ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ

May 14, 2019, ଓଡ଼ିଶା, , Anupambharat News Bureau


ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ଘଟଣାରେ ୫ ଗିରଫ
Anupambharat News Bureau
May 14, 2019

କଟକ,୧୪ା୫ (ଅନୁପମ ମିଡିଆ): ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ଗତ ଏପ୍ରିଲ ୧୪ ତାରିଖରେ ହତ୍ୟା କରାଯାଇଥିଲେ ହେଁ ଗତ ୨୦୧୬ ମସିହାରେ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ଏହି ଘଟଣାରେ କ୍ରାଇମବ୍ରାଂଚ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ନିରାକାରପୁରର ଦିବ୍ୟଲୋଚନ ଗଜେନ୍ଦ୍ର ଓରଫ ମାମଲା(୨୮) ସୀମାଂଚଳ ବଡଜେନା ଓରଫ ସିଲୁ, ପପିନ କୁମାର ଦଳସିଂହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓରଫ ବାଙ୍କ, ଇସପାତ ମହାରଣା ଓରଫ ମଣ୍ଟୁ । ସମସ୍ତ ଅଭିଯୁକ୍ତଙ୍କୁ ଟାଙ୍ଗି ଜେଏମଏଫସିଙ୍କ ଅଦାଲତରେ ହାଜର କରାଯାଇ ଜେଲକୁ ପଠାଇଦିଆଯାଇଛି । ତେବେ ସମସ୍ତଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଂଚ ପକ୍ଷରୁ ଆବେଦନ କରାଯାଇଥିବା ଜଣାଯାଇଛି ।ସୂଚନାଯୋଗ୍ୟ ଯେ, ୨୦୧୬ରେ ମଙ୍ଗୁଳି ଜେନାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲେ ହେଁ ସେ ରକ୍ଷା ପାଇଯାଇଥିଲେ । ସେହି ବର୍ଷ ଅଗଷ୍ଟ ୩୧ ତାରିଖ ଦିନ ପ୍ରାୟ ସାଢେ ଦୁଇଟା ବେଳେ ଅଭିଯୁକ୍ତ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଂଚଳ ବଡଜେନା, ପପିନ କୁମାର ଦଳସିଂହରାୟ ଏବଂ ଅନ୍ୟମାନେ ମଙ୍ଗୁଳିଙ୍କୁ ବନ୍ଧୁକ, ଫାର୍ସା ଓ ଖଣ୍ଡାରେ ଆକ୍ରମଣ କରିଥିଲେ । ସେତେବେଳେ ନିରାକାରପୁର ଥାନାରେ ୮୩/୨୦୧୬ ନମ୍ବର ମାମଲା ରୁଜୁ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଦିବ୍ୟଲୋଚନଙ୍କ ବିରୋଧରେ ୧୭ଟି, ସିଲୁ ବିରୋଧରେ ୧୧ଟି, ପପିନ ବିରୋଧରେ ୪ଟି, ବାଙ୍କ ବିରୋଧରେ ଦୁଇଟି ଏବଂ ଇସପାତ ବିରୋଧରେ ୩ଟି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି । ତେବେ ଖୋର୍ଦ୍ଧା ଟାଉନ ଥାନା ଅଂଚଳର ନବିନାବାଗଠାରେ ଗତ ଏପ୍ରିଲ ୧୪ ତାରିଖ ବିଳମ୍ବିତ ରାତିରେ ବିଜେପିର ୯ ନମ୍ବର ଜୋନ ମଣ୍ଡଳ ସଭାପତି ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଥିଲା । କ୍ରାଇମବ୍ରାଂଚ ଡିଏସପି ପ୍ରମୋଦ କୁମାର ରଥ ଏବଂ ପି କେ ବିଶୋଇଙ୍କ ନେତୃତ୍ୱରେ ମାମଲାର ତଦନ୍ତ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାପା ଆଗରେ ଗଲା ପୁଅର ଜୀବନ

ବାପା ଆଗରେ ଗଲା ପୁଅର ଜୀବନ

Read More...

କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି

କୋହଲିଙ୍କ ନେତୃତ୍ୱାଧିନ ଭାରତ ଏକ ସନ୍ତୁଳନ ଦଳ: ଜଣ୍ଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page