ଜିଲ୍ଳାପାଳଙ୍କୁ ପରିବହନ ସଚିବଙ୍କ ନିର୍ଦ୍ଦେଶ ଲୋକେ ଯେଭଳି ଦଲାଲ ହାବୁଡ଼ରେ ନପଡ଼ନ୍ତି

October 12, 2019, ଓଡ଼ିଶା, , Anupambharat News Bureau


 ଜିଲ୍ଳାପାଳଙ୍କୁ ପରିବହନ ସଚିବଙ୍କ ନିର୍ଦ୍ଦେଶ ଲୋକେ ଯେଭଳି ଦଲାଲ ହାବୁଡ଼ରେ ନପଡ଼ନ୍ତି
Anupambharat News Bureau
October 12, 2019

ଭୁବନେଶ୍ୱର, ୧୨ ।୧୦ (ଅନୁପମ ମିଡିଆ) : ସଡ଼କ ସୁରକ୍ଷା ଓ କେନ୍ଦ୍ର ସରକାରଙ୍କ ସଂଶୋଧିତ ମୋଟର ଯାନ ଆଇନକୁ ରାଜ୍ୟରେ କଡ଼ା କଡ଼ି ପାଳନ କରିବା ଦିଗରେ ପରିହବନ ବିଭାଗ ଗୁରୁତ୍ୱ ଦେଇଛି । ଏହାକୁ ନେଇ ଶନିବାର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ସବୁ ଜିଲ୍ଲାପାଳଙ୍କୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏଥିରେ ଜିଲ୍ଳାସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ସାଧାରଣ ଲୋକେ କିଭଳି ସୁରୁଖରେ ପରିବହନ ସେବା ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଏହାସହିତ ଲର୍ଣ୍ଣି , ଡ୍ରାଇଭି ଲାଇସେନ୍ସ ଓ ନବୀକରଣ ବେଳେ ଲୋକେ ଯେଭଳି ଦଲାଲଙ୍କ କବଳରେ ନପଡନ୍ତି ତାହାକୁ ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସଚିବ ଶ୍ରୀନିବାସ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀନିବାସ ଦର୍ଶାଇଛନ୍ତି, ସେ ସଡ଼କ ସୁରକ୍ଷା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ । ସଚେତନତା ଅଭାବରୁ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି । ଏଥିପାଇଁ ୨୦୦୧ ରେ କେବଳ ୫୩୧୫ ଜଣଙ୍କ ମୃତୁ୍ୟ ହୋଇଛି । ଗତ ଦଶନ୍ଧି ମଧ୍ୟରେ ଏହି ସମସ୍ୟା ୩୫ ହଜାର ପର୍ଯ୍ୟନ୍ତ ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଏକାନ୍ତ ଅବାଶ୍ୟକ । ଏସମ୍ପର୍କରେ ମୁଖ୍ୟମନ୍ତ୍ରୀର ନବୀନ ପଟ୍ଟନାୟକ ସେପେଫମ୍ବର ୨୫ରେ ଏକ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଆବଶ୍ୟକ ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂଶୋଧିତ ମୋଟର ଯାନ ଆଇନକୁ ରାଜ୍ୟରେ ସେପେଫମ୍ବର ପହିଲାରୁ କାର୍ଯ୍ୟକାରୀ କରାଯାଇଥିଲା । ମାତ୍ର ବିଭିନ୍ନ ସ୍ତରରେ ଲୋକେ ଅସୁବିଧାରେ ସମ୍ମୁଖୀନ ହେବାରୁ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ନେଇ ସାଧାରଣଲୋକେ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୩ ମାସ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ସାଧାରଣ ଲୋକେ ଯେଭଳି ସହଜ ଓ ସରଳ ଉପାୟରେ ଲର୍ଣ୍ଣି ଲାଇସେନ୍‌ସ ଓ ନବୀକରଣ କରିପାରିବେ ସେଥିପାଇଁ ବ୍ୟାପକ ସଚେତନତା କରାଯିବା ଆବଶ୍ୟକ । ଏହି ସମୟ ମଧ୍ୟରେ ଯେତିକି ପରିମାଣର ଲାଇସେନ୍ସ ପ୍ରଦାନ କରାଯିବା କଥା ତାହା ହୋଇପାରୁ ନଥିବା ଜଣାପଡ଼ିଯାଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ମଧ୍ୟସ୍ଥମାନଙ୍କ ରାଜୁତି ଯୋଗୁ ଲୋକେ ଆର୍ଥିକ କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି ଲୋକେ ଯେପରି ସମସ୍ୟାରେ ନପଡ଼ିବେ ତାକୁ ଦୃଷ୍ଟିରେ ରଖି ଜିଲସ୍ତାରରେ ସଡ଼କ ସୁରକ୍ଷା ନେଇ ସଚେତନତା କରଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସ ଏନକାଉଣ୍ଟରରେ ଜିତୁ ସହଯୋଗୀ ମୁନା ଦେହୁରୀ ଆହତ

ପୋଲିସ ଏନକାଉଣ୍ଟରରେ ଜିତୁ ସହଯୋଗୀ ମୁନା ଦେହୁରୀ ଆହତ

Read More...

ମାମଲାପୁରମ ବେଳାଭୂମି  ସଫା କଲେ ମୋଦି

ମାମଲାପୁରମ ବେଳାଭୂମି ସଫା କଲେ ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page