କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ

June 16, 2019, ଓଡ଼ିଶା, , Anupambharat News Bureau


କମେଣ୍ଟ ମରାକୁ ନେଇ ଯୁବକଙ୍କୁ କଟୁରୀରେ ହାଣିଲେ
Anupambharat News Bureau
June 16, 2019

ବିରଜାକ୍ଷେତ୍ର,୧୬ା୬ (ଅନୁପମ ମିଡିଆ): ଗତ ଶନିବାର ଦିନ କମେଣ୍ଟ ମରାକୁ କେନ୍ଦ୍ରକରି ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଜଣେ ଯୁବକଙ୍କୁ କଟୁରୀରେ ହଣାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ । ଘଟଣାରୁ ପ୍ରକାଶ ଯାଜପୁର ଥାନା ଅନ୍ତର୍ଗତ ଅକରପଡା ପଞ୍ଚାୟତ ଅଧିନ ଦୋଗଡା ଗ୍ରାମର ନିରଞ୍ଜନ ରାଉତ ନାମକ ଜଣେ ଯୁବକଙ୍କୁ ପଡୋଶୀ ଚିତାଳୋ ପଂଚାୟତ କଣ୍ଟାବଣିଆ ଦଳିତ ବସ୍ତିର ୫/୬ ଜଣ ବ୍ୟକ୍ତି ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଅନ୍ଧକାରର ସୁଯୋଗରେ ନିରଞ୍ଜନକୁ ଅଭିଯୁକ୍ତ ଟୁଟୁ ଜେନା, ଯଦୁଆ ଜେନା, ନିଧିଆ ଜେନା, ବାବୁ ଜେନା, ବୁଲାରାମ ଜେନା ଓ ବିନୟ ଜେନାଙ୍କ ସମେତ କେତେକ ବ୍ୟକ୍ତି ଏକ କଟୁରୀରେ ମୁଣ୍ଡ ପଛପଟକୁ ହାଣି ଦେଇଥିଲେ ବୋଲି ଅଭିେଯୋଗ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଶନିବାର ଅପରାହ୍ନରେ ଉପରୋକ୍ତ ଯୁବକଙ୍କ ସମେତ କଣ୍ଟାବଣିଆ ଦଳିତ ବସ୍ତିର କେତେକ ଯୁବକ ଅତ୍ୟନ୍ତ ବିଶୃଙ୍ଖଳ ଭାବେ ମଦ୍ୟପାନ ପୂର୍ବକ ଅଶ୍ଳୀଳ ଭାଷାରେ ଅନ୍ୟକୁ କମେଣ୍ଟ କରିବା ଭଳି କାର୍ଯ୍ୟ କରୁଥିଲେ । ଏମାନଙ୍କ ଦୌରାତ୍ମ୍ୟକୁ ସ୍ଥାନୀୟ ଦୋକାନୀ ଓ ଗ୍ରାମବାସୀ ମାନେ ପ୍ରତିବାଦ କରିବାକୁ ମଧ୍ୟ ସାହାସ କରିପାରୁନଥିଲେ । ତେବେ ଛକକୁ ଚା ପିଇବାକୁ ସାଥି ସୁଶାନ୍ତଙ୍କ ସହିତ ବାଇକରେ ଆସିଥିବା ଦୋଗଡା ଗ୍ରାମର ନିରଞ୍ଜନ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ମାନେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିବାକୁ ପଛାଇ ନଥିଲେ । ସୁଶାନ୍ତ ଓ ନିରଞ୍ଜନ ଏହାର ଦୃଢ ପ୍ରତିବାଦ ଏବଂ ପ୍ରତିରୋଧ କରିବାରୁ ଅଭିଯୁକ୍ତ ମାନେ ସେଠାରୁ ଘଟଣାସ୍ଥଳ ଛାଡି ଚାଲି ଯାଇଥିଲେ । ତେବେ ଯୁବକ ମାନେ ଗାଁରେ ଯାଇ ଏ ସଂପର୍କରେ କହିବା ପରେ ଉପରୋକ୍ତ ଅଭିଯୁକ୍ତ ମାନେ ଦୋଗଡା ସ୍କୁଲ ପଛପଟେ ମାରଣାସ୍ତ୍ର ସହ ଲୁଚି ରହିଥିଲେ । ନିକଟସ୍ଥ ଗାଁର ସାନପିଲା ଭାବେ ସେମାନଙ୍କୁ ତାଗିଦ କରିବା ଓ ଗାଳିଗୁଲଜ କରିବା ଭଳି ଘଟଣାକୁ ନିରଞ୍ଜନ ଆଦୌ ଗୁରୁତ୍ୱ ନଦେଇ ରାତି ୮ ବେଳେ ଘରକୁ ଫେରୁଥିବା ବେଳେ ସ୍କୁଲ ନିକଟରେ ଲୁଚି ରହିଥିବା ଅଭିଯୁକ୍ତ ମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଏକ ଧାରୁଆ ଅସ୍ତ୍ର ଭାବେ ମୁଣ୍ଡ ପଛପଟକୁ ହାଣିଦେଇଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବାରୁ ଅଭିଯୁକ୍ତ ମାନେ ସ୍ଥାନ ଛାଡି ପଳାଇଥିଲେ । ଘଟଣା ନେଇ ନିରଞ୍ଜନଙ୍କ ବନ୍ଧୁ ସୁଶାନ୍ତଙ୍କ ଏତଲା ଆଧାରରେ ପୋଲିସ କେଶ୍‌ ନଂ୧୬୧/୨୦୧୯ ମ୍ବରରେ ଭାରତୀୟ ପିଙ୍ଗଳ କୋର୍ଡ ୩୪୧/୨୯୪/୩୦୭/୩୨୪/୩୨୩/୫୦୬ ଓ ୩୪ (କ) ମୁତାବକ ଏକ ମାମଲା ରୁଜୁ କରିଛି । ଥାନାଧିକାରୀ ଆଶିଷ ସାହୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆଗପଛ କରି ଅଭିଯୁକ୍ତଙ୍କ ମଧ୍ୟରୁ ବୁଲାରାମ ଜେନା ଓ ରାଜା ଜେନାଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଅବ୍ୟାହତ ରଖିଛି । ଅନ୍ୟପକ୍ଷରେ ଗୁରୁତର ଆହତ ନିରଞ୍ଜନକୁ ସଂକଟାପନ୍ନ ଅବସ୍ଥାରେ କଟକ ମେଡିକାଲକୁ ପଠାଇ ଦିଆଯାଇଛି । ତାଙ୍କର ଅବସ୍ଥା ଭଲ ନଥିବା ଖବର ଜଣାପଡିବା ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା

ଋଣଭାର ସହିନପାରି ଚାଷୀଙ୍କ ଆତ୍ମହତ୍ୟା

Read More...

ଭାରତ-ପାକିସ୍ତାନ ଲଢ଼େଇ ଆଜି

ଭାରତ-ପାକିସ୍ତାନ ଲଢ଼େଇ ଆଜି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page