ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ

June 15, 2019, ଓଡ଼ିଶା, , Anupambharat News Bureau


ଟଙ୍କା ନଦେଲେ ମିଳୁନି କାରୀଗର ପରିଚୟ ପତ୍ର କାର୍ଡ
Anupambharat News Bureau
June 15, 2019

କୋଣାର୍କ,୧୫ା୬ (ଅନୁପମ ମିଡିଆ): ଭାରତ ସରକାରଙ୍କ ହସ୍ତଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଗ୍ରାମାଂଚଳର କାରୀଗର ମାନଙ୍କୁ ୨୦୧୭ ମସିହାରେ କାରୀଗର ପରିଚୟ ପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଗୋପବ୍ଳକରେ ବର୍ତମାନ ସେହି କାର୍ଡ ଗୁଡିକୁ କାରୀଗର ମାନଙ୍କୁ ଦେବା ପାଇଁ ମହିଳା ମହାସଂଗର କର୍ମକର୍ତାମାନେ ଜବରଦସ୍ତ କାର୍ଡପିଛା ୩୦୦ଟଙ୍କା ଆଦାୟ କରୁଛନ୍ତି ।ଯେଉଁମାନେ ୩୦୦ଟଙ୍କା ଦେବାକୁ ଅକ୍ଷମ ବା ଅମଙ୍ଗ ହେଉଛନ୍ତି ସେମାନଙ୍କୁ କାର୍ଡ ଫେରାଇ ଦେବାକୁ ଧମକ ଦିଆଯାଉଛି ।ଗୋପବ୍ଳକରେ ବିଭିନ୍ନ ପଂଚାୟତରେ ଏପରି ଜବରଦସ୍ତ ଚାନ୍ଦା ଆଦାୟ ଚାଲିଥିବା ବେଳେ ସିମିଳି ଗ୍ରାମପଂଚାୟତରେ ଏହା ସିମା ଡେଇଛି ।ମହିଳାମାନେ ଥାନାରେ ଏତେଲା ଓ ମୂଖ୍ୟ ମନ୍ତ୍ରୀଙ୍କୁ ଅଭିଯୋଗ କରିବାକୁ ସଂଗବଦ୍ଧ ହେଲେଣି ।ସୁଚନା ଯୋଗ୍ୟ ଯେ ଭାରତ ସରକାରଙ୍କ ହସ୍ତଶିଳ୍ପ ମନ୍ତ୍ରଣାଳୟ ତରଫରୁ ଗ୍ରାମୀଣ କାରୀଗର ମାନଙ୍କୁ ପରିଚୟ ପତ୍ର ଦେବା ନିମନ୍ତେ ୨୦୧୭ମସିହାରେ ଦରଖାସ୍ତ କରାଯାଇଥିଲା ।କିନ୍ତୁ ସେହି କାର୍ଡଗୁଡିକ କାରୀଗର ମାନଙ୍କୁ ଦିଆ ନଯାଇ ୨ବର୍ଷ ହେବ ଭୂବନେଶ୍ୱରସ୍ଥିତ ହସ୍ତଶିଳ୍ପ ନିର୍ଦ୍ଧେଶାଳୟରେ ପଡି ରହିଥିଲା ।ମହାବାତ୍ୟା ଫନୀରେ କ୍ଷତିଗ୍ରସ୍ତ କାରୀଗର ମାନଙ୍କୁ ଚିହ୍ନଟ କରିବାର ଆବଶ୍ୟକତା ହେବାରୁ ତରବରିଆ ଭାବେ ହସ୍ତଶିଳ୍ପ ର୍ଦ୍ଧେଶାଳୟ ତରଫରୁ ବିଭିନ୍ନ ବ୍ଳକରେ ମହିଳା ମହାସଂଗକୁ ଏହି କାର୍ଡ ଗୁଡିକ ହସ୍ତାନ୍ତର କରାଯାଇଛି ।ଗ୍ରାମାଂଚଳରେଏହି କାର୍ଡ ଗୁଡିକୁ ବାଂଟିବା ନିମନ୍ତେ ସୁଯୋଗ ପାଇ ମହିଳା ମହାସଂଗର କର୍ମକର୍ତା ଓ ସି.ଆରପି ମାନେ ପ୍ରତି କାର୍ଡଧାରୀଙ୍କୁ କାର୍ଡ ଦେବା ନିମନ୍ତେ ୩୦୦ଟଙ୍କା ଆଦାୟ କରୁଛନ୍ତି ।୩୦୦ଟଙ୍କା ନଦେଲେ କାର୍ଡ ନଦେଇ ଫେରାଇ ଦେବାକୁ ଧମକ ଦେଉଛନ୍ତି ।ଏ ସଂପର୍କରେ ଗୋପବ୍ଳକ ମହିଳାମହାସଂଗର ସଭାନେତ୍ରୀ ମିନାକ୍ଷୀ ପୃଷ୍ଟିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମେ ପଂଚାୟତ ମହାସଂଗକୁ ଆମର ଖର୍ଚ୍ଚ ନିମନ୍ତେ ୧୨୦ଟଙ୍କା ଓ ମହାସଂଗ ନିମନ୍ତେ ୧୦୦ଟଙ୍କା ସମେତ ୨୨୦ଟଙ୍କା ଆଦାୟ କରିବାକୁ କହିଛୁ ।ସେମାନେ ୩୦୦ଟଙ୍କା ଆଦାୟ କରିବା କଥା ନୁହେଁ ।କିନ୍ତୁ ଏସଂପର୍କରେ ଖବର ନେବାରେ ଜଣାଯାଇଛି ଯେ ମହାସଂଗ ତରଫରୁ କୈାଣସି ଖର୍ଚ୍ଚ ଦେବା କଥା ନୁହେଁ ।ଏତାଦୃଶ ଚାନ୍ଦା ଆଦାୟକୁ ବିରୋଧ କରି ସିମିଳି ପଂଚାୟତର ମହିଳା କାରୀଗର ମାନେ ମୂଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ପଠାଇବା ସହ ଥାନାରେ ଏତେଲା ଦେବାକୁ ମେଳି କରୁଥିବା ଜଣାଯାଇଛି ।ଦରକାର ପଡିଲେ ଆମେ ଏହି ଦୁର୍ନୀତିକୁ ବିରୋଧ କରିବା ସହ ଏଥିରେ ସଂଶ୍ଳିଷ୍ଟ ଥିବା ମହିଳାନେତ୍ରୀ ମାନଙ୍କୁ ଗିରଫ କରିବା ଦାବିରେ ବିଧାନସଭା ଘେରାଉ କରିବୁ ବୋଲି ଶ୍ରମିକ ନେତା ନବଘନ ମୁଦୁଲି କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିସିାଳୟର ଡ଼ାକ୍ତରଙ୍କ କଳା ବ୍ୟାଚ ପରିଧାନ

Read More...

ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ

ମହିଳା ସାମ୍ବାଦିକାଙ୍କୁ ସାଂସଦଙ୍କ ଦୁର୍ବ୍ୟବହାର ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ କୁଶପୁତ୍ତଳିକା ଦାହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page