ଆମ୍ବୁଲାନ୍ସରୁ ସରିଲା ତେଲ, ହସ୍‌ପିଟାଲ ଯିବା ବାଟରେ ମା’ଓ ଶିଶୁର ମୃତ

October 05, 2019, ଓଡ଼ିଶା, , Anupambharat News Bureau


 ଆମ୍ବୁଲାନ୍ସରୁ ସରିଲା ତେଲ,  ହସ୍‌ପିଟାଲ ଯିବା  ବାଟରେ ମା’ଓ ଶିଶୁର ମୃତ
Anupambharat News Bureau
October 05, 2019

ବାରିପଦା,୫ା୧୦(ଅନୁପମମିଡ଼ିଆ): ଅଧାବାଟରେ ଆମ୍ବୁଲାନ୍ସରେ ତେଲ ସରିଯିବାରୁ ପ୍ରାଣ ହରାଇଲେ ମା’ଏବଂ ଗର୍ଭସ୍ଥ ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ବାରିପଦାରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ବାଙ୍ଗିରିପୋଷି ହାଣୁଦାର ତୁଳସୀ ମୁଣ୍ଡାଙ୍କ ଗତକାଲି ରାତି ୧୧ଟା ବେଳେ ପ୍ରସବ ବେଦନା ହୋଇଥିଲାା ଏହା ପରେ ତାଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କି;ୁ ତୁଳସୀଙ୍କ ଅବସ୍ଥା ସେତଟା ଉନ୍ନତ ନଥିବାରୁ ଡାକ୍ତର ତାଙ୍କୁ ବାରିପଦା ମେଡିକାଲ ନେବାକୁ କହିଥିଲେ । ଏହା ପରେ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ନମିଳିବାରୁ ବାଙ୍ଗିରିପୋଷି ମେଡିକାଲର ଆମ୍ବୁଲାନ୍ସରେ ହିଁ ତାଙ୍କୁ ନିଆଯାଇଥିଲା । କି;ୁ ଅଧାବାଟରେ ଆମ୍ବୁଲାନ୍ସରୁ ତେଲ ସରିଯାଇଥିଲା । ଫଳରେ ଘଣ୍ଟାଏରୁ ଦେଢ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସଟି ରାସ୍ତାରେ ଅଟକି ରହିଥିଲା । ଏହା ପରେ ସେଠାରେ ଉପସ୍ଥିତ ଆଶା ଦିଦି ଆଉ ଏକ ଆମ୍ବୁଲାନ୍ସକୁ ଡାକିଥିଲେ । କି;ୁ ସେହି ଆମ୍ବୁଲାନ୍ସଟି ବି ପହଞ୍ଚିବାକୁ ଘଣ୍ଟାଏ ଲାଗିଥିଲା । ଫଳରେ ପ୍ରସବ ବେଦନା ସହ୍ୟ ନରକିପାରି ହସ୍ପିଟାଲ ପହଞ୍ଚିବା ପୂର୍ବରୁ ଚାଲିଯାଇଥିଲା ପ୍ରସୂତି ଓ ତାଙ୍କ ଗର୍ଭସ୍ଥ ଶିଶୁର ଜୀବନ । ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି ଯୋଗୁଁ ଉଭୟଙ୍କ ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏକଥାକୁ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସତ ବୋଲି ସ୍ୱୀକାର କରିବା ସହ ଆମ୍ବୁଲାନ୍ସରେ ତେଲ ଥିଲା ,କି;ୁ ତେଲ ପାଇପ୍‌ ଫାଟିଯିବାରୁ ଏଭଳି ଅସୁବିଧା ହୋଇଥିଲା ବୋଲି କହିଛନ୍ତି ।






Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ପେଟ୍ରୋଲ ପମ୍ପ୍‌ରେ ଭଙ୍ଗାରୁଜା, ଦୁଇ ଗିରଫ

ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ ପେଟ୍ରୋଲ ପମ୍ପ୍‌ରେ ଭଙ୍ଗାରୁଜା, ଦୁଇ ଗିରଫ

Read More...

ଏନ୍‌କାଉଣ୍ଟରରେ  ଦୁଇ ଅପରାଧୀ ଆହତ

ଏନ୍‌କାଉଣ୍ଟରରେ ଦୁଇ ଅପରାଧୀ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page