୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

October 19, 2019, ଦେଶ, , Anupambharat News Bureau


୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌
Anupambharat News Bureau
October 19, 2019

ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ପ୍ରତି ଘରେ ପରିଚିତ ହୋଇଥିବା ଆମେରିକାର ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ ।
ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା ବେବି ପାଉଡରରେ ଏସବେଷ୍ଟସ୍‌ ରହିଥିବାର ପ୍ରମାଣ ମିଳିଛି । ଏହାପରେ କମ୍ପାନୀ ବଜାରରୁ ୩୩ ହଜାର ବେବି ପାଉଡର ବୋତଲ ଫେରାଇ ନେବ ବୋଲି ଘୋଷଣା କରିଛି ।
ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରଏଟର୍ସ ଏହି ସୂଚନା ଦେଇଛି । ଏସବେଷ୍ଟସ୍‌ ଏକ ବିଷାକ୍ତ କେମିକାଲ । ଯାହାକି ଶରୀରରେ ମାଖିବା ପରେ କ୍ୟାନସର ହେବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥାଏ । ପୂର୍ବରୁ ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ବିରୋଧରେ ଏଭଳି ଅଭିଯୋଗ ଆସିଥିଲେ ମଧ୍ୟ ମାନିବାକୁ ନାରାଜ ନଥିଲା ।
ଗତବର୍ଷ ଆମେରିକାରେ ଏବାବଦରେ ଜଣାପଡ଼ିଥିଲା । ହେଲେ ସତ ଲୁଚାଇବାକୁ ଯାଇ ଆମେରିକା ରେଗୁଲେଟର୍ସ ଉପରେ କମ୍ପାନୀ ଚାପ ମଧ୍ୟ ପକାଇଥିଲା ବୋଲି ସୂଚନା ରହିଛି । ଚାପ ପକାଇବାର କାରଣ ଥିଲା କମ୍ପାନୀ ଏସେ୍ୱଷ୍ଟସ୍‌ର ମାତ୍ରାକୁ କମ୍‌ କରିବାକୁ ଚାହୁଁଥିଲା ।
ଏଥିରେ କମ୍ପାନୀ ସଫଳ ମଧ୍ୟ ହୋଇଥିଲା । ନିକଟରେ ଭାରତରେ ମଧ୍ୟ ଜନସନ୍‌-ଆଣ୍ଡ୍‌-ଜନସନ୍‌ ଶ୍ୟାମ୍ପୁରେ କ୍ୟାନସର ବାହକ ଫର୍ମାଲ ଡିହାଇଡ୍‌ ଥିବା ନେଇ ରିପୋର୍ଟ ଆସିଥିଲା । ଏପ୍ରିଲରେ ରାଜସ୍ଥାନ ଡ୍ରଗ କଣ୍ଟ୍ରୋଲ ଜନସନ ଶାମ୍ପୁରେ ଫର୍ମାଲ ଡିହାଇଡ୍‌ ଥିବା ନେଇ କହିଥିଲେ । ଏହାପରେ ସମସ୍ତ ରାଜ୍ୟରୁ ଜନସନ୍‌-ଆଣ୍ଡ୍‌-ଜନସନୁ ତାର ସମସ୍ତ ପ୍ରଡକc ପ୍ରତ୍ୟାହାର କରିବାକୁ ଆଦେଶ ଦିଆଯାଇଥିଲା ।
ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ପ୍ରତି ଘରେ ପରିଚିତ ହୋଇଥିବା ଆମେରିକାର ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ ।
ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା ବେବି ପାଉଡରରେ ଏସବେଷ୍ଟସ୍‌ ରହିଥିବାର ପ୍ରମାଣ ମିଳିଛି । ଏହାପରେ କମ୍ପାନୀ ବଜାରରୁ ୩୩ ହଜାର ବେବି ପାଉଡର ବୋତଲ ଫେରାଇ ନେବ ବୋଲି ଘୋଷଣା କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

Read More...

କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ

କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page