ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା

June 15, 2019, ଓଡ଼ିଶା, , Anupambharat News Bureau


ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା
Anupambharat News Bureau
June 15, 2019

କୋରାପୁଟ,୧୫ା୬(ଅନୁପମ ମିଡ଼ିଆ): ମୃତୁ୍ୟ କାହାକୁ କେତେବେଳେ ଏବଂ କେଉଁ ରୂପରେ ଆସେ ତାହା କଳ୍ପନାରୁ ବାହାରେ । ଏପରି ଏକ ଘଟଣା ଶୁକ୍ରବାର ବିଳମ୍ବିତ ରାତିରେ ଦାମନଯୋଡି ନିକଟ ଭେଜାପୁଟରେ ଘଟିଛି । ଏକ ଘର ଉପରେ ବାଲି ବୋଝେଇ ଟିªର୍‌ ଚଢି ଯିବାରୁ ଶୋଇଥିବା ଗୃହକର୍ତ୍ତାଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅ ମୃତୁ୍ୟ ବରଣ କରିଛନ୍ତି । ତେବେ ସୌଭାଗ୍ୟବଶତଃ ଅନ୍ୟ କଠୋରୀରେ ଶୋଇଥିବା ପୁଅ ରକ୍ଷା ପାଇଯାଇଛି ।
ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ସେମିଲିଗୁଡାରୁ ଦାମନଯୋଡିକୁ ବାଲି ନେଇ ଯାଉଥିବା ଓଡି-୧୦ଏ ୭୩୭୭ ନମ୍ବର ଟିªର ଭେଜାପୁଟ ପୁରୁଣା ପେଟ୍ରୋଲ୍‌ ପମ୍ପ ନିକଟରେ ଭାରସାମ୍ୟ ହରାଇ ଏକ ଘର ଉପରେ ଚଢି ଯାଇ ଓଲଟି ପଡିଥିଲା । ଫଳରେ ଘର ଭିତରେ ଶୋଇଥିବା ଆନନ୍ଦ ଖୋସ୍ଲା(୪୦),ଆନନ୍ଦଙ୍କ ପତ୍ନୀ ପଦ୍ମା (୩୫) ଓ ଝିଅ ଜ୍ୟୋସ୍ନା(୯) ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ତେବେ ଅନ୍ୟ ଏକ ରୁମ୍‌ରେ ଶୋଇଥିବା ଆନନ୍ଦଙ୍କ ୧୪ ବର୍ଷର ପୁଅ ଅଭିନାଶ ମରଣ ମୁଖରୁ ବର୍ତ୍ତି ଯାଇଛନ୍ତି । ଘଟଣା ପରେ ପ୍ରଚଣ୍ଡ ଶବ୍ଦ ଶୁଣି ପଡୋଶୀ ମାନେ ବାହାରିବା ପରେ ଘଟଣା ଜାଣି ପାରିଥିଲେ । ଦୁର୍ଘଟଣା ପରେ ଟିªର ଡ୍ରାଇଭର୍‌ ଫେରାର୍‌ ହୋଇ ଯାଇଥିଲା । ଶନିବାର ସକାଳେ ପୋଲିସ୍‌ ପହଞ୍ଚି ମୃତଦେହ ଗୁଡିକ ବାହାର କରିବା ପରେ କ୍ଷତି ପୂରଣକୁ ନେଇ ସ୍ଥାନୀୟ ଲୋକେ ଦାମନଯୋଡି-ସେମିଲିଗୁଡା ମୁଖ୍ୟ ରାସ୍ତାର ଭେଜାପୁଟ ପୁରୁଣା ପେଟ୍ରୋଲ୍‌ ପମ୍ପ ନିକଟରେ ରାସ୍ତା ଅବରୋଦ୍ଧ ଆରମ୍ଭ କରିଥିଲେ । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତି ପୂରଣ ସହ ଘର ପ୍ରଦାନ,ଅଭିନାଶର ପଢା ଖର୍ଚ ପ୍ରଶାସନ ବହନ କରିବା,ପାଠ ପଢା ପରେ ଅଭିନାଶକୁ ଚାକିରି ଦେବା ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଦ୍ଧ କରିଥିଲେ ।
ଏପରିକି ଗ୍ରାମବାସୀ ଦାବି ପୂରଣ ପାଇଁ ଅଡି ବସିଥିବାବେଳେ ଟିªର ମାଲିକ ରହୁଥିବା ନାଲକୋ କ୍ୱାର୍ଟର୍ସର ସେକଫର-୨ବି/ ୨୧୦ ସମୁଖରେ ଶବ ରଖି ଆନ୍ଦୋଳନ ଆରମ୍ଭ କରିଥିଲେ । ଏପରିକି ପୋଲିସ ସହ ନାଲକୋ କଲୋନୀରେ ବିକ୍ଷୋଭକାରୀମାନଙ୍କ ସହ କିଛି ସମୟ ବଚସାରୁ ପରିସ୍ଥିତି ଉତ୍ତେଜନା ଆଡକୁ ଗତି କରିଥିଲା । ପରେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି କ୍ୱାର୍ଟର୍ସରରେ ଥିବା ମୃତଦେହକୁ ଜଗି ରହିଥିଲା । ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢି,ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍‌, କୋରାପୁଟ ବିଡିଓ ନରେନ୍ଦ୍ର ନାୟକ,ସୁନାବେଡା ଏସଡିପିଓ ନିରଞ୍ଜନ ବେହେରା, ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ,ସେମିଲିଗୁଡା ଥାନା ଅଧିକାରୀ ସମ୍ବିତ ବେହେରା , ସୁନାବେଡା ଥାନା ଅଧିକାରୀ ସୁମିତ୍ରା ଜେନା ,ମସ୍ତିପୁଟ ପଞ୍ଚାୟତର ସମିତି ସଭ୍ୟ ବାବୁଲା ବେନ୍ୟା ପ୍ରମୁଖ ଘଟଣା ସ୍ଥଳରେ ରହି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ବହୁ ସମୟ ଆଲୋଚନା କରିବା ପରେ ସମାଧାନର ବାଟ ଫିଟିଥିଲା । ଗ୍ରାମବାସୀ,ଲୋକ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା କରାଯାଇ ମୃତକଙ୍କ ଉତ୍ତରାଧିକାରୀ ଅଭିନାଶକୁ ଟିªର ମାଲିକଙ୍କ ପକ୍ଷରୁ ୩ ଲକ୍ଷ ୨୫ ହଜାର ଟଙ୍କା କ୍ଷତି ପୂରଣ ପ୍ରଦାନ ସହ ଘର ମରାମତି,ଜିଲା ପ୍ରଶାସନ ତରଫରୁ ରେଡକ୍ରସ୍‌ ପାଣwିରୁ ୩୦ ହଜାର(ପ୍ରତି ମୃତକଙ୍କ ପାଇଁ ୧୦ ହଜାର ଲେଖାଏଁ)ଟଙ୍କା,ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଙ୍କା ସହାୟତା ଓ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣwିରୁ ଆଇନ୍‌ ଅନୁଯାୟୀ ସହାୟତା ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଦ୍ଧ ହଟିଥିଲା । ମୃତ ଆନନ୍ଦ ଖୋସ୍ଲାଙ୍କର ନିଜ ଘର ସଦର ବ୍ଲକ ମସ୍ତିପୁଟ ହୋଇଥିବାବେଳେ ସେ ନାଲକୋର ଏକ ଠିକା ସଂସ୍ଥାରେ ଦିନ ମଜୁରିଆ ବାବେ କାମ କରୁଥିଲେ । କୋରାପୁଟ ଏସଏଲଏନ ମେଡିକାଲ କଲେଜ୍‌ ଓ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏହି ଘଟଣା ଆଜି ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ,  ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା

ଦାଦାବଟି ପାଇଁ ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ, ବୋମା ଫୁଟି ଅଭିଯୁକ୍ତର ପାପୁଲି ଉଡ଼ିଲା

Read More...

୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page