ଭୂଷଣର ୪,୦୨୫ କୋଟି ସମ୍ପତ୍ତି ଜବତ

October 12, 2019, ଓଡ଼ିଶା, , Anupambharat News Bureau


ଭୂଷଣର ୪,୦୨୫ କୋଟି ସମ୍ପତ୍ତି ଜବତ
Anupambharat News Bureau
October 12, 2019

ଭୁବନେଶ୍ୱର,୧୨ ।୧୦(ଅନୁପମ ମିଡିଆ): ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ଭୂଷଣ ପାୱର ଆଣ୍ଡ ଷ୍ଟିଲ ଲିମିଟେଡର ୪,୦୨୫.୨୩ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ବଲପୁରରେ ଥିବା ଏହି କମ୍ପାନୀର କାରଖାନାର ସମ୍ପତି ଜବତ କରିଛି । ଆର୍ଥିକ ହେରଫେର ଅଧିନିୟମ ଅନୁସାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଶନିବାର ଟ୍ୱିଟରରେ ସୂଚନା ଦିଆଯାଇଛି ।ଏହି କମ୍ପାନୀର ମୁଖ୍ୟ ପୃଷ୍ଠପୋଷକ ସିଂଘଲ ପରିବାର ଜାଲ କାଗଜପତ୍ର ଦେଖାଇ ପ୍ରାୟ ୫୫୦୦ କୋଟି ଟଙ୍କାର ଋଣ ନେଇଥିବା ପଞ୍ଜାବ ନ୍ୟାସନାଲ ଓ ଆହ୍ଳାବାଦ ବ୍ୟାଙ୍କ ପୂର୍ବରୁ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ବିଚାର କରି ପିଏମଏଲଏ ( ବେଆଇନ ଅର୍ଥ କାରବାର ନିରୋଧୀ ଆଇନ) ଅଦାଲତ କାରଖାନାର ୪୦୨୫ କୋଟି ଟଙ୍କାର ସମ୍ପତ୍ତି ଜବତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲେ । ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଇଡ଼ି ଏହି କାର୍ଯ୍ୟାାନୁଷ୍ଠାନ ନେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାନବ ଚାଲାଣ କରୁଥିବା ୪୧ ଦଲାଲ ଗିରଫ

ମାନବ ଚାଲାଣ କରୁଥିବା ୪୧ ଦଲାଲ ଗିରଫ

Read More...

ହସ୍‌ପିିଟାଲ ବାହାରେ ମହିଳାଙ୍କ ପ୍ରସବ ଘଟଣା  ଫେଲ ମାରିଲା ‘ମୋ ସରକାର’

ହସ୍‌ପିିଟାଲ ବାହାରେ ମହିଳାଙ୍କ ପ୍ରସବ ଘଟଣା ଫେଲ ମାରିଲା ‘ମୋ ସରକାର’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page