ସଡ଼କ ଦୁର୍ଘଟଣା,ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର

July 08, 2019, ଓଡ଼ିଶା, , Anupambharat News Bureau


ସଡ଼କ ଦୁର୍ଘଟଣା,ସ୍ତ୍ରୀ ମୃତ, ସ୍ୱାମୀ ଓ ଝିଅ ଗୁରୁତର
Anupambharat News Bureau
July 08, 2019

କେନ୍ଦୁଝର, ୮ା୭ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ର ରାଇସୁଆଁ ନିକଟସ୍ଥ ଭାରତ ପେଟ୍ରୋଲ ପମ୍ପ ନିକଟରେ ଏକ ୧୦ଚକିଆ ଟ୍ରକ ଓ ବାଇକ୍‌ ମଧ୍ୟରେ ଦୂର୍ଘଟଣା ଘଟି ସ୍ତ୍ରୀଙ୍କର ମୃତୁ୍ୟ ହୋଇଥିବାବେଳେ ସ୍ୱାମୀ ଓ ଝିଅ ଗୁରୁତର ହୋଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିସିାଳୟରେ ଭର୍ତ୍ତି ହୋଇଛନ୍ତି ।
ଘଟଣାରୁ ପ୍ରକାଶ ଯେ, ମୟୁରଭ ଜିଲ୍ଲାର ଯଶିପୁର ନିକଟସ୍ଥ କୁପଣ୍ଡ ଗ୍ରାମର ଶୁଭନାଥ ସେଠୀ(୫୧),ପତ୍ନୀ ସରସ୍ୱତୀ ସେଠୀ(୪୨) ଓ ଝିଅ ନିହାରିକା ପି୍ରିୟଦର୍ଶିନୀ ସେଠୀଙ୍କ ସହ ନିଜ ଶ୍ୱଶୁର ଘର କେନ୍ଦୁଝର ସହର ଉପକଣw ଘୁଟୁରୁ ଗ୍ରାମକୁ ଆସି ସେଠାରୁ ଝୁମ୍ପୁରା ଥାନା ଅନ୍ତର୍ଗତ ବାରଖଣ୍ଡିଆ ଗ୍ରାମକୁ ଏକ ବିବାହ ଉସିବରେ ଯୋଗ ଦେବାକୁ ମୋଟରସାଇକେଲ ଯୋଗେ ଯାଉଥିଲେ ।
ତେବେ କେନ୍ଦୁଝର ସହରର ମାତ୍ର ୫କିିମି ଦୂର ରାଇସୁଆଁ ନିକଟ ଭାରତ ପେଟ୍ରୋଲ ପମ୍ପ ନିକଟରେ ଏକ ୧୦ଚକିଆ ଟ୍ରକ ସହ ଧMା ହେବାରୁ ସରସ୍ୱତୀ ଘଟଣାସ୍ଥଳରେ ମୃତୁ୍ୟବରଣ କରିଥିଲେ । ଗୁରୁତର ଅବସ୍ଥାରେ ଶୁଭନାଥ ଓ ନିହାରିକାଙ୍କୁ କେନ୍ଦୁଝର ମୁଖ୍ୟ ଚିକିସିାଳୟରେ ଭର୍ତ୍ତି କରାଯାଇଛି । ଶୁଭନାଥ କୁପଣ୍ଡ ଆଦିବାସୀ ହରିଜନ ହାଇସ୍କୁଲର କିରାଣୀ ଭାବେ କାର୍ଯ୍ୟ କରୁଥିବାବେଳେ ଝିଅ ନିହାରିକା ଗାୟତ୍ରୀ ମହାବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟବର୍ଷର ଛାତ୍ରୀ ଅଟନ୍ତି ।
ଏହି ଘଟଣାରେ ୧୦ଚକିଆ ଟ୍ରକର ଡ୍ରାଇଭରକୁ ଗିରଫ କରାଯିବ ସହ ଟ୍ରକକୁ ଜବତ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆତ୍ମ ବିଶ୍ୱାସରେ ଅଟଳ ଜଳେଶ୍ୱରର ଦିବ୍ୟାଙ୍ଗ ଜଗନ୍ନାଥ ଦାସ

ଆତ୍ମ ବିଶ୍ୱାସରେ ଅଟଳ ଜଳେଶ୍ୱରର ଦିବ୍ୟାଙ୍ଗ ଜଗନ୍ନାଥ ଦାସ

Read More...

ଭୋଜିଭାତକୁ ନେଇ ଗଣ୍ଡଗୋଳ,  ବରହେଲା ଶିଶୁପାଳ, କନ୍ୟାର ଅନ୍ୟତ୍ର ବିବାହ

ଭୋଜିଭାତକୁ ନେଇ ଗଣ୍ଡଗୋଳ, ବରହେଲା ଶିଶୁପାଳ, କନ୍ୟାର ଅନ୍ୟତ୍ର ବିବାହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page