ଚାକିରିରୁ ବିଦା ହେଲେ ତିନି ଅଧିକାରୀ

October 10, 2019, ଓଡ଼ିଶା, , Anupambharat News Bureau


ଚାକିରିରୁ ବିଦା ହେଲେ ତିନି ଅଧିକାରୀ
Anupambharat News Bureau
October 10, 2019

ଭୁବନେଶ୍ୱର,୧୦ ।୧୦(ଅନୁପମ ମିଡିଆ): ରାଜ୍ୟ ସରକାର ଗୁରୁବାର ପୁଣି ତିନି ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଓଏଫଏସ୍‌ ଅଧିକାରୀ ରହଥିବା ବେଳେ ୨ ଜଣ ନିର୍ବାହୀ ଯନ୍ତ୍ରୀ ଅଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେମାନେ ହେଲେ ଓଏଫଏସ୍‌ ଅଧିକାରୀ ତଥା ପୂର୍ବତନ ଡିଏଫଓ ସୁଧାଂଶୁ ଶେଖର ମିଶ୍ର, ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦ ଓ ଉମେଶ ଚନ୍ଦ୍ର ତ୍ରିପାଠୀ । ଓଏଫଏସ୍‌ ସୁଧାଂଶୁ ଶେଖର ମିଶ୍ର ୨୦୧୬ ମସିହାରେ ଆଠଗଡ଼ ଡିଏଫ୍‌ଓ ଥିଲେ । ସେତେବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ, ଘର ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇ ପ୍ରାୟ ସାଢେ ୫ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ କରିଥିଲା ।
ଭିଜିଲାନ୍ସ ଚଢାଉ ବେଳେ ସୁଧାଂଶୁଙ୍କ ଘରୁ ୧ କୋଟି ୧ ଲକ୍ଷ ୭୦ ହଜାର ୯୫୦ ନଗଦ ଟଙ୍କା ମିଳିଥିଲା । ଓଡିଶାରେ ପୂର୍ବରୁ ଏତେ ପରିମାଣର ଟଙ୍କା କୌଣସି ସରକାରୀ ଅଧିକାରୀଙ୍କ ଘରୁ ଜବତ ହୋଇ ନଥିଲା । ଏହା ବ୍ୟତୀତ ସୁଧାଂଶୁ ଏବଂ ତାଙ୍କ ପତ୍ନୀଙ୍କ ନାମରେ ଥିବା ଘର ଓ ଜାଗାର ମୂଲ୍ୟ ଥିଲା ୧ କୋଟି ୬ ଲକ୍ଷ ୬୮ ହଜାର ୯୮୦ ଟଙ୍କା । କେବଳ ସେତିକି ନୁହେଁ ସେୟାର ଓ ବିଭିନ୍ନ ବ୍ୟାଙ୍କରେ ଜମା କରିଥିବା ୩.୪୬ କୋଟି ଟଙ୍କା , ୬ ଲକ୍ଷ ୮୦ ହଜାର ୨୮୬ ଟଙ୍କାର ସୁନା ଓ ରୁପା ଗହଣା, ଦୁଇ ଚକିଆ ଓ ଚାରି ଚକିଆ ଗାଡି ମଧ୍ୟ ଜବତ ହୋଇଥିଲା । ସର୍ବମୋଟ ସୁଧାଂଶୁଙ୍କର ୫ କୋଟି ୬୮ ଲକ୍ଷ ୯୨ ହଜାର ୭୫୧ ଟଙ୍କାର ସମ୍ପତ୍ତି ଜବତ କରିଥିବା ଭିଜିଲାନ୍ସ । ବନ ବିଭାଗର ଏହି ଦୁର୍ନୀତିଖୋର୍‌ ଅଫିସରଙ୍କୁ ଗିରଫ ପରେ ୨୫ ଫେବୃଆରୀ ୨୦୧୬ରେ ଚାକିରିରୁ ନିଲମ୍ବିତ କରାଯାଇଥିଲା । ସେହିପରି ବର୍ତ୍ତମାନ ଅନୁଗୁଳ ରୁରାଲ ୱାର୍କସ୍‌ କ୍ୱାଲିଟି କଣ୍ଟ୍ରୋଲ ଡିଭିଜନ୍‌ରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ପ୍ରାଣକୃଷ୍ଣ ପ୍ରସାଦଙ୍କୁ ଆରଡବ୍ଲୁ ବିଭାଗର ଦୁର୍ନୀତିଗ୍ରସ୍ତ ଅଧିକାରୀ ଦର୍ଶାଯାଇଛି । ୨୯ ଜୁଲାଇ ୨୦୧୫ରେ କଟକ ଓ ୮ ନଭେମ୍ବର ୨୦୧୮ରେ ଭୁବନେଶ୍ୱରରେ ଲାଞ୍ଚ ନେବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।ଅପରପକ୍ଷରେ ପୂର୍ତ୍ତ ବିଭାଗ ଅଧୀନରେ ସୋନପୁରର ତୁଶାରରେ କାର୍ଯ୍ୟରତ ଓଇଏସ୍‌ ଉମେଶ ଚନ୍ଦ୍ର ତ୍ରିପାଠୀ ଙ୍କ ବିରୋଧରେ କେରାପୁଟ ଭିଜିଲାନ୍ସ ଥାନାରେ ୪ ଟି ମାମଲା ରହିଛି । ସୂଚନାଯୋଗ୍ୟ ଯେ କିଛିଦିନ ତଳେ ରାଜ୍ୟ ସରକାର ନିଜର ୪ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର
ଦେଇଥିଲେ । ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରା, ଉପ ଅବକାରୀ କମିଶନର ଦିଲ୍ଲୀପ କୁମାର ନାଗ, ଖଡ଼ିଆଳ ଡିଭିଜନରେ କାର୍ଯ୍ୟରତ ଉପ ବନ ସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡା ଓ ନିଲମ୍ବିତ ସହାୟକ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

Read More...

ବସ୍‌-ବାଇକ୍‌ ମୁହାଁମୁହିଁ   ତିନି ମୃତ

ବସ୍‌-ବାଇକ୍‌ ମୁହାଁମୁହିଁ ତିନି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page