ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା

November 11, 2019, ଦେଶ, , Anupambharat News Bureau


ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା
Anupambharat News Bureau
November 11, 2019

ନୂଆଦିଲ୍ଲୀ : ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ନାମରେ ଥିବା ଡଜନେରୁ ଅଧିକ ଖାତାର କେହି ଦାବିଦାର ମିଳୁନାହାନ୍ତି । ଖାତାଗୁଡ଼ିକରେ ପଡ଼ିରହିଥିବା ପାଣ୍ଠିର ପ୍ରକୃତ ଦାବିବାର ଖୋଜିବା ଲାଗି ୨୦୧୫ରେ ସ୍ୱିଜରଲ୍ୟାଣ୍ଡ୍‌ ସରକାର ଅଚଳ ଖାତାଗୁଡ଼ିକର ଏକ ତାଲିକା ଜାରି କରିଥିଲେ । ସେହି ତାଲିକାରେ ଅତିକମରେ ୧୦ରୁ ଅଧିକ ଖାତା ଭାରତୀୟଙ୍କ ନାମରେ ଥିଲା ।
କିଛି ଖାତା ଭାରତୀୟ ନାଗରିକଙ୍କ ନାମରେ ଥିବା ବେଳେ ଆଉ କେତେକ ଖାତା ରହିଛି ଯାହା ବ୍ରିଟିଶ ଅମଳର ଲୋକଙ୍କ ନାମରେ ରହିଛି । ଅଚଳ ଖାତାର ତାଲିକା ପ୍ରକାଶ ପାଇବାର ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ କେଣସି ଭାରତୀୟ ଏପର୍ଯ୍ୟନ୍ତ ସେଥିରେ ଥିବା ପାଣ୍ଠି ପାଇବାକୁ ଦାବି କରୁନାହାନ୍ତି ।
ଅଚଳ ଖାତାଗୁଡ଼ିକରେ ଥିବା ପାଣ୍ଠି ପାଇଁ ଦାବି କରିବା ଲାଗି ଯେଉଁ ସମୟ ଦିଆଯାଇଥିଲା ତାହା ଆସନ୍ତା ମାସରେ ଶେଷ ହେଉଛି । ଏହା ପରେ ଅଚଳ ଖାତାଗୁଡ଼ିକରେ ଥିବା ପାଣ୍ଠି ସ୍ୱିଜରଲ୍ୟାଣ୍ଡ୍‌ ସରକାରଙ୍କ ଖାତାକୁ ଚାଲିଯିବ ।
ସ୍ୱିସ୍‌ ବ୍ୟାଙ୍କ ଲୋକପାଳଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟଙ୍କ ନାମରେ ଥିବା ଅଚଳ ଖାତାଗୁଡ଼ିକ ମଧ୍ୟରୁ ଦୁଇ ଜଣ କଲିକତାର, ଜଣେ ଡେରାଡୁନ, ଜଣେ ବମ୍ବେର ବୋଲି ସେଥିରେ ଥିବା ଠିକଣାରୁ ଜଣାପଡ଼ିଛି । ଅନ୍ୟ ଭାରତୀୟ ଗ୍ରାହକମାନେ ଏବେ ଫ୍ରାନ୍ସ ଓ ବ୍ରିଟେନରେ ବସବାସ କରୁଥିବା ଜଣାପଡ଼ିଛି । ଲିଲା ତାଲୁକଦାର, ପ୍ରମଥା ତାଲୁକଦାର, ଚନ୍ଦ୍ରଲତା ପ୍ରାଣଲାଲ ପଟେଲ, ମୋହନ ଲାଲ, କିଶୋର ଲାଲ, ଚନ୍ଦ୍ର ବାହାଦୂର ସିଂହ, ଯୋଗେଶ ପ୍ରଭୁଦାସ ସୁଚାହ, ରୋଜମେରି ବର୍ନେଟ୍‌ ଓ ପିଏରି ଭାଚେକ୍‌ଙ୍କ ନାମରେ ଏହି ଅଚଳ ଖାତାଗୁଡ଼ିକ ରହିଛି ।
