ଶବଦାହ କରି ଗାଧୋଇବା ବେଳେ ବୁଡି ଜଣେ ମୃତ

July 01, 2019, ଓଡ଼ିଶା, , Anupambharat News Bureau


ଶବଦାହ କରି ଗାଧୋଇବା ବେଳେ ବୁଡି ଜଣେ ମୃତ
Anupambharat News Bureau
July 01, 2019

କେନ୍ଦୁଝର, ୧ା୭ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗାଁର ଜଣେ ବୃଦ୍ଧାଙ୍କର ଶବଦାହ ସାରି ପୋଖରୀରେ ଗାଧୋଉଥିବାବେଳେ ଆଉ ଜଣେ ବ୍ୟକ୍ତି ପାଣିରେ ବୁଡି ମୃତୁ୍ୟବରଣ କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ, ସୋମବାର ସକାଳେ ତେଲକୋଇ ବ୍ଲକ ସଲେଇକେନା ଗ୍ରାମ ପଞ୍ଚାୟତ ରୁଗୁଡି ମୁଣ୍ଡାସାହିର ଜଣେ ବୃଦ୍ଧାଙ୍କର ମୃତୁ୍ୟ ହୋଇଥିଲା । ସାହି ପଡିଶା ଲୋକେ ବୃଦ୍ଧାଙ୍କର ଶବକୁ ଗାଁ ଶ୍ମଶାନରେ ଶବଦାହ କରିଥିଲେ । ଶବଦାହ ସାରି କାକୁଡିଅମ୍ବା ବିସ୍ଥାପିତ କଲୋନୀ ନିକଟରେ ଥିବା ଏକ ଗଭୀର ପୋଖରୀରେ ସମସ୍ତେ ଗାଧୋଇଥିଲେ । ଗାଧୋଉଥିବାବେଳେ ରୁଗୁଡି ମୁଣ୍ଡାସାହି ବାସିନ୍ଦା ଗୋପିନାଥ ମୁଣ୍ଡା(୫୦) ପାଣିରେ ବୁଡି ଯାଇଥିଲେ ।
ପୋଖରୀଟି ଅତ୍ୟନ୍ତ ଗଭୀର ଥିବାରୁ ସେଠାରେ ଗୋଧେଉଥିବା ଲୋକମାନେ ମଧ୍ୟ ତାଙ୍କୁ ଉଦ୍ଧାର କରିପାରିନଥିଲେ । ସଂଗେ ସଂଗେ ତେଲକୋଇ ଦମକଳ ବାହିନୀକୁ ଖବର ଦିିଆଯାଇଥିଲା । ଦମକଳବାହିନୀ ସେଠାରେ ପହଞ୍ଚି ବୁଡି ଯାଇଥିବା ଗୋପିନାଥକୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନା ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାଟି ସେ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଥିବାବେଳେ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା ମୋବାଇଲ ଆପ୍‌

ପୂର୍ବତଟ ରେଳପଥ ପକ୍ଷରୁ ରଥଯାତ୍ରା ମୋବାଇଲ ଆପ୍‌

Read More...

କଂଗ୍ରେସରୁ ଇସ୍ତଫା ଦେଲେ ଡ଼ା. ପୁଜାହାରୀ

କଂଗ୍ରେସରୁ ଇସ୍ତଫା ଦେଲେ ଡ଼ା. ପୁଜାହାରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page