ବାଦଗଡ଼ ରାସ୍ତାରେ ଜେଲ୍‌ ଫେରନ୍ତାକୁ ହତ୍ୟା

October 23, 2019, ଓଡ଼ିଶା, , Anupambharat News Bureau


ବାଦଗଡ଼ ରାସ୍ତାରେ ଜେଲ୍‌ ଫେରନ୍ତାକୁ ହତ୍ୟା
Anupambharat News Bureau
October 23, 2019

ବ୍ରହ୍ମପୁର,୨୩ ।୧୦(ଅନୁପମ ମିଡ଼ିଆ) : ଶେରଗଡ଼ ବ୍ଲକ୍‌ ବାଦଗଡ଼ ଗ୍ରାମରେ ଆଜି ସନ୍ଧ୍ୟାରେ ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ କେତେକ ବ୍ୟକ୍ତି ଗାଁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିବା ସୂଚନା ମିଳିଛି । ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର ବାବୁ ପ୍ରଧାନ ଗତ କିଛି ଦିନ ଧରି କୌଣସି ଏକ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା ଏବଂ ଏ ମଧ୍ୟରେ ସେ ଜେଲ୍‌ରୁ ମୁକ୍ତ ହୋଇ ବାହାରେ ରହୁଥିଲା । ଆଜି ସନ୍ଧ୍ୟାରେ ଗାଁରେ ଚାଲିଥିବା କୋଠିଶାଳ ଯାତ୍ରା ଦେଖିବା ପାଇଁ ସନ୍ଧ୍ୟା ପ୍ରାୟ ୭ଟା ବେଳେ ବାବୁ ଯାଉଥିବାବେଳେ ଗାଁ ଶେଷ ଶିବ ମନ୍ଦିର ନିକଟରେ ତାଙ୍କୁ କେତେକ ବ୍ୟକ୍ତି ସଂଘବଦ୍ଧ ଭାବରେ ଠେଙ୍ଗା, ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ବାବୁର ମୁଣ୍ଡ, ଗୋଡ଼, ହାତ, ପିଠି ଆଦି ସ୍ଥାନରେ ଖଣ୍ଡା ଚୋଟ ବାଜିବାରୁ ସେ ଗୁରୁତର ଆହତ ହୋଇଥିବା ଏବଂ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ତୁରନ୍ତ ଶେରଗଡ଼ ଡାକ୍ତରଖାନାରେ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଇଦିଆଯାଇଥିଲା । ବଡ଼ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏ ନେଇ ପୋଲିସରେ କୌଣସି ଅଭିଯୋଗ ହୋଇନଥିବା ଏବଂ ପୂର୍ବ ଶତ୍ରୁତାକୁ ନେଇ ଉକ୍ତ ଘଟଣା ଘଟିଥିବା ଅନୁମାନ କରାଯାଉଛି ବୋଲି ଜନୈକ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆହୁରି ଦୁଇଦିନ ବର୍ଷିବ  ଜନଜୀବନ ପ୍ରଭାବିତ

ଆହୁରି ଦୁଇଦିନ ବର୍ଷିବ ଜନଜୀବନ ପ୍ରଭାବିତ

Read More...

ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବ ୫-ଟି

ସ୍ୱାସ୍ଥ୍ୟସେବାକୁ କ୍ରିୟାଶୀଳ କରିବ ୫-ଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page