ହସ୍‌ପିିଟାଲ ବାହାରେ ମହିଳାଙ୍କ ପ୍ରସବ ଘଟଣା ଫେଲ ମାରିଲା ‘ମୋ ସରକାର’

October 12, 2019, ଓଡ଼ିଶା, , Anupambharat News Bureau


ହସ୍‌ପିିଟାଲ ବାହାରେ ମହିଳାଙ୍କ ପ୍ରସବ ଘଟଣା  ଫେଲ ମାରିଲା ‘ମୋ ସରକାର’
Anupambharat News Bureau
October 12, 2019

ଭୁବନେଶ୍ୱର, ୧୨ ।୧୦(ଅନୁପମ ମିଡିଆ): ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ମୋ ସରକାର’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥାନା ଏବଂ ହସ୍‌ପିଟାଲକୁ ଗୁରୁତ୍ୱ ଦେଇଥିଲେ । ରାଜଧାନୀରେ ଥିବା କ୍ୟାପିଟାଲ ହସ୍‌ପିଟାଲରୁ ଆରମ୍ଭ ହୋଇଥିବା ମୋ ସରକାର ସେଠାରେ ହିଁ ଫେଲ୍‌ ମାରିଛି । ଡାକ୍ତରଙ୍କ ଦାୟିତ୍ୱହୀନ କାର୍ଯ୍ୟ ଯୋଗୁ ଗର୍ଭବତୀ ହସ୍‌ପିଟାଲ ବାହାରେ ସନ୍ତାନ ପ୍ରସବ କରିଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ବାହାରେ ଜଣେ ମହିଳା ପ୍ରସବ କରିବା ଘଟଣାର ଅନୁଧ୍ୟାନ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହସ୍‌ପିଟାଲ ସୁପରିଟେଣ୍ଡେଣ୍ଟ ନାରାୟଣ ସେଠୀ ଶନିବାର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ସାଲିଆସାହିର ସମ୍ପୃକ୍ତ ଗର୍ଭବତୀ ଶୁକ୍ରବାର ରାତିରେ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ତାଙ୍କୁ ଲେବର ରୁମ୍‌କୁ ଅଣାଯାଇଥିଲା । ତାଙ୍କର ପ୍ରସବ ବେଦନା ନହେବାରୁ ସେ ଚାଲିଯାଇଥିଲେ । ଘରେ ପହଞ୍ଚିବା ପରେ ଯନ୍ତ୍ରଣା ହେବାରୁ ସେ ପୁଣି ହସ୍ପିଟାଲ ଆସିଥିଲେ । ହସ୍ପିଟାଲ କ୍ୟାମ୍ପସ୍‌ରେ ଥିବା ,ଔଷଧ ଦୋକାନ ପାଖରେ ତାଙ୍କର ପ୍ରସବ ହୋଇଥିବା ସେ ଜାଣିବାକୁ ପାଇଛନ୍ତି । ତେବେ ସେ ସମୟରେ ଡାକ୍ତର କିଏ ଥିଲେ ତାଙ୍କ ନାମ ସେ କହିପାରି ନାହାନ୍ତି । ଏସମ୍ପର୍କରେ କୌଣସି ଅଭିଯୋଗ ଆସିନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ମହିଳା ଜଣକ ଡେଲିଭରି ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ମାତ୍ର ଦାୟିତ୍ୱରେ ଥିବା ଡାକ୍ତର ସ୍ଥିତି ସଂକଟାପନ୍ନ ଥିବା ଜଣାଇ କଟକ ନେଇବାକୁ କହି ଫେରାଇ ଦେଇଥିଲେ । ଅନୁଧ୍ୟନ କରିବାପାଇଁ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ଡାକ୍ତରଖାନା ବୁଲି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଖୋଦ୍‌ ରାଜଧାନୀରେ ଏଭଳି ଚିତ୍ରକୁ ନେଇ ରାଜ୍ୟ ସରକାରଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୂଷଣର ୪,୦୨୫ କୋଟି ସମ୍ପତ୍ତି ଜବତ

ଭୂଷଣର ୪,୦୨୫ କୋଟି ସମ୍ପତ୍ତି ଜବତ

Read More...

ଗିରଫ ହେବେ ଅମୀଷା

ଗିରଫ ହେବେ ଅମୀଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page