ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

October 12, 2019, ଦେଶ, , Anupambharat News Bureau


ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ
Anupambharat News Bureau
October 12, 2019

ନୂଆଦିଲ୍ଲୀ: ମାଗଣା କଲ୍‌ ସେବା ଯୋଗାଇ ଗ୍ରାହକ ବୃଦ୍ଧି କରିବା ପରେ ଲୋକଙ୍କୁ ଝଟ୍‌କା ଦେଇଥିବା ଜିଓ ନେଟୱର୍କ ଏବେ ଜନଅସନ୍ତୋଷକୁ ପ୍ରଶମିତ କରିବାକୁ ନୂଆ ଯୋଜନା କରିଛି । ଏବେ ଜିଓ ପକ୍ଷରୁ ତା’ର ଗ୍ରାହକମାନଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।
ଅର୍ଥାତ ଜିଓରୁ ଅଲଗା ନେଟୱର୍କକୁ ଲୋକମାନେ ୩୦ ମିନିଟ୍‌ ଯାଏ ମାଗଣା କଲ କରିପାରିବେ । ହେଲେ ଏଥିପାଇଁ କମ୍ପାନୀ କିଛି ସର୍ତ୍ତ ଲାଗୁ କରିଛି । ଅକେଫାବର ୯ରେ ଜିଓ ହଠାତ୍‌ ତା’ର ମାଗଣା କଲ ସେବାକୁ ବନ୍ଦ କରି ଦେଇଥିଲା । ଜିଓରୁ ଅଲଗା ନେଟୱର୍କକୁ କଲ କଲେ ମିନିଟ୍‌ ପିଛା ୬ ପଇସା ଦେବାକୁ ପଡ଼ିବ ବୋଲି ମଧ୍ୟ ଘୋଷଣା କରିଥିଲା ।
ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦିନକୁ ଦିନ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଜିଓ ଏବେ ୩୦ ମିନିଟ୍‌ ପାଇଁ ଜିଓରୁ ଅଲଗା ନେଟୱର୍କକୁ କଲ୍‌ କଲେ କୌଣସି ପଇସା ଦେବାକୁ ପଡ଼ିବ ନାହିଁ ବୋଲି କହିଛି । ହେଲେ ଏହା କେବଳ ପ୍ରଥମ ରିଚାର୍ଜରେ ହିଁ ଲାଗୁ ହେବଛ ନୂଆ ନିଷ୍ପତ୍ତିର ୭ ଦିନ ମଧ୍ୟରେ ରିଚାର୍ଜ କରୁଥିବା ଲୋକମାନେ ୩୦ ମିନିଟ୍‌ ଯାଏ ମାଗଣାରେ ଅଲଗା ନେଟୱର୍କକୁ କଲ୍‌ କରିପାରିବେ ।
ଏହି ନୂଆ ଅଫର ଅକେଫାବର ୧୭ ମଧ୍ୟରେ ରିଚାର୍ଜ କରୁଥିବା ଲୋକଙ୍କୁ ମିଳିବ । ଏହା ଗୋଟିଏ ଥର ହିଁ କାର୍ଯ୍ୟକାରୀ ହେବଛ ଦ୍ୱିତୀୟ ଥର ରିଚାର୍ଜ ବେଳେ ଏହି ସୁବିଧା ମିଳିବ ନାହିଁ । ସେବା ଯୋଗାଇ ଗ୍ରାହକ ବୃଦ୍ଧି କରିବା ପରେ ଲୋକଙ୍କୁ ଝଟ୍‌କା ଦେଇଥିବା ଜିଓ ନେଟୱର୍କ ଏବେ ଜନଅସନ୍ତୋଷକୁ ପ୍ରଶମିତ କରିବାକୁ ନୂଆ ଯୋଜନା କରିଛି ।
ଏବେ ଜିଓ ପକ୍ଷରୁ ତା’ର ଗ୍ରାହକମାନଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଅର୍ଥାତ ଜିଓରୁ ଅଲଗା ନେଟୱର୍କକୁ ଲୋକମାନେ ୩୦ ମିନିଟ୍‌ ଯାଏ ମାଗଣା କଲ କରିପାରିବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗିରଫ ହେବେ ଅମୀଷା

ଗିରଫ ହେବେ ଅମୀଷା

Read More...

ସୀମା ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ: ଜିନ୍‌ପିଙ୍ଗ

ସୀମା ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ: ଜିନ୍‌ପିଙ୍ଗ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page