆହତ
Anupambharat News Bureau
November 11, 2019

ହାଇଦ୍ରାବାଦ,୧୧ା୧୧: ସୋମବାର ପୂର୍ବାହ୍ନରେ କାଚେଗୁଡ଼ା-ମାଲାକପେଟ୍‌ ରେଳବାଇ ଷ୍ଟେସନରେ ଦୁଇଟି ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧMା ହେବାରୁ ୧୩ ଜଣ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା ଡାକ୍ତରଖାନାଗୁଡ଼ିକ ନିଆଯାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରେନଗୁଡ଼ିକୁ ହେଉଛନ୍ତି ଏମ୍‌ଏମ୍‌ଟିଏସ୍‌ ଏବଂ ଇଣ୍ଟରସିଟି ଏକ୍ସପ୍ରେସ୍‌ । କୋଙ୍ଗରୁ ଇଣ୍ଟରସିଟି ଏକ୍ସପ୍ରେସ୍‌ ୪ ନମ୍ବର ପ୍ଲାଟଫର୍ମ ପହଞ୍ଚୁଥିବା ସମୟରେ ପ୍ଲାଟଫର୍ମ ନମ୍ବର ୨ ରୁ ଏମ୍‌ଏମଟି୍‌ ତା’ ଉପରକୁ ଯିବା ସମୟରେ ଦୁଇଟି ଟ୍ରେନ୍‌ ମୁହାଁମୁହିଁ ଧMା ଖାଇଥିଲେ । ଉଭୟ ଟ୍ରେନଟି ଗତି ଅତି ମନ୍ଥର ଥିବାରୁ ଧMାର ପରିଣତି ବିଶେଷ ଭୟାବହ ହୋଇନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ରେଳବାଇ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥରେ ପହଞ୍ଚୁଛନ୍ତି । ସଦ୍ୟତମ ସୂଚନା ଅନୁସାରେ ଲୋକାଲ୍‌ ଟ୍ରେନ ଡ୍ରାଇଭର୍‌ ଇଞ୍ଜିନ୍‌ ମଧ୍ୟରେ ପଶି ରହିଛନ୍ତି । ଅବଶିଷ୍ଟ ଯାତ୍ରୀମାନଙ୍କୁ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ଗୁଡ଼ିକରୁ ନିରାପଦରେ ଉଦ୍ଧାର କରାଯାଉଛି । ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଶୀର୍ଷସ୍ତରୀୟ ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବୁଲବୁଲ୍‌ କ୍ଷତିଗ୍ରସ୍ତ  ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

ବୁଲବୁଲ୍‌ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

Read More...

ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା

ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page