ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

October 02, 2019, ଦେଶ, , Anupambharat News Bureau


ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Anupambharat News Bureau
October 02, 2019

ହାଇଦ୍ରାବାଦ: ଇସ୍ରୋର ଏନ୍‌ଆରଏସ୍‌ସିରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ଏସ୍‌.ସୁରେଶଙ୍କ ମୃତଦେହ ଆଜି ତାଙ୍କ ଫ୍ଲାଟରୁ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ଅମୀରପେଟ ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଆର୍ପାଟମେଣ୍ଟରେ ୫୬ ବର୍ଷୀୟ ସୁରେଶ ଏକାକୀ ରହୁଥିଲେ । ତାଙ୍କ ନିଜସ୍ୱ୍ୱ ଘର କେରଳରେ । ମଙ୍ଗଳବାର ଦିନ ସୁରେଶ ଅଫିସ ଯାଇ ନଥିଲେ । ତାଙ୍କ ଜଣେ ସହଯୋଗୀ ସୁରେଶଙ୍କୁ ଫୋନ କରିଥିଲେ ହେଁ ଏହାର ଉତ୍ତର ସେ ଦେଇଥିଲେ । ସହଯୋଗୀ ଜଣଙ୍କ ଏହାପରେ ବାଧ୍ୟ ହୋଇ ଚେନ୍ନାଇରେ ବ୍ୟାଙ୍କ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ସୁରେଶଙ୍କ ପତ୍ନୀଙ୍କୁ ଖବର ଦେଇଥିଲେ ।
ଖବର ପାଇ ସୁରେଶଙ୍କ ପତ୍ନୀ ଓ ପରିବାର ଲୋକ ହାଇଦ୍ରାବାଦରେ ପହଞ୍ଚି ପୁଲିସ୍‌ ସହାୟତାରେ ଆର୍ପାଟମେଣ୍ଟକୁ ଯାଇଥିଲେ । ସୁରେଶଙ୍କ ରୁମ ଖୋଲାଯିବା ମାତ୍ରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ । ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି । ସୁରେଶ ଦୀର୍ଘ ୨୦ ବର୍ଷ ହେଲା ଏଠାରେ ରହି ଆସୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଆରମ୍ଭ

ବହୁ ପ୍ରତିକ୍ଷୀତ ସିଟି ବସ୍‌ ସେବା ସହରତଳି ଅଞ୍ଚଳରେ ଆରମ୍ଭ

Read More...

ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ପାଇଁ ସାଉଦି ଗଲେ ଅଜିତ ଡୋଭାଲ

ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ପାଇଁ ସାଉଦି ଗଲେ ଅଜିତ ଡୋଭାଲ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page