ପୋଲିସ ଏନକାଉଣ୍ଟରରେ ଜିତୁ ସହଯୋଗୀ ମୁନା ଦେହୁରୀ ଆହତ

October 14, 2019, ଓଡ଼ିଶା, , Anupambharat News Bureau


ପୋଲିସ ଏନକାଉଣ୍ଟରରେ ଜିତୁ ସହଯୋଗୀ ମୁନା ଦେହୁରୀ ଆହତ
Anupambharat News Bureau
October 14, 2019

କଟକ,୧୪ା୧୦(ଅନୁପମ ମିଡିଆ): ଅପରାଧୀ ଦମନ ପାଇଁ ରକ୍ତମୁଖା ହୋଇଛି କଟକ କମିଶନରେଟ୍‌ ପୋଲିସ । ଅପରାଧ ନିୟନ୍ତ୍ରଣ ପାଇଁ ବେଶ ତପିରତା ପ୍ରକାଶ ପୂର୍ବକ ଆବଶ୍ୟକ ସ୍ଥଳେ ଅପରାଧୀକୁ ଏନକାଉଣଫର କରିବାକୁ ବାଧ୍ୟ ହେଉଛି । ମାତ୍ର ୨୪ ଘଣ୍ଟା ଭିତରେ ଦୁଇ ଜଣ କୁଖ୍ୟାତ ଅପରାଧୀଙ୍କୁ ଗୁଳିମାରି ଆହତ କରିଛି କଟକ କମିଶନରେଟ୍‌ ପୋଲିସ । ଗତକାଲି ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସାହୁକୁ ପୋଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ପ୍ରତୁ୍ୟଷରେ ଜିତୁର ସହଯୋଗୀ ଢେଙ୍କାନାଳ ସଦର ଥାନା ଗୁଣ୍ଡିଚାପୁରର ମୁନା ଦେହୁରୀ(୨୪)କୁ ଏନକାଉଣ୍ଟର କରିବାରେ ସଫଳ ହୋଇଛି । ମିଳିଥିବା ଖବର ଅନୁସାରେ, ଗତ ମାସ ୨୪ ତାରିଖ ରାତି ସାଢେ ୯ଟା ବେଳେ କେତେକ ଅଜଣା ଦୁର୍ବୃତ୍ତ ଲାଲା ଲଳିତ ସିଂହଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଓ ସୁନା ଛଡାଇ ନେଇଥିଲେ । ଚିକିସିାଧୀନ ଅବସ୍ଥାରେ ଲଳିତଙ୍କର ମୃତୁ୍ୟ ହୋଇଯାଇଥିଲା । ଏ ସଂପର୍କରେ ଚୈାଦ୍ୱାର ଥାନା ପୋଲିସ ଆଇପିସିର ୩୯୪, ୩୯୭, ୩୦୨ ଏବଂ ଆର୍ମସ୍‌ ଆକଫର ୨୫/୨୭ ଦଫାରେ ୩୪୩ /୨୦୧୯ ନଂ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ମାମଲାରେ ଗତକାଲି ପୋଲିସ ଅଭିଯୁକ୍ତ ଜିତୁ ସାହୁକୁ ଏନକାଉଣ୍ଟର କରିଥିଲା ।
ତା’ର ଡାହାଣ ଗୋଡରେ ଗୁଳି ବାଜିବାରୁ ଆହତ ଅବସ୍ଥାରେ ତାକୁ ଚିକିସିା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି ପ୍ରତୁ୍ୟଷରେ ନିର୍ଭର ଯୋଗ୍ୟ ଖବର ଅନୁସାରେ ଜିତୁର ସହଯୋଗୀ ତଥା ଫେରାର ଅଭିଯୁକ୍ତ ମୁନା ଦେହୁରୀ ନୂଆପାଟଣାରୁ ଧବଳେଶ୍ୱର ବାଟ ଦେଇ ଢେଙ୍କାନାଳ ଆଡକୁ ବାଇକରେ ପଳାଇଯାଉଥିବା ବେଳେ ପୋଲିସ ଟିମ୍‌ ତାକୁ ଧରିବାକୁ ଉଦ୍ୟମ କରିଥିଲେ । ଅନ୍ୟ କିଛି ଉପାୟ ନ ପାଇ ମୁନା ପୋଲିସ ଉପରକୁ ଗୁଳି ଚଳାଇବାରୁ ଆତ୍ମରକ୍ଷା ପାଇଁ ଚୈðାଦ୍ୱାର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ ତା ଉପରକୁ ପାଲଟା ଗୁଳି ଚଳାଇଥିଲେ । ପୋଲିସ ଗୁଳିଟି ମୁନାର ବାମ ଗୋଡରେ ବାଜିବାରୁ ସେ ତଳେ ପଡିଯାଇଥିଲା । ପୋଲିସ ଟିମ ତାକୁ କାବୁ କରିବା ସହ ତା ପାଖରୁ ଏକ ୯ ଏମଏମ ଦେଶୀ ପିସ୍ତଲ, ଗୋଟିଏ ଗୁଳିଥିବା ମାଗଜିନ୍‌ , ଦୁଇଟି ଖାଲି କ୍ୟାଟ୍ରିଜ, ଗୋଟିଏ କଳାରଙ୍ଗର ନମ୍ବର ବିହୀନ ବଜାଜ ସିଟି ୧୦୦ ମଟରସାଇକେଲ ଜବତ କରିଥିଲା । ମୁନା ନାମରେ ଢେଙ୍କାନାଳ ସଦର, ବାରଙ୍ଗ, ଢେଙ୍କାନାଳ ଟାଉନ,ଆଠଗଡ, ଚୈାଦ୍ୱାର,ବଡମ୍ବା ଆଦି ଥାନାରେ ମୋଟ ୧୧ଟି ମାମଲା ଥିବାର କଟକ ଡିସିପି ସୂଚନା ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଟିଇଟି ଅନିୟମିତତା ପ୍ରତିବାଦ : ଏବିଭିପି ପକ୍ଷରୁ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ

ଓଟିଇଟି ଅନିୟମିତତା ପ୍ରତିବାଦ : ଏବିଭିପି ପକ୍ଷରୁ ବୋର୍ଡ଼ କାର୍ଯ୍ୟାଳୟ ଘେରାଉ

Read More...

 ଜିଲ୍ଳାପାଳଙ୍କୁ ପରିବହନ ସଚିବଙ୍କ ନିର୍ଦ୍ଦେଶ ଲୋକେ ଯେଭଳି ଦଲାଲ ହାବୁଡ଼ରେ ନପଡ଼ନ୍ତି

ଜିଲ୍ଳାପାଳଙ୍କୁ ପରିବହନ ସଚିବଙ୍କ ନିର୍ଦ୍ଦେଶ ଲୋକେ ଯେଭଳି ଦଲାଲ ହାବୁଡ଼ରେ ନପଡ଼ନ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page