ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍‌ରୁ ଆର୍ଥିକ ସହାୟତା ମିଳିବ ନାହିଁ

October 18, 2019, ବିଦେଶ, , Anupambharat News Bureau


ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍‌ରୁ ଆର୍ଥିକ ସହାୟତା ମିଳିବ ନାହିଁ
Anupambharat News Bureau
October 18, 2019

ପ୍ୟାରିସ୍‌: ଆତଙ୍କୀସ୍ତାନ ପାକିସ୍ତାନକୁ ଆଜି ଶକ୍ତ ଧMା ଦେଇଛି ଫାଇନାନସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫ୍‌ଏଟିଏଫ୍‌) । ଆତଙ୍କବାଦୀଙ୍କୁ ସହଯୋଗ ଓ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍‌ଏଟିଏଫ୍‌ ପାକିସ୍ତାନ କ୍ଷୁବ୍ଧ ହୋଇଛି ।
ଯଦି ପାକିସ୍ତାନ ୨୦୨୦ ଫେବୃଆରୀ ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ଏହାର ପରିଣାମ ଇମ୍ରାନ୍‌ ଖାନ୍‌ ସରକାରଙ୍କୁ ଭୋଗିବାକୁ ହେବ ବୋଲି ଆଜି ଏଫ୍‌ଏଟିଏଫ୍‌ ପକ୍ଷରୁ କୁହାଯାଇଛି । ସଂସ୍ଥା ପକ୍ଷରୁ ଆତଙ୍କୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖାଯାଇଛି । ଅର୍ଥାତ ଆତଙ୍କବାଦ ବିରୋଧରେ ପାକିସ୍ତାନର କାର୍ଯ୍ୟ ସନ୍ଦେହ ଘେରରେ ରହିଛି ।
ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଫଏଟିଏଫ୍‌ ପାକିସ୍ତାନ ଆଗରେ ୨୭ଟି ସର୍ତ୍ତ ରଖିଥିଲେ ହେଁ ଇମ୍ରାନ୍‌ ସରକାର ଏଥି ମଧ୍ୟରୁ ୨୨ଟି ପୂରଣ କରିପାରି ନାହାନ୍ତି ବୋଲି ଏଫଏଟିଏଫ୍‌ ପକ୍ଷରୁ କୁହାଯାଇଛି । ଅନ୍ତର୍ଜାତୀୟ ଆର୍ଥକ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଟେରର ପଣ୍ଡିଂ ଓ ବିଶ୍ୱ ସ୍ତରୀୟ ମନିଲଣ୍ଡରିଂ ଭଳି କାର୍ଯ୍ୟ ଉପରେ ରୋକ ଲଗାଇବା ପାଇଁ ୧୯୮୯ ମସିହାରେ ଏଫଏଟିଏଫ ଗଠନ ହୋଇଥିଲା । ପାକିସ୍ତାନ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ପ୍ରମାଣ ମିଳିବା ପରେ ୨୦୧୮ରେ ଉକ୍ତ ସଂସ୍ଥା ଇସଲାମାବାଦକୁ ତା’ର ଗ୍ରେ ଲିଷ୍ଟରେ ରଖିଥିଲା ।
୨୦୧୯ ଅକେଫାବର ସୁଦ୍ଧା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା । ହେଲେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଏଫଏଟିଏଫ୍‌ ଏହାକୁ କଳା ତାଲିକା ଭୁକ୍ତ କିମ୍ବା ଡାର୍କ ଗ୍ରେ ଲିଷ୍ଟରେ ସାମିଲ କରିବାକୁ ତର୍ଜମା ଆରମ୍ଭ କରିଥିଲା । ଏନେଇ ଗତ ୧୩ ତାରିଖରୁ ପ୍ୟାରିସରେ ବୈଠକ ମଧ୍ୟ ବିସିଥିଲା । ଏହି ବୈଠକରେ ପାକିସ୍ତାନର କାର୍ଯ୍ୟକଳାପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଫଏଟିଏଫ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ୨୦୨୦ ଫେବୃଆରୀ ମାସ ସୁଦ୍ଧା ଉପଯୁକ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।
ଯଦି ଏହି ସମୟରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବ, ତା’ହେଲେ ଏଫଏଟିଏଫ୍‌ର ପରବର୍ତ୍ତୀ ବୈଠକରେ ଇସଲାମାବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସେହିପରି ପାକିସ୍ତାନ ସହ ବ୍ୟବସାୟିକ ଓ ଅନ୍ୟାନ୍ୟ ସମ୍ପର୍କ ରଖିଥିବା ଦେଶ ଓ ପ୍ରତିଷ୍ଠାନ ଗୁଡ଼ିକ ଆର୍ଥିକ କାରବାର ବେଳେ ଉପଯୁକ୍ତ ଧ୍ୟାନ ଦିଅ;ୁ । କାରଣ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏଫଏଟିଏଫ ସଭାପତି କହିଛନ୍ତି, ପାକିସ୍ତାନ ୨୦୨୦ ଫେବୃଆରୀ ସୁଦ୍ଧା ଆତଙ୍କବାଦ ବିରୋଧରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁ । ଯଦି ପାକିସ୍ତାନ ଏଥିରେ ବିଫଳ ହେବ, ତା’ହେଲେ ଆମେ ତା’କୁ କଳାତାଲିକା ଭୁକ୍ତ କରିବୁ । କଳାତାଲିକାରୁ ବର୍ତ୍ତିବା ପାଇଁ ଗୋଟିଏ ଦେଶକୁ ଅତି କମରେ ୬ଟି ରାଷ୍ଟ୍ରର ସମର୍ଥନ ଦରକାର ।
ତେବେ ପାକିସ୍ତାନକୁ କେବଳ ଚାଇନା, ତୁର୍କୀ ଓ ମ୍ୟାଲେସିୟା ସମର୍ଥନ କରୁଛନ୍ତି । ପ୍ୟାରିସ୍‌ରେ ଏଫଏଟିଏଫ୍‌ ବୈଠକ ୧୩ରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି । ପାକିସ୍ତାନର ଏକ ପ୍ରତିନିଧି ଦଳ ଏଫ୍‌ଏଟିଏଫ୍‌ ଅଧିକାରୀଙ୍କୁ ଭେଟି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଉ କିଛି ଦିନ ସମୟ ଦରକାର ବୋଲି ନିବେଦନ କରିଥିଲେ । ଏଥିରେ ଏଫଏଟିଏଫ୍‌ ରାଜି ହେବା ସହ ପାକିସ୍ତାନକୁ ପୂର୍ବଭଳି ଗ୍ରେ ଲିଷ୍ଟରେ ରଖିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି

ରିଲାଏନ୍ସ ଜିଓ ନିଟ୍‌ ଲାଭ ୪୫% ବୃଦ୍ଧି

Read More...

ଆମେରିକା-ତୁର୍କୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ସ୍ଥିତି

ଆମେରିକା-ତୁର୍କୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ସ୍ଥିତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page