ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ପାଇଁ ସାଉଦି ଗଲେ ଅଜିତ ଡୋଭାଲ

October 02, 2019, ଦେଶ, , Anupambharat News Bureau


ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ପାଇଁ ସାଉଦି ଗଲେ ଅଜିତ ଡୋଭାଲ
Anupambharat News Bureau
October 02, 2019

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ମୁସଲିମ ରାଷ୍ଟ୍ରଙ୍କୁ ମିଛ କଥା କହି ଉସାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କାଉଣ୍ଟର କରିବା ଲାଗି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସାଉଦି ଆରବ ଗସ୍ତ କରିଛନ୍ତି ।
ସେଠାରେ ସେ ସାଉଦି କର୍ତ୍ତୃପକ୍ଷଙ୍କୁ ଜମ୍ମୁ-କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇବେ । ଏଥିସହ ପାକିସ୍ତାନ କଶ୍ମୀରକୁ ନେଇ ଯେଉଁ ମିଥ୍ୟା ଅପପ୍ରଚାର ଚଳାଇଛି, ତା’ର ମଧ୍ୟ ପର୍ଦ୍ଦାଫାସ କରିବେ । ଗତକାଲି ରାତିରେ ରିୟାଦ ଗସ୍ତରେ ବାହାରିଥିବା ଡୋଭାଲ ସେଠାରେ କ୍ରାଉନ୍‌ ଫ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ସାକ୍ଷାତ କରିବେ । ଏହାପରେ ସେ ତାଙ୍କ ସହ ଦ୍ୱିପାକ୍ଷିକ ଓ ଆଞ୍ଚଳ ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଇମ୍ରାନ୍‌ ଖାନ୍‌ ଜାତିସଂଘରୁ ଫେରୁଥିବା ବେଳେ ହଠାତ୍‌ ରିୟାଦରେ ଅଟକ ଥିଲେ ।
ବିଶ୍ୱର ସବୁ ରାଷ୍ଟ୍ର କଶ୍ମୀର ପ୍ରସଙ୍ଗରେ ପାକ୍ର ହାତ ଛାଡ଼ି ଦେଇଥିବା ବେଳେ ଇମ୍ରାନ୍‌ ଖାନ୍‌ କ୍ରାଉନ ପ୍ରିନ୍ସ ମହମ୍ମଦଙ୍କୁ ସାକ୍ଷାତ କରି ସମର୍ଥନ ସାଉଁଟିବାକୁ ପ୍ରୟାସ କରିଥିଲେ । ଏହାକୁ କାଉଣ୍ଟର କରିବା ପାଇଁ ଅଜିତ ଡୋଭାଲ ସାଉଦି ଗସ୍ତ କରିଛନ୍ତି । ଡୋଭାଲ କଶ୍ମୀର ସମ୍ପର୍କରେ ସମସ୍ତ ତଥ୍ୟ ନିଜେ ପ୍ରସ୍ତୁତ କରିଛନ୍ତି । କାରଣ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ଡୋଭାଲ ନିଜେ ହିଁ କଶ୍ମୀର ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ । ତେଣୁ ଉପତ୍ୟକା ଉପରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ସେ ଭଲ ଭାବେ କଶ୍ମୀର ପ୍ରସଙ୍ଗରେ ସାଉଦି ପ୍ରିନ୍ସଙ୍କୁ ବୁଝାଇ ପାରିବେ ବୋଲି ଭାରତ ସରକାର ଆଶା ରଖିଛନ୍ତି ।
କେବଳ କଶ୍ମୀର ପ୍ରସଙ୍ଗ ନୁହେଁ, ଡୋଭାଲ ସାଉଦି ପ୍ରିନ୍ସଙ୍କ ତୈଳ ରପ୍ତାନୀ ଉପରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ବନ୍ଧୁ ଚାଇନା ସମେତ ତୁର୍କୀ ଓ ମ୍ୟାଲେସିୟାକୁ ଏକାଠି କରିପାରିଛି । ହେଲେ ସାଉଦି ଓ ୟୁଏଇ ଭଳି ରାଷ୍ଟ୍ର ପାକିସ୍ତାନକୁ ଏଯାଏ ସମର୍ଥନ କରିନାହାନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଇସ୍ରୋ ବୈଜ୍ଞାନିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Read More...

ମୋଦିଙ୍କ ଭାଷଣ ନ ଦେଖାଇବାରୁ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

ମୋଦିଙ୍କ ଭାଷଣ ନ ଦେଖାଇବାରୁ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page