୨୦୧୫ରେ ପ୍ରାୟ ୨୬୦୦ ଅଚଳ ଖାତାର ତାଲିକା ଜାରି କରାଯାଇଥିଲା, ଯେଉଁଥିରେ ୩୦୦ କୋଟିରୁ ଅଧିକ ଟଙ୍କା ଜମା ରହିଛି । ୧୯୯୫ ପର ଠାରୁ ଏହି ଖାତାଗୁଡ଼ିକରେ ଆଉ କାରବାର ହୋଇନାହିଁ । ୮୦ରୁ ଅଧିକ ‘ସେଫଫି ବକ୍ସ’ ମଧ୍ୟ ରହିଛି ଯାହାର କେହି ଦାବିଦାର ନାହାନ୍ତି । ପ୍ରତିବର୍ଷ ଏହି ତାଲିକାରେ ଅଚଳ ହେଉଥିବା ଅନେକ ଖାତା ଯୋଡ଼ିହେଉଛି । ବର୍ତ୍ତମାନ ସୁଦ୍ଧା ଅଚଳ ଖାତା ତାଲିକାରେ ୩୫୦୦ରୁ ଅଧିକ ଖାତା ଯୋଡ଼ିହୋଇସାରିଲାଣି । ସ୍ୱିଜରଲ୍ୟାଣ୍ଡ୍ର ନିୟମ ଅନୁସାରେ ଯେଉଁ ଖାତାଗୁଡ଼ିକରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କେଣସି କାରବାର ହୋଇନଥିବ ସେଗୁଡ଼ିକୁ ଅଚଳ ଖାତା ଭାବେ ଘୋଷଣା କରାଯାଇପାରିବ । ସେହି ସବୁ ଖାତାରେ ଥିବା ପାଣ୍ଠିକୁ ଯୋଗ୍ୟ ଦାବିଦାରଙ୍କ ପାଖରେ ପହଞ୍ଚାଇବା ଲାଗି ଖାତାଧାରକଙ୍କ ନାମଙ୍କୁ ପ୍ରକାଶ କରାଯାଉଛି ।
ଖାତା ଖୋଲିଥିବା ଗ୍ରାହକ ନିଜେ କିମ୍ବା ତାଙ୍କ ଉତ୍ତରାଧିକାରୀ ସେଥିରେ ଥିବା ପାଣ୍ଠି ପାଇବାକୁ ଆବେଦନ କରିପାରିବେ । କିଛି ବର୍ଷ ତଳେ ସ୍ୱିସ୍‌ ବ୍ୟାଙ୍କରେ ଜମା ଭାରତରେ ଏକ ବଡ଼ ରାଜନେତିକ ପ୍ରସଙ୍ଗ ଥିଲା । ଲୋକମାନେ ନିଜ କଳାଟଙ୍କା ମହଜୁଦ ରଖିବା ଲାଗି ସ୍ୱିସ୍‌ ବ୍ୟାଙ୍କକୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା । ଦୀର୍ଘବର୍ଷ ଧରି ସ୍ୱିସ୍‌ ବ୍ୟାଙ୍କ ତଥ୍ୟ ଅନ୍ୟ କେଣସି ଦେଶକୁ ମିଳୁ ନଥିଲା କି;ୁ ବିଭିନ୍ନ ଦେଶର ପ୍ରୟାସ ପରେ ଏହି ତଥ୍ୟ ଏବେ ମିଳିବା ଆରମ୍ଭ ହେଲାଣି । ଭାରତ ମଧ୍ୟ ଏହି କ୍ରମରେ ସ୍ୱିସ୍‌ ବ୍ୟାଙ୍କରେ ବେଆଇନ ଟଙ୍କା ଜମା ରଖିଥିବା ଭାରତୀୟଙ୍କ ତଥ୍ୟ ପାଇପାରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁଇ ଟ୍ରେନ୍‌ ମୁହାଁମୁହିଁ    ୧୩ ଆହତ

ଦୁଇ ଟ୍ରେନ୍‌ ମୁହାଁମୁହିଁ ୧୩ ଆହତ

Read More...

୯୦ ଲକ୍ଷ ଠକେଇ ମାମଲାରେ ଜଣେ ଗିରଫ

୯୦ ଲକ୍ଷ ଠକେଇ ମାମଲାରେ ଜଣେ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page