ଆହୁରି ଦୁଇଦିନ ବର୍ଷିବ ଜନଜୀବନ ପ୍ରଭାବିତ

October 23, 2019, ଓଡ଼ିଶା, , Anupambharat News Bureau


ଆହୁରି ଦୁଇଦିନ ବର୍ଷିବ  ଜନଜୀବନ ପ୍ରଭାବିତ
Anupambharat News Bureau
October 23, 2019

ଭୁବନେଶ୍ୱର, ୨୩ । ୧୦ (ଅନୁପମ ମିଡିଆ) : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ତିନି ଦିନ ଯାଏଁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ । ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ପର୍ଷା ହେବା ସହ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବୁଧବାର ଦିନ ସୂଚନା ଦିଆଯାଇଛି ।
ବୁଧବାର ଦିନ ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର ଓ କଟକରେ ପ୍ରବଳ ବର୍ଷା ହୋଇଯାଇଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୫ ତାରିଖ (ଶୁକ୍ରବାର)ରେ କେନ୍ଦୁଝର, ମୟୂରଭ , କଟକ, ବାଲେଶ୍ୱର, ଢ଼େଙ୍କାନାଳ, ଯାଜପୁର ଓ ନୟାଗଡ଼ରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୩୪ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଆହୁରି ଦୁଇଦିନ ପର୍ଯ୍ୟନ୍ତ ଏହି ବର୍ଷା ବଳବତ୍ତୋର ରହିବ ବୋଲି ଜିଲ୍ଲା ପାଣିପାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି । ବର୍ଷାର ପରିମାଣ ଧିରେ ଧିରେ ବଢ଼ୁଥିବାରୁ ସତର୍କତା ଅବଲମ୍ବନ କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସଚେତନ କରାଯାଇଛି ।
ଅନ୍ୟପକ୍ଷରେ ବର୍ଷା ଯୋଗୁ ବାଲେଶ୍ୱର ସହରର ଡ୍ରେନେ୍‌ଜ ଓ ରାସ୍ତାଘାଟର ଅବସ୍ଥା ବେହାଲ ହୋଇଯାଇଛି । ଅଳିଆ ଆବର୍ଜନା ଠିକ୍‌ ଭାବେ ସଫା କରାଯାଉ ନଥିବା ବେଳେ ଡ୍ରେନ ଗୁଡ଼ିକରେ ବର୍ଷା ପାଣି ପଶି ସହରର ବିଭିନ୍ନ ୱାର୍ଡରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଫଳରେ ଲୋକମାନେ ଯିବାଆସିବା କରିବା ପାଇଁ ବହୁ ହଇରାଣ ହୋଇଥିବା ଦେଖାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲଗାଣ ବର୍ଷାରେ ଚୌଦ୍ୱାର ଅସ୍ତବସ୍ତ୍ୟ,ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର

ଲଗାଣ ବର୍ଷାରେ ଚୌଦ୍ୱାର ଅସ୍ତବସ୍ତ୍ୟ,ଟୁ୍ୟବ୍‌ ଭେଳାରେ ଗର୍ଭବତୀ ଉଦ୍ଧାର

Read More...

ବାଦଗଡ଼ ରାସ୍ତାରେ ଜେଲ୍‌ ଫେରନ୍ତାକୁ ହତ୍ୟା

ବାଦଗଡ଼ ରାସ୍ତାରେ ଜେଲ୍‌ ଫେରନ୍ତାକୁ ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page