ଆମେରିକା-ତୁର୍କୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ସ୍ଥିତି

October 18, 2019, ବିଦେଶ, , Anupambharat News Bureau


ଆମେରିକା-ତୁର୍କୀ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ସ୍ଥିତି
Anupambharat News Bureau
October 18, 2019

ୱାଶିଂଟନ୍‌: ସିରିଆରେ ଆକ୍ରମଣ ପାଇଁ ଆମେରିକା ଓ ତୁର୍କୀ ମୁହାଁମୁହିଁ ହୋଇଛି । ସିରିଆରେ ଥିବା ଆମେରିକା ସହଯୋଗୀ କୁର୍ଦ୍ଦ ସେନା ଉପରେ ତୁର୍କୀ ଘନଘନ ବୋମା ମାଡ଼ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତୁର୍କୀ ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦ ନ କଲେ, ଏହାର ପରିଣାମ ଭୟଙ୍କର ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଧମକ ମଧ୍ୟ ଦେଇଛନ୍ତି ।
ତୁର୍କୀ ଆକ୍ରମଣରୁ ବିରତ ରହିବା ପାଇଁ ଟ୍ରମ୍ପ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କୁ ଚିଠି ଲେଖିଥିଲେ । ହେଲେ ଏହାକୁ ଏର୍ଡୋଗାନ ଚିରି ଫୋପାଡ଼ି ଦେଇଛନ୍ତି । ଫଳରେ ଏବେ ନୂଆ ବିବାଦ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ଟ୍ରମ୍ପ ଚିଠି ଲେଖି କହିଥିଲେ ଯେ ଆପଣ ସିରିଆରେ ହଜାର ହଜାର ଲୋକଙ୍କ ଜୀବନକୁ ବିପଦରେ ପକାଇ କିଛି ବି ପରୱା କରୁନାହାନ୍ତି । ତେଣୁ ମୁଁ ମଧ୍ୟ ତୁର୍କୀର ଅର୍ଥନୀତିକୁ ଧ୍ୱଂସ କରିବାକୁ କେବେ ହେଲେ ପରୱା କରିବି ନାହିଁ । ମୁଁ କହୁନାହିଁ କାର୍ଯ୍ୟରେ ମଧ୍ୟ ଏହାକୁ ଦେଖାଇବି । ଆପଣ ଯଦି ମାନବିକତା ଦୃଷ୍ଟି କୋଣରୁ କାର୍ଯ୍ୟ କରିବେ, ତା’ହେଲେ ଇତିହାସ ଆପଣଙ୍କୁ ମନେ ରଖିବଛ ଯଦି ଆପଣ ଭୁଲ କରିବେ, ତା’ହେଲେ ଆପଣଙ୍କୁ କେହି ବି ମନେ ରଖିବେ ନାହିଁ । ତେଣ ନିର୍ବୋଧଙ୍କ ଭଳି ଆଚରଣ ପ୍ରଦର୍ଶନ କର;ୁ ନାହିଁ । ଏବେ ଭଲ କାମ କରିବା ପାଇଁ ଚିନ୍ତା କର;ୁ । ମୁଁ ଆପଣଙ୍କ ସମସ୍ୟା ଦୂର କରିବା ପାଇଁ ଅନେକ କାମ କରିଛି । ଏବେ ଆପଣ ଏମିତି କାମ କରି ବିଶ୍ୱର ମୁଣ୍ଡକୁ ତଳକୁ ନିଅ;ୁ ନାହିଁଛ ଜେନେରାଲ ମାଜଲୋମ ଆପଣଙ୍କ ସହ ବୁଝାମଣା କରିବାକୁ ରାଜି ଅଛନ୍ତି । ତେବେ ଟ୍ରମ୍ପଙ୍କ ଏଭଳି ଧମକ ପୂର୍ଣ୍ଣ ଡିଲ୍‌ର ଚିଠି ଓ ପ୍ରସ୍ତାବକୁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ ଅଗ୍ରାହ୍ୟ କରିଦେଇଛନ୍ତି । ଟ୍ରମ୍ପଙ୍କ କୌଣସି କଥାକୁ ସେ ଶୁଣିବେ ନାହିଁ ବୋଲି ମଧ୍ୟ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅକେଫାବର ୯ରେ ହିଁ ତୁର୍କୀ ସିରିଆରେ ହମ୍ଲା କରିଥିଲା । ସେହିଦିନ ହିଁ ଟ୍ରମ୍ପ ତାଙ୍କୁ ଚିଠି ଲେଖିଥିଲେ । ଆଜି ଏହି ଚିଠି ସାମ୍ନାକୁ ଆସିଛି । ତୁର୍କୀ ପକ୍ଷରୁ ଆମେରିକା ସମର୍ଥିତ କୁର୍ଦ୍ଦ ସେନା ଓ ସିରିଆ ଡେମୋକ୍ରାଟିକ ବାହିନୀ(ଏସïିଏଫ୍‌)କୁ ସିରିଆ ସୀମାରୁ ହଟାଇବା ପାଇଁ ପ୍ରବଳ ବୋମା ମାଡ଼ କରା ଯାଇଥିଲା । ସିରିଆର ଏହି ଅଞ୍ଚଳକୁ ନିଜ ଦଖଲକୁ ନେଇ ତୁର୍କୀ ଶରଣାର୍ଥୀଙ୍କୁ ଥଇଥାନ କରିବାକୁ ଚେଷ୍ଟା କରୁଥିବାରୁ ଏଭଳି କରିଥିବା କୁହାଯାଉଛି ।
ଏହାଦ୍ୱାରା ଅନେକ କ୍ଷୟକ୍ଷତି ଘଟିଥିବା ବେଳେ ଅନେକ ଲୋକ ବାସହରା ହୋଇଯାଇଛନ୍ତି । କୁର୍ଦ୍ଦ ସେନାକୁ ବ୍ୟବହାର କରି ଆମେରିକା ଆଇଏସ ଆତଙ୍କବାଦୀଙ୍କ ବିରୋଧରେ ଲେଇ କରିଥିଲା ।ଏଥିରେ ମଧ୍ୟ ସଫଳତା ମିଳିଛି । ହେଲେ ଏବେ ତୁର୍କୀ କୁର୍ଦ୍ଦ ସେନା କବଜାରେ ଥିବା ଅଞ୍ଚଳରେ ବୋମା ମାଡ଼ କରି ସେମାନଙ୍କୁ ମୂଳପୋଛ କରିବାକୁ ଚେଷ୍ଟା କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍‌ରୁ ଆର୍ଥିକ ସହାୟତା ମିଳିବ ନାହିଁ

ପାକିସ୍ତାନକୁ ବିଶ୍ୱବ୍ୟାଙ୍କ୍‌ରୁ ଆର୍ଥିକ ସହାୟତା ମିଳିବ ନାହିଁ

Read More...

୫୮ ବର୍ଷ ବୟସ୍କ ବିଲ୍‌ଡ଼ରଙ୍କ ୧୨୦ ପତ୍ନୀ, ମଜୁରିଆ ଯୁବତୀ ଓ ମହିଳାଙ୍କୁ ବିବାହ କରିଛନ୍ତି

୫୮ ବର୍ଷ ବୟସ୍କ ବିଲ୍‌ଡ଼ରଙ୍କ ୧୨୦ ପତ୍ନୀ, ମଜୁରିଆ ଯୁବତୀ ଓ ମହିଳାଙ୍କୁ ବିବାହ କରିଛନ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page