ବସ୍‌-ବାଇକ୍‌ ମୁହାଁମୁହିଁ ତିନି ମୃତ

October 10, 2019, ଓଡ଼ିଶା, , Anupambharat News Bureau


ବସ୍‌-ବାଇକ୍‌ ମୁହାଁମୁହିଁ   ତିନି ମୃତ
Anupambharat News Bureau
October 10, 2019

ଚମ୍ପୁଆ,୧୦ା୧୦(ଅନୁପମମିଡ଼ିଆ): କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସ୍ଥିତ ବରହମପୁର କରଞ୍ଜିଆ ପେଟ୍ରୋଲ ପମ୍ପ ନିକଟ ଏକ ପୋଲ ସନ୍ନିକଟରେ ବସ୍‌ ସହ ବାଇକ୍‌ର ମୁହାଁମୁହିଁ ଘଟିବାରୁ ତିନି ଜଣଙ୍କର ମୃତୁ୍ୟ ଘଟିଛି । ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସହ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା ।
ଘଟଣାରୁ ମିଳିଥିବା ସୂଚନାନୁଯାୟୀ ଗୁରୁବାର ସନ୍ଧ୍ୟା ପ୍ରାୟ ଛ’ଟାରେ ବୁଲବୁଲ୍‌ ନାମକ ଏକ ଯାତ୍ରୀ ବାହୀ ବସ୍‌ ଚମ୍ପୁଆ ଆସୁଥିବା ବେଳେ ପେଟ୍ରୋଲ ପମ୍ପ ନିକଟ ପୋଲ ନିକଟରେ ଅପରପଟୁ ଆସୁଥିବା ବାଇକ୍‌ ସହ ମୁହାଁମୁହିଁ ଧMା ହୋଇଥିଲା । ଘଟଣା ସ୍ଥଳରେ ବାଇକ୍‌ରେ ଥିବା ଶଶାଙ୍ଗ ଗ୍ରାମର ଆକାଶ ମହାକୁଡ଼ ଏବଂ ସୁନୀଲ ନାୟକଙ୍କ ମୃତୁ୍ୟ ଘଟିଥିଲା । । ଘଟଣାସ୍ଥଳରୁ ଗୁରୁତର ଆହତ ମୁକେଶ ନାୟକଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ମୁକେଶଙ୍କ ମୃତୁ୍ୟ ଘଟିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ବସ୍‌ ଏବଂ ବାଇକ୍‌କୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ମୃତୁ୍ୟ ବରଣ କରିଥିବା ତିନିଜଣ ଯୁବକ ଦୁର୍ଘଟଣାଗ୍ରସ୍ତ ବାଇକ୍‌ରେ ବରହମପୁରରୁ କରଞ୍ଜିଆରେ ପଡ଼ିଥିବା ଇନ୍ଦ୍ରଭବନ ଅପେରା ଟିକେଟ କାଟି ଘରକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଏହି ଖବର ସେମାନଙ୍କ ଗ୍ରାମରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାକିରିରୁ ବିଦା ହେଲେ ତିନି ଅଧିକାରୀ

ଚାକିରିରୁ ବିଦା ହେଲେ ତିନି ଅଧିକାରୀ

Read More...

ସାହିତ୍ୟ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷିତ

ସାହିତ୍ୟ ପାଇଁ ନୋବେଲ ବିଜେତାଙ୍କ ନାଁ ଘୋଷିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page