ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ପେଟ୍ରୋଲ ପମ୍ପ୍‌ରେ ଭଙ୍ଗାରୁଜା, ଦୁଇ ଗିରଫ

October 10, 2019, ଓଡ଼ିଶା, , Anupambharat News Bureau


ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ପେଟ୍ରୋଲ ପମ୍ପ୍‌ରେ ଭଙ୍ଗାରୁଜା, ଦୁଇ ଗିରଫ
Anupambharat News Bureau
October 10, 2019

ବାଲେଶ୍ୱର,୧୦ା୧୦(ଅନୁପମ ମିଡିଆ): ରେମୁଣା ଥାନା ଅଧୀନ ବାଲଗୋପାଳପୁର ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଦୁଇଜଣ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ସମ୍ପୃକ୍ତ ଦୁଇଜଣ ଯୁବକ ହେଲେ ପ୍ରଭାକର ଦାସ (୨୪) ଓ ପ୍ରକାଶ ଦାସ (୨୬) ।
ସେମାନଙ୍କ ବିରୋଧରେ ୧୪୫/୧୯ରେ ମାମଲା ରୁଜୁ ହୋଇ ଗିରଫ କରାଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଗତ ରବିବାର ସନ୍ଧ୍ୟାରେ ପ୍ରଭାକର ଓ ପ୍ରକାଶ ଦୁହେଁ ଏକ ବାଇକରେ ଆସି ବାଲଗୋପାଳପୁର ସ୍ଥିତ କ୍ଷୀରଚୋରା ତେଲଟାଙ୍କିରେ ତାଙ୍କ ଗାଡିରେ ୫୦ ଟଙ୍କାରେ ତେଲ ପକାଇଥିଲେ । ଏହାପରେ ତେଲ ବାବଦରେ ଟଙ୍କା ନଦେଇ ସେମାନେ ପଳାଇ ଯାଉଥିଲେ । ତେବେ ତେଲ ଦେଇଥିବା କର୍ମଚାରୀ ଜଣକ ଟଙ୍କା ମାଗିବାରୁ ସେମାନେ କିଛି ନଶୁଣି ପଳାଇ ଯାଇଥିଲେ । ପୁଣି ରାତି ପ୍ରାୟ ସାଢେ ୧୦ଟା ବେଳେ ସମ୍ପୃକ୍ତ ଦୁଇ ଯୁବକ ନିଶାସକ୍ତ ହୋଇ ତେଲ ଟାଙ୍କିକୁ ଆସି ସନ୍ଧ୍ୟାରେ ପକାଇଥିବା ତେଲ ବାବଦରେ ୫୦୦ ଟଙ୍କା ଦେଲେ । କର୍ମଚାରୀ ଜଣକ ତୁରନ୍ତ ୫୦ ଟଙ୍କା ରଖି ୪୫୦ ଟଙ୍କା ଫେରାଇଥିଲେ । ହେଲେ ପ୍ରଭାକର ଓ ପ୍ରକାଶ ସମ୍ପୃକ୍ତ କର୍ମଚାରୀ ଜଣଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରିଥିଲେ । ଏହାପରେ ତେଲ ମେସିନଟିକୁ ପିଟି ଭାଙ୍ଗି ଦେଇଥିଲେ । ତେଲଟାଙ୍କିର ମାଲିକ ଏ ନେଇ ଖବର ପାଇବା ପରେ ତୁରନ୍ତ ରେମୁଣା ଥାନାକୁ ଜଣାଇଥିଲେ । ପୁଲିସ ପହଞ୍ଚି ଦୁହିଁଙ୍କୁ କାବୁ କରିଥିଲା । ତେଲଟାଙ୍କିର ମାଲିକଙ୍କ ଅଭିଯୋଗ ମୂଳେ ରେମୁଣା ଥାନାରେ ୧୪୫/୧୯ ରେ ମାମଲା ରୁଜୁ ହୋଇ ଗିରଫ କରାଯାଇଥିବା ଜଣାପଡିଛି । ତେବେ ଗିରଫ ଦୁଇ ଯୁବକଙ୍କ ଘର ସ୍ଥାନୀୟ ମନ୍ଦାରପୁର ଅଞ୍ଚଳର ନିଆଁବାଗ ଗ୍ରାମରେ ବୋଲି ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଏସ୍‌ପିଙ୍କ ସ୍କୋର୍ପିଓକୁ ପିଟିଲା ମିକ୍ସର ମେସିନ୍‌ ଗାଡି, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

ଏସ୍‌ପିଙ୍କ ସ୍କୋର୍ପିଓକୁ ପିଟିଲା ମିକ୍ସର ମେସିନ୍‌ ଗାଡି, ଅଳ୍ପକେ ବର୍ତ୍ତିଲେ ଏସ୍‌ପି

Read More...

 ଆମ୍ବୁଲାନ୍ସରୁ ସରିଲା ତେଲ,  ହସ୍‌ପିଟାଲ ଯିବା  ବାଟରେ ମା’ଓ ଶିଶୁର ମୃତ

ଆମ୍ବୁଲାନ୍ସରୁ ସରିଲା ତେଲ, ହସ୍‌ପିଟାଲ ଯିବା ବାଟରେ ମା’ଓ ଶିଶୁର ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page