ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ

June 15, 2019, ଓଡ଼ିଶା, , Anupambharat News Bureau


ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ
Anupambharat News Bureau
June 15, 2019

ଖୋର୍ଦ୍ଧା, ୧୫ା୬ (ଅନୁପମ ମିଡିଆ): ବାରମ୍ବାର କର୍ତ୍ତବ୍ୟ ସମୟରେ ଡ଼ାକ୍ତରମାନଙ୍କୁ ଆକ୍ରମଣ ଘଟଣା ଏବଂ ଦୁଇ ଦିନ ତଳେ ପଶ୍ଚିମବଙ୍ଗର କୋଲକତା ଠାରେ ଡ଼ାକ୍ତରଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣକୁ ନିନ୍ଦାକରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ସମସ୍ତ ଡ଼ାକ୍ତର କଳା ବ୍ୟାଚ ପରିଧାନ କରି କର୍ତ୍ତବ୍ୟରୁ ବିରତ ଥିଲେ । ଏହା ସହିତ କିଛି ଡ଼ାକ୍ତର ଗୋପବନ୍ଧୁଙ୍କ ପ୍ରତି ମୂର୍ତ୍ତି ନିକଟରେ ଧାରଣାରେ ଛିଡ଼ା ହୋଇଥିଲେ । ଆସନ୍ତା ସୋମବାର ଦିନ ସର୍ବ ଭାରତୀୟ ଧର୍ମଘଟ ଡ଼ାକରାରେ ସମସ୍ତ ଡ଼ାକ୍ତର ସାମିଲ ହେବେ ବୋଲି ଏଡ଼ିଏମ୍‌ ମେଡ଼ିକାଲ ଡ଼ାକ୍ତର ରଘୁନାଥ ନାୟକ ସୂଚନା ଦେବା ସହ କର୍ତ୍ତବ୍ୟରତ ସମୟରେ ପୁଲିସ ସୁରକ୍ଷା ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବୀ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନସିକ ରୋଗ ବିଭାଗ ଡ଼ାକ୍ତର ଆଲୋକ ଜ୍ୟୋତି ସାହୁ, ଶଲ୍ୟ ବିଭାଗ ଡ଼ାକ୍ତର ଶୁଭ୍ରାଂଶୁ କୁମାର ସାହୁ, ଦେବାଶିଷ ପଟ୍ଟନାୟକ, ଇ.ଏନ.ଟି ବିଭାଗ ଡ଼ାକ୍ତର ସରୋଜ ରଂଜନ ନାୟକ, କର୍କଟ ବିଭାଗର ଡ଼ାକ୍ତର ଶ୍ୟାମ ପ୍ରସାଦ ମିତ୍ର, ଡ଼ାକ୍ତର ନାରାୟଣ ରାଉତ, ଡ଼ାକ୍ତର ଦ୍ୱାରିକା ନାଥ ଶତପଥୀ, ଭେଷଜ ବିଭାଗର ସି.ମାରାଣ୍ଡି, ଡ଼ାକ୍ତର ଚିନେରା ପ୍ରଫୁଲ୍ଲ ପାତ୍ର, ବରିଷ୍ଠ ଡ଼ାକ୍ତର ଉକିଳ ରଥ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ

ରକ୍ତାଦାତା ଶିକ୍ଷକ ଶାନ୍ତନୁ କୁମାର ସମ୍ମାନୀତ

Read More...

ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ

ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page