ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

October 19, 2019, ଦେଶ, , Anupambharat News Bureau


ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ
Anupambharat News Bureau
October 19, 2019

ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାବା ସହ ପାଠ ପିପାରିବେ । ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇଛନ୍ତି ।
ଆସନ୍ତା ୨୦୨୧-୨୨ ଶିକ୍ଷାବର୍ଷରୁ ଝିଅମାନେ ଚାହିଁଲେ ସୈନିକ ସ୍କୁଲରେ ନିଜର ନାଁ ଲେଖାଇ ପୁଅମାନଙ୍କ ଭଳି ପାଠ ପିପାରିବେ । ୨ ବର୍ଷ ତଳେ କେନ୍ଦ୍ର ସରକାର କେବଳ ମିଜୋରାମରେ ସୈନିକ ସ୍କୁଲରେ ଝିଅଙ୍କ ନାଁ ଲେଖାଇବା ପ୍ରସ୍ତାବକୁ ଅନୁମତି ଦେଇଥିଲେ । ପରୀକ୍ଷା ମୂଳକ ଭାବେ ଆରମ୍ଭ ହୋଇଥିବା ଏହି ପାଇଲଟ୍‌ ପ୍ରକଳ୍ପ ସଫଳତାର ଶୀର୍ଷରେ ପହଞ୍ଚିବାରୁ ଏବେ ସମଗ୍ର ଦେଶରେ କେନ୍ଦ୍ର ସରକାର ଏଭଳି ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଦେଶର ଥିବା ବିଭିନ୍ନ ସୈନିକ ସ୍କୁଲରେ କେବଳ ପୁଅମାନଙ୍କୁ ନାଁ ଲେଖାଇବାର ଅନୁମତି ମିଳୁଥିଲା । ସୈନିକ ସ୍କୁଲରେ ଝିଅମାନଙ୍କୁ ପାଠପାଇବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଭତ୍ତିଭୂମି ପ୍ରସ୍ତୁତ କରିବେ ।
ସେହିଭଳି ସୈନିକ ସ୍କୁଲରେ ଅଧିକ ପରିମାଣର ମହିଳା ଅଧିକାରୀ ଓ ଶିକ୍ଷକମାନଙ୍କୁ ନିଯୁକ୍ତି ମଧ୍ୟ ଦିଆଯିବ । ଏଠାରେ ପୁବାକୁ ଥିବା ଝିଅମାନେ ଭାରତୀୟ ସେନାରେ ମଧ୍ୟ ଯୋଗ ଦେଇପାରିବେ । କେନ୍ଦ୍ର ସରକାର ଲିଙ୍ଗଗତ ଏକତାର ଓକିଲାତି କରୁଥିବାରୁ ଏଭଳି ବ୍ୟବସ୍ଥା ସେ ଦିଗରେ ଆଉ ଗୋଟିଏ ପାଦ ବୋଲି କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା  ସରପଞ୍ଚଙ୍କ ସ୍ୱାମୀ ଗିରଫ

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତୁ୍ୟ ମାମଲା ସରପଞ୍ଚଙ୍କ ସ୍ୱାମୀ ଗିରଫ

Read More...

୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page