କଂଗ୍ରେସରୁ ଇସ୍ତଫା ଦେଲେ ଡ଼ା. ପୁଜାହାରୀ

July 01, 2019, ଓଡ଼ିଶା, , Anupambharat News Bureau


କଂଗ୍ରେସରୁ ଇସ୍ତଫା ଦେଲେ ଡ଼ା. ପୁଜାହାରୀ
Anupambharat News Bureau
July 01, 2019

ସମ୍ବଲପୁର, ୧ା୭ (ଅନୁପମ ମିଡିଆ): ଭିିମସାର ର ପୂର୍ବତନ ନିର୍ଦ୍ଦେଶକ ଡ଼ା. ଅଶ୍ୱିନୀ କୁମାର ପୂଜାହାରୀ କଂଗ୍ରେସ ଦଳରୁ ଇସ୍ତାଫା ଦେଇଛନ୍ତି । ସେ ଗତ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଇ ସମ୍ବଲପୁର ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ । ନିର୍ବାଚନର ଅବ୍ୟବହିତ ପୂର୍ବରୁ ଗତ ମାର୍ଚ୍ଚ ମାସ ୨୪ ତାରିଖରେ କଂଗ୍ରେସରେ ଯୋଗଦେଇଥିଲେ । ଡ଼ା. ପୂଜାହାରୀ ନିର୍ବାଚନରେ ମାତ୍ର ୧୧ ହଜାର ୬ ଶହ ୫୨ ଟି ଭୋଟ ପାଇଥିଲେ । ନିର୍ବାଚନରେ ଜିଲ୍ଲା କଂଗ୍ରେସରୁ କୌଣସି ପ୍ରକାର ସମର୍ଥନ ନପାଇବାରୁ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଗତ ମାସ ୨୬ ତାରିଖ ଦିନ ଅନୁଷ୍ଟିତ ଦଳର ନିର୍ବାଚନ ସମ୍ପର୍କିତ ସମୀକ୍ଷା ବୈðଠକରେ ସେ ଅସମ୍ମାନର ସମ୍ମୁଖୀନ ହୋଇଥିବା ମଧ୍ୟ କହିଛନ୍ତି । ଏପରିକି ଏଥିରେ ତାଙ୍କୁ ଅଭଦ୍ର ଭାଷାରେ ଅପମାନିତ କରାଯାଇଥିଲା ବୋଲି ସେ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଡ଼ା. ପୂଜାହାରୀ ଏୟାରଫୋର୍ସ ମେଡ଼ିକାଲରୁ ଅବସର ନେବା ପରେ ଭିମସାରର ନିର୍ଦ୍ଦେଶକ ପଦ ପାଇଁ ଆବେଦନ କରି ଯୋଗ୍ୟତା ହାସଲ କରିଥିଲେ । ପ୍ରଥମେ ସଂସ୍ତାନରେ ଶୃଂଖଳା ଆଣିବାରେ ସଫଳ ହୋଇଥିଲେ । ଏପରିକି ଡ଼୍ୟୁଟି ନିର୍ଘଂଟ ବାହାରେ ଡ଼ାକ୍ତର ମାନଙ୍କ ଘରୋଇ ପ୍ରାକଟ୍ସିସକୁ ରୋକିବାରେ ଷ୍ଟଂଗ ଅପରେସନ କରି ଚର୍ଚ୍ଚାକୁ ଆସିଥିଲେ । ପରେ ମେଡ଼ିକାଲରେ ବିବାଦ ଦେଖାଦେବାରୁ ରାଜ୍ୟ ସରକାର ଏକ ତଦନ୍ତ କମିଟୀ ଗଠନ କରିଥିଲେ । ହେଲେ ଏହି କମିଟୀ ର ରିପୋର୍ଟ ଅଦ୍ୟାବଧି ପ୍ରକାଶ ପାଇନାହିଁ । ଡ଼ା. ପୂଜାହାରୀଙ୍କୁ ଛୁଟିରେ ଯିବା ପାଇଁ ରାଜ୍ୟ ସରକାର କହିଥିଲେ । ସେ ତଦନ୍ତ ରିପୋର୍ଟ ପ୍ରକାଶ କରିବା ଓ ପୂର୍ବପରି ଦାୟୀତ୍ୱ ନିର୍ବାହ ସକାଶେ ସୁଯୋଗ ଦେବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ହେଲେ ଏଦିଗରେ କୈାଣସି ପଦକ୍ଷେପ ନିଆନଯିବାରୁ ଇସ୍ତଫା ନିର୍ଦ୍ଦେଶକ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ସେ ସମୟରେ ଏହାକୁ ବିଜେପି ଏବଂ କଂଗ୍ରେସ ପ୍ରସଂଗ କରି ସରକାରଙ୍କୁ ଘେରିବା ପାଇଁ ଉଦ୍ୟମ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶବଦାହ କରି ଗାଧୋଇବା ବେଳେ ବୁଡି ଜଣେ ମୃତ

ଶବଦାହ କରି ଗାଧୋଇବା ବେଳେ ବୁଡି ଜଣେ ମୃତ

Read More...

ଡବ୍ଳୁସିଓର ନିର୍ଦ୍ଦେଶକ ହେଲେ ଓଡ଼ିଶାର ପ୍ରଣବ ଦାସ

ଡବ୍ଳୁସିଓର ନିର୍ଦ୍ଦେଶକ ହେଲେ ଓଡ଼ିଶାର ପ୍ରଣବ ଦାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page