୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

June 15, 2019, ଦେଶ, , Anupambharat News Bureau


୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌
Anupambharat News Bureau
June 15, 2019

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେଛ ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲସ୍‌ ଏଞ୍ଜଲସ୍ର ଜଣେ ୮୫ ବର୍ଷୀୟ ବୃଦ୍ଧଛ ଗଣିତ ଏବଂ ବିଜ୍ଞାନକୁ ଡରି ଯିଏ ଦିନେ ସ୍କୁଲ ଛାଡ଼ିଦେଇଥିଲେ ସେ ଆଜି ଗ୍ରାଜୁଏଟ୍‌ଛ ଏକାଧାରରେ ଜଣେ ଲେଖକ, ସ୍ତମ୍ଭକାର ଏବଂ ପେଣ୍ଟିଂ ଡିଜାଇନ ବ୍ୟବସାୟ କରୁଥିବା ସାଉଲ୍‌ ଇସ୍ଲର ପରିଣତ ବୟସରେ ସାଣ୍ଟା ମୋନିକା କଲେଜରୁ ଗ୍ରାଜୁଏଶନ ପାସ କରିଛନ୍ତି । ସ୍କୁଲ ସିନା ଛାଡ଼ିଦେଇଥିଲେ କି;ୁ ଲେଖାଲେଖି ଅଭ୍ୟାସ ଜାରି ରଖିଥିଲେ । ପାଠପଢ଼ା ପ୍ରତି ଏତେ ଆଗ୍ରହ ବଢ଼ିଗଲା ସେ ସାଣ୍ଟା ମୋନିକା କଲେଜରେ ଆଡମିଶନ ନେଇଗଲେ । ଚଳିତବର୍ଷ ସାଉଲ୍‌ ୮୫ ବର୍ଷ ବୟସରେ ଗ୍ରାଜୁଏସନ ଡିଗ୍ରୀ କରିଛନ୍ତି । ସେ କୁହନ୍ତି, ଜୀବନରେ ଆସିଥିବା ଝଡ଼ଝଞ୍ଜାରୁ ବହୁତ କିଛି ଶିଖିଛନ୍ତି । ତାଙ୍କୁ ଆଗକୁ ଯିବାକୁ ଏଥିରୁ ପ୍ରେରଣା ମିଳିଛି । ସାଉଲ୍‌ କୁହନ୍ତି, ପିଲାଦିନେ ପିତା ଚାହୁଁଥିଲେ ମୁଁ ତାଙ୍କ ପରି ଓକିଲ ହୁଏଛ କି;ୁ ମୋର ଗଣିତ ଏବଂ ବିଜ୍ଞାନ ଭଲ ହେଉ ନ ଥିବାରୁ ପାଠପଢ଼ା ଛାଡ଼ିଦେଇଥିଲିଛ ଏହା ପରେ ତାଙ୍କର ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେଲା । ସେ ଲେଖାପଢ଼ାରେ ମନ ଦେଲେ । ୬୧ ବର୍ଷରେ ତାଙ୍କର ଲେଖନୀ ଚାଳନା କରି ପ୍ରଥମେ ‘ବୁଡ୍‌ ବଚର’ ଲେଖିଥିଲେ । ଏଥିରୁ ଝିଅମାନଙ୍କ କାମ କରିବା ସମ୍ପର୍କରେ ବହୁ କଥା ଜାଣିବା ପାଇଁ ଲେଖା ଥିଲା । ଇତିମଧ୍ୟରେ ତାଙ୍କର ୩ଟି ଉପନ୍ୟାସ ଏବଂ ଲଘୁ କଥାବଳି ପ୍ରକାଶିତ ହୋଇସାରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା

ମୃତୁ୍ୟ ଏମିତି ବି ଆସେ, ଘର ଉପରେ ଟିªର ଚଢ଼ି ପରିବାରର ବାପା, ମା’ ଓ ଝିଅର ଜୀବନ ଗଲା

Read More...

କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page