ସୀମା ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ: ଜିନ୍‌ପିଙ୍ଗ

October 12, 2019, ଦେଶ, , Anupambharat News Bureau


ସୀମା ବିବାଦ ଖୁବ୍‌ ଶୀଘ୍ର ସମାଧାନ ହେବ: ଜିନ୍‌ପିଙ୍ଗ
Anupambharat News Bureau
October 12, 2019

ନୂଆଦିଲ୍ଲୀ: ଦୁଇ ଦେଶ ମଧ୍ୟରେ ଥିବା ମତଭେଦକୁ ଆଗାମୀ ଦିନରେ ବିବାଦ ବୋଲି ବୁଝିବେ ନାହିଁ ଭାରତ ଏବଂ ଚାଇନାଛ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ମହାବଲୀପୁରମର କୋଭଲମରେ ଥିବା ତାଜ ଫିଶରମେନ କୋଭ ରିସୋର୍ଟ ଏବଂ ସ୍ପାରେ ବୈଠକ ହୋଇଥିଲା ।
ଏହା ପୂର୍ବରୁ ଦୁଇ ଦେଶର ନେତା ଏକାଠି ଅନୌପଚାରିକ ଭାବରେ ଏକାଠି ହୋଇଥିଲେ । ୫୦ ମିନିଟ ଧରି ଏହି ଆଲୋଚାନ ହୋଇଥିଲା । ଏହି ବୈଠକରେ ଉଭୟ ଦେଶର ଅନୁବାଦକମାନେ ଥିଲେ । ଯେଉଁଥିରେ ମୋଦି ଦୁଇ ଦେଶର ସମ୍ପର୍କକୁ ନେଇ ଏପରି କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଆଜିର ଏହି ଚେନ୍ନାଇ କନେକଫ ମିଟିଂ ଦୁଇ ଦେଶର ସମ୍ପର୍କକୁ ଆଗକୁ ନେବ । ଉଭୟ ଦେଶ ପରସ୍ପରକୁ ଆଗାମୀ ଦିନରେ ସହଯୋଗ କରିବେ । ଦୀର୍ଘ ୨ ହଜାର ବର୍ଷ ହେବ ଭାରତ ଏବଂ ଚାଇନା ଦୁନିଆର ପ୍ରମୁଖ ଆର୍ଥିକ ଶକ୍ତିଶାଳୀ ଦେଶ ମଧ୍ୟରେ ଅନ୍ୟତମ । ଏବେ ପୁଣିଥରେ ଦୁଇ ଦେଶ ମଧ୍ୟରେ ଏହି ବ୍ୟବସାୟିକ ସମ୍ପର୍କ ଆହୁରି ମଜବୁତ ହେବାକୁ ଯାଉଛି । ଗତବର୍ଷ ଚାଇନାର ବୁହାନରେ ଦୁଇ ଦେଶ ମଧ୍ୟରେ ବୈଠକ ହୋଇଥିଲା । ଏହି ବୈଠକ ଭାରତ ପାଇଁ ଗେମ ଚେଞ୍ଜର୍ସ ସାବ୍ୟସ୍ତ ହୋଇଥିଲା । ଉଭୟ ଦେଶ ପରସ୍ପରର ମତକୁ ସମ୍ମାନ ଦେବେ । ଦୁଇ ଦେଶର ସମ୍ବେଦନଶୀଳ ମାମଲାରେ ପରସ୍ପର ଚିନ୍ତା କରିବେ ।
ଏମିତିକି ଏହି ସମ୍ପର୍କ ଆଗାମୀ ଦିନରେ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ଉପରେ ବାର୍ତ୍ତା ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ କଶ୍ମୀର ପ୍ରସଙ୍ଗରେ ଆଲୋଚନା ହୋଇନାହିଁ । ବୈଦେଶିକ ମନ୍ତ୍ରଣାଳୟର ସଚିବ ବିଜୟ ଗୋଖଲେ ଏହି ସୂଚନା ଦେଇଛନ୍ତି ।
ଦୁଇ ନେତାଙ୍କ ମଧ୍ୟରେ କି;ୁ ଆତଙ୍କବାଦ ଏବଂ କଟ୍ଟରପନ୍ଥୀ ଚିନ୍ତାଧାରା ପ୍ରସଙ୍ଗରେ ଆଲୋଚନା ହୋଇଛି । ପୂର୍ବରୁ ଭାରତ ସ୍ପଷ୍ଟ କରିସାରିଛି ଯେ କଶ୍ମୀର ଭାରତର ଅନ୍ତରୀଣ ପ୍ରସଙ୍ଗ ଏଥିରେ କୌଣସି ଦେଶ ମୁଣ୍ଡ ପୁରାଇପାରିବେ ନାହିଁ । ତେଣୁ ଏହି ପ୍ରସଙ୍ଗ ଉଠିନଥିବା ଜଣାପଡ଼ିଛି । ଦୁଇ ନେତା କହିଛନ୍ତି ଭାରତ ଏବଂ ଚାଇନା କେବଳ ଭୌଗଳିକ ଦୃଷ୍ଟିକୋଣରୁ ନୁହେଁ ବରଂ ବିବିଧତା ଦୃଷ୍ଟିରୁ ମଧ୍ୟ ଦୁନିଆରେ ସବୁଠୁ ବଡ଼ ରାଷ୍ଟ୍ର । ଏହି ଅବସରରେ ମାନସରୋବର ଯାତ୍ରା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ମାନ ସୋରବରରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଜିନପିଙ୍ଗଙ୍କୁ ପ୍ରସ୍ତାବ ଦେଇଛନ୍ତି ।
ହେଲେ ଚାଇନା ରାଷ୍ଟ୍ରପତି କୌଣସି ଜବାବ ଦେଇନଥିବା ଜଣାପଡ଼ିଛି । ଏହା ବ୍ୟତୀତ ତାମିଲନାଡୁ ଏବଂ ଚାଇନା ମଧ୍ୟରେ ସମ୍ପର୍କ ବଢ଼ାଇବା ଦିଗରେ ଆଲୋଚନା ହୋଇଛି । ସେହିପରି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆସନ୍ତାବର୍ଷ ଚାଇନା ଆସିବା ପାଇଁ କହିଛନ୍ତି । ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି । ଆସନ୍ତାବର୍ଷ ପ୍ରଧାନମନ୍ତ୍ରୀ ଚାଇନା ଯାଇପାରନ୍ତି ।
ସେହିପରି ଭାରତ ତରଫରୁ ଦିଆଯାଇଥିବା ଆତିଥ୍ୟରେ ଅଭିହୂତ ପ୍ରକାଶ କରିଛନ୍ତି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍‌ । ତାଙ୍କୁ ଓ ତାଙ୍କର ପ୍ରତିନିଧିଙ୍କ ଯେଉଁଭଳି ଭାରତ ତରଫରୁ ଆତିଥ୍ୟ ଦିଆଯାଇଛି ସେଥିରେ ସେମାନେ ଖୁସି ଜାହିର କରିଛନ୍ତି । ସେହିପରି ଗତକାଲି ଚେନ୍ନାଇରେ ଓହ୍ଲାଇ ମହାବଲୀପୁରମକୁ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଭଳି ଭାବରେ ତାଙ୍କ ସହ କଥା ହୋଇଛନ୍ତି ତାହା ଦୁଇ ଦେଶର ସମ୍ପର୍କକୁ ଆହୁରି ଆଗକୁ ନେବ ବୋଲି ଜିନପିଙ୍ଗ କହିଛନ୍ତି ।
ଏହା ଦୁଇ ଦେଶ ମଧ୍ୟରେ କଥାବର୍ତ୍ତା ନଥିଲା ବରଂ ଦୋସ୍ତିର ଆଉ ଏକ ଯୁଗ ଆରମ୍ଭ ହୋଇଛି ବୋଲି ଜିନପିଙ୍ଗ୍‌ କହିଛନ୍ତି । ଆଗାମୀ ଦିନରେ ଏହି ଯାତ୍ରା ତାଙ୍କ ପାଇଁ ଓ ତାଙ୍କ ସହିତ ଆସିଥିବା ୧୦୦ ଜଣିଆ ପ୍ରତିନିଧିଙ୍କ ପାଇଁ ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି । ସେହିପରି କୋଭଲମର ତାଜ ଫିଶରମେନ ରିସୋର୍ଟରେ ଦୁଇ ଦେଶର ମୁଖିଆଙ୍କ ସହିତ ବୈଦେଶିକ ମନ୍ତ୍ରୀ ଓ ରାଷ୍ଟ୍ର ପ୍ରତିନିଧି ସାମିଲ୍‌ ହୋଇଥିଲେ । ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।
ଏହି ବୈଠକ ପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଏକାଠି ହୋଇ ବୈଠକ କରିବେ ବୋଲି ଜଣାପଡ଼ିଛି । ଏଥିସହ ଦେଶର ସୁରକ୍ଷା ଅଧିକାରୀ ଅଜିତ ଡୋଭାଲଙ୍କ ସହ ଚାଇନାର ସୁରକ୍ଷା ଅଧିକାରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଗତକାଲି ମହାବଲ୍ଲୀ ପୁରମରେ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ।
ଏହାପରେ ବିଭିନ୍ନ ଐତିହାସିକ ସ୍ଥଳୀକୁ ଜିନପିଙ୍ଗଙ୍କୁ ବୁଲାଇ ଦେଖାଇଥିଲେ ମୋଦି । ଏହାପରେ ରାତ୍ରୀ ଭୋଜନ ବେଳେ ଦୁଇ ନେତା ଘଣ୍ଟାଏରୁ ଅଧିକ ସମୟ ଆଲୋଚନା କରିଥିଲେ । ଆସନ୍ତାବର୍ଷ ଭାରତ ଏବଂ ଚାଇନା ମଧ୍ୟରେ ଥିବା କୂଟନୀତିକ ସମ୍ପର୍କ ୭୦ ବର୍ଷରେ ପଦାର୍ପଣ କରିବ । ଏହି ଅବସରରେ ଦୁଇ ଦେଶ ସୀମା ବିବାଦର ସମାଧାନ କରିବା ଦରକାର ବୋଲି ଚାଇନାର ରାଷ୍ଟ୍ରପତି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

ଗ୍ରାହକଙ୍କୁ ୩୦ ମିନିଟ୍‌ ମାଗଣା କଲ୍‌ ସେବା ଯୋଗାଇବ ଜିଓ

Read More...

ସରାଙ୍ଗ ଅଞ୍ଚଳରେ ହାତୀ ଆତଙ୍କ, ଉଜାଡିଲା ଫସଲ

ସରାଙ୍ଗ ଅଞ୍ଚଳରେ ହାତୀ ଆତଙ୍କ, ଉଜାଡିଲା ଫସଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